health tips -ମାତ୍ର ୧୫ ଦିନରେ ବହୁ ପୁରୁଣା (ଗ୍ୟାସ,ଏସିଡିଟି,କବଜ) ସମସ୍ତ ପେଟରୋଗ ମୂଳରୁ ଶେଷ ହେବ,କରନ୍ତୁ ଏହି ଛୁଟିଆ ଘରୋଇ ଉପାୟ …
ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକଙ୍କ ପେଟରେ ଏସିଡିଟି ଗ୍ୟାସ ସମସ୍ୟା ଆଦି ଦେଖାଯାଏ। ଯଦି ଆପଣ ମଧ୍ୟ ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟାରେ ରହିଛନ୍ତି ତେବେ ଆଜି ଆମେ ଆପଣମାନଙ୍କୁ ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ। ତେବେ ଏହି ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଏବଂ ସେବନ ବାବଦରେ ଜଣାଇବୁ।
ଆବଶ୍ୟକ ସାମଗ୍ରୀ:-
୧. ଜିରା:-
ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରି ରହିଛି।ଜିରାରେ ଆଇରନ, କ୍ୟାଲସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି’ ପରି ଅନେକ ପୋଷକତତ୍ତ୍ୱ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ଏହା କୋଲେଷ୍ଟରଲ ନିୟନ୍ତ୍ରଣ କରିବା ସହ ଓଜନ କମାଇବାରେ ସହାୟକ ହୋଇଥାଏ।ଜିରା ପେଟ ସମସ୍ୟା ପାଇଁ ସବୁଠୁ ଭଲ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।ଜିରା ବ୍ଲଡ୍ ସୁଗାର କମାଇବାରେ ସହାୟକ ହୋଇଥାଏ। ଯାହା ଦ୍ୱାରା ଡାଇବେଟିସ୍ ନିୟନ୍ତ୍ରଣ ହୋଇଥାଏ।
୨. ଜୁଆଣି:-
ଜୁଆଣି ମଧ୍ୟ ପେଟ ପାଇଁ ଖୁବ ଦରକାରୀ ହେଇଥାଏ।ଜୁଆଣିରେ ପ୍ରୋଟିନ୍, ଫ୍ୟାଟ, ମିନେରାଲ୍ସ, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଅଛି। ଏହା ବ୍ୟତୀତ କ୍ୟାଲସିୟମ୍, ଥିଏମାଇନ୍, ରାଇବୋଫ୍ଲାଭିନ, ଫସଫରସ୍, ଆଇରନ୍ ଏବଂ ନିୟାସିନ୍ ମଧ୍ୟ ରହିଛି। ଜୁଆଣି ଖାଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରାଯାଇପାରେ। ଜୁଆଣି ଖାଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଆଦି ରୋଗ ଭଲ ହୋଇଥାଏ।
୩.ଲବଙ୍ଗ:-
ଏଥିରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ବହୁ ମାତ୍ରାରେ ଭରି ଏହାଦ୍ୱାରା ପାଚନ ପକ୍ରିୟା ସକ୍ରିୟ ହୋଇଥାଏ। ଏହା ଖାଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ।
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଦୁଇ ଚାମଚ ଜିରା ନିଅନ୍ତୁ। ଏବେ ଏଥିରେ ଦୁଇ ଚାମଚ ଜୁଆଣି ଦିଅନ୍ତୁ। ଏହା ପରେ ୭ ରୁ ୮ ଟି ଲବଙ୍ଗକୁ ନିଅନ୍ତୁ। ଏହାପରେ ଲବଙ୍ଗର ଫୁଲକୁ ବାହାର କରି ଦିଅନ୍ତୁ ଏବେ ଏଥିରେ କିଛି କଳା ଲୁଣକୁ ଦିଅନ୍ତୁ। ଯଦି ଆପଣଙ୍କର ବ୍ଲଡ ପେସର୍ ଭଳି ସମସ୍ୟା ରହିଥାଏ ତେବେ ଆପଣ କଳା ଲୁଣ ମିଶାନ୍ତୁ ନାହିଁ। ଏବେ ଏହି ସବୁକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ। ଏବେ ଆପଣ ଏହି ଗୁଣ୍ଡ ଏକ ଡବାରେ ବହୁ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ।
ସେବନ:-
ଏହାକୁ ସେବନ କରିବା ପାଇଁ ଆପଣଙ୍କୁ ଏକ ଚାମଚ ଉଷୁମ ପାଣିର ଆବଶ୍ୟକ ପଡ଼ିବ। ଆପଣ ଏହାକୁ ସକାଳେ ଖାଲି ପେଟରେ ଏକ ଚାମଚ ପାଟିରେ ପକାଇ ଉଷୁମ ପାଣି ପିଅନ୍ତୁ। ଯଦି ଆପଣ ଏହାକୁ ପାଟିରେ ଡାଇରେକ୍ଟ ପକାଇ ଖାଇ ପାରି ନାହାଁନ୍ତି ତେବେ ଆପଣ ଏହାକୁ ଏକ ଗ୍ଲାସ୍ ଉଷୁମ ପାଣିରେ ପକାଇ ଗୋଳାଇ ଦିଅନ୍ତୁ ଏବଂ ସେବନ କରନ୍ତୁ। ଏକ ମାସ ମଧ୍ୟରେ ଆପଣଙ୍କ ଗ୍ୟାସ ସମସ୍ୟା ଦୂର ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।