କାଲି ରାତିରେ ଯାହା ହେଲା କହିପାରିବିନି,ମୋ ଧନ ଗଲା ପରଠାରୁ..ମୁଁ ଶାନ୍ତିରେ ନଥିଲି ..କାଲି ରାତିରେ ଟିକେ ଶାନ୍ତିରେ ଶୋଇଛି,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ନିକଟରେ ସୋସିଆଲ୍ ମିଡିଆରେ ଜଣେ ଯୁବକଙ୍କ ତାଙ୍କ ସ୍ତ୍ରୀଙ୍କ ଫୋଟକୁ ଧରି କାନ୍ଦୁଥିବାର ଭିଡିଓ ବେଶ ଭାଇରାଲ୍ ହୋଇଥିଲା।ଭିଡିଓରେ ଜଣେ ଯୁବକ କାନ୍ଦି କାନ୍ଦି କହୁଥିଲେ ତୁ ମୋ ପାଖକୁ ପୁଣି ଫେରି ଆସିବୁ। ଯେମିତି ଯାଇଥିଲୁ ସେମିତି ଫେରି ଆସିବୁ। ତୁ କଉଠି ଅଛୁ ଫେରିଆ ମୁଁ ତୋ ବିନା ବଞ୍ଚିପାରିବି ନାହିଁ। ସ୍ତ୍ରୀ ଫେରାର୍‌ ପରେ ଏମିତି ବାହୁନି ବାହୁନି କାନ୍ଦୁ୍‌ଥିଲେ ସ୍ୱାମୀ।

ତେବେ ଦେବବ୍ରତ ଗୋଚ୍ଛାୟତଙ୍କ ପୁଅ ରାହୁଲ ଗୋଚ୍ଛାୟତ ବ୍ରାହ୍ମଣୀପାଳ ଡକାସାହି ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାଙ୍କୁ ଦୁଇ ବର୍ଷ ଧରି ଭଲ ପାଉଥିଲେ ଏବଂ ୬ ମାସ ତଳେ ସେମାନେ ବିବାହ କରିଥିଲେ। ବିବାହ ପରେ ହରପ୍ରିୟା ନିକଟସ୍ଥ ଆଖଣ୍ଡଳ ମଣି ମହା ବିଦ୍ୟାଳୟରେ +୩ କଳାରେ ପାଠ ପଢ଼ୁଥିଲେ।

ତେବେ ସାବିତ୍ରୀ ବ୍ରତ ପରଦିନ ହରପ୍ରିୟା ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ସୂଚନା ମୁତାବକ ପରୀକ୍ଷା ଦେବାକୁ ପତ୍ନୀକୁ କଲେଜ୍‌ରେ ଛାଡ଼ି ଆସିଥିଲେ ସ୍ୱାମୀ। ହେଲେ ଆଉ ପରୀକ୍ଷା ସରିବା ପରେ ଅନ୍ୟ ଏକ କାର୍ ବସି ସ୍ତ୍ରୀ ଚାଲିଯାଇଥିବା ଜାଣି ବାହୁନି କାନ୍ଦୁଥିଲେ।

କିନ୍ତୁ ଗତ ସୋମବାର ଫେରିଛନ୍ତି।କଲେଜରୁ ଅନ୍ୟ ଏକ କାର୍ ବସି ଫେରାର ହୋଇ ଯାଇଥିବା ସ୍ତ୍ରୀ ଏବେ ପୁଣି ସ୍ୱାମୀଙ୍କ ପାଖକୁ ଫେରି ଆସିଛନ୍ତି । ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ି ଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତି ଯାଇଛି। ହରପ୍ରିୟା ଫେରିବା ପରେ ଫେରାର ହୋଇଯିବା ଘଟଣା ଉପରୁ ପରଦା ଉଠିଥିଲା।

 ହରପ୍ରିୟା ସ୍ଵାମୀଙ୍କ ପାଖକୁ ଫେରି କହିଥିଲେ ସେ ଫେରାର ହୋଇନଥିଲେ ବଂର ତାଙ୍କୁ ଅପହରଣ କରାଯାଇଥିଲା। ସେ ଅଚେତ୍ ଅବସ୍ଥାରେ ଥିବାରୁ ତାଙ୍କୁ କିଏ ଅପହଣ କରିଛି ସେ ବାବଦରେ ତାଙ୍କୁ କିଛିବି ଜଣା ନଥିଲା ଆଉ ସେ ଯେତେବେଳେ ହୋସକୁ ଆସିଲେ ଜାଣି ପାରିଥିଲା କି ତାଙ୍କୁ କେହି ନୁହଁ ତାଙ୍କ ମାମୁଁ ଓ ମାଇଁ ଅପହରଣ କରି ନେଇଥିଲେ। ଆଉ ହରପ୍ରିୟାଙ୍କ ଇଚ୍ଛା ବିରୁଦ୍ଧରେ ଏକ ମନ୍ଦିରରେ ବିବାହ କରୁଥିଲେ।

ତେବେ ହରପ୍ରିୟା ଘରକୁ ଆସିବା ପରେ ସ୍ବାମୀ ରାହୁଲ୍ ଓ ପରିବାର ଲୋକଙ୍କ ମୁହଁରେ ଫୁଟିଛି ହସ। ପରିବାର ଲୋକେ ସମସ୍ତେ ବେଶ ଖୁସି ଥିବାର ହରପ୍ରିୟା କହିଛନ୍ତି। ହରପ୍ରିୟା କହିଛନ୍ତି ସେ ଯେତେବେଳେ ଘରେ ନଥିଲେ ସମସ୍ତଂକ ଅବସ୍ଥା ଖୁବ୍ ଖରାପ୍ ଥିଲା। କିନ୍ତୁ ସେ ଫେରିବା ପରେ ଏତେ ଖୁସି ଯାହା ସେ ଭାଷାରେ ବର୍ଣ୍ଣନା କରି ପାରିବେ ନାହିଁ କହିଛନ୍ତି।

ତେବେ ହରପ୍ରିୟା ଘରକୁ ଫେରିବା ପରେ ସମସ୍ତେ ଏକାଠି ବସି ଦୁଃଖ ସୁଖ ହେଉଥିଲେ ଏମିତିକି ସାରା ରାତି ସେମାନେ ନ ଶୋଇ ଗପ କରୁଥିଲେ। ରୋଷେଇ କରି ସମସ୍ତେ ଏକାଠି ଖାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।