viral video – ସରୋଗେସି ମାଧ୍ୟମରେ ମା ହେଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା,ଏବେ ସୋସିଆଲ ମେଡିଆରେ ନିଆଁ ଭଳି ବିରଳ ହେବାରେ ଲାଗିଛି !

ମା ହେବା ସମସ୍ତଂକ ପାଇଁ ଏକ ଗୌରବର ବିଷୟ ହୋଇଥାଏ।ସେ ସାଧାରଣ ଲୋକ ହୋଇଥାଆନ୍ତୁ କି ବଡ଼ ବଡ଼ ସେଲିବ୍ରେଟି ସମସ୍ତେ ଚାହାଁନ୍ତି ମା ହେବା ପାଇଁ।ଏକ ଖବରରୁ ଜଣା ପଡ଼ିଛି ଯେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ମା ହୋଇ ସାରିଛନ୍ତି। ପ୍ରିୟଙ୍କା ଚୋପ୍ରା ନିଜେ ଏହି କଥାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।

ବଲିଉଡର ଦେଶୀ ଗର୍ଲ ପ୍ରୟଙ୍କା ଚୋପ୍ରା ମା ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରିୟଙ୍କା ଚୋପ୍ରା ନିଜେ ଏହି ଖବର ତାଙ୍କ ଫ୍ରେଣ୍ଡ୍ ଓ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସରୋଗେସି ମାଧ୍ୟମରେ ସେ ମା’ ହୋଇଥିବା ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ସେ ଏକ ନୋଟ ଲେଖି ଏହି ଖୁସି ଖବର ଦେଇଛନ୍ତି । ପ୍ରିୟଙ୍କା ଲେଖିଛନ୍ତି, ଆପଣମାନେ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରିଛୁ ।

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ।ସରୋଗେସି ମାଧ୍ୟମରେ ମା ହୋଇ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ବହୁତ ଖୁସି ଥିବାର ଜଣା ପଡ଼ିଛି।

ପୂର୍ବତନ ବିଶ୍ଵ ସୁନ୍ଦରୀ ମୁକୁଟ ହାସଲ କରିଥିବା ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରାଙ୍କର ଏହି ପୋଷ୍ଟ ପରେ ସବୁଠୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି। ବଡ ବଡ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ସାରା ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି । ନିକ ଜୋନସଙ୍କ ଭାଇ ଜୋ ଜୋନସ ଏକ ହାର୍ଟ ଇମୋଜି ଦେଇ ଉଭୟ ପ୍ରିୟଙ୍କା ଓ ନିକଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । ଅଳ୍ପ ସମୟ ଆଗରୁ ପୋଷ୍ଟ କରାଯାଇଥିବା ଏହି ଖୁସି ଖବରକୁ ୫ ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି ।

ସୂଚନା ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ମିସ୍‌ ୱାର୍ଲ୍ଡ ମୁକୁଟ ହାସଲ କରିଥିଲେ ପରେ ପ୍ରିୟଙ୍କା ଚୋପ୍ରା ୨୦୧୮ ମସିହାରେ ରାଜସ୍ଥାନରେ ଏକ ରୟାଲ ମ୍ୟାରେଜ ସେରିମନିରେ ଆମେରିକା ଗାୟକ ନିକ ଜୋନ୍ସଙ୍କୁ ବିବାହ କରିଥିଲେ। ଏମାନଙ୍କ ବିବାହ ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରିତିନୀତିରେ ଅନୁଷ୍ଠିତ ହୋଇଥିଲା ।

ବିଶ୍ଵ ସୁନ୍ଦରୀ ଟାଇଟଲ ବିଜୟିନୀ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ ସିନେମା ଜଗତରେ ନୁହେଁ ହଲିଓଡ ସିନେମା ଜଗତରେ ମଧ୍ୟ ବେଶ ଜଣାଶୁଣା।ଚାରିଆଡେ ନିଜ ଅଭିନୟର ଜାଲୱା ଦେଖାଇଛନ୍ତି ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା। ଇଣ୍ଟରନ୍ୟାସନାଲ ସେନସେସନ୍‌ ପାଲଟିଥିବା ପ୍ରିୟଙ୍କାଙ୍କୁ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏଥିସହ ସେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ୫ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ହାତେଇ ସାରିଛନ୍ତି। ବିବାହ ପରଠୁ ପ୍ରିୟଙ୍କା ନିଜ ପତିଙ୍କ ସହ ଆମେରିକାରେ ହିଁ ବସବାସ କରୁଛନ୍ତି। ଏବେ ସେ ମା ହେବା ଖବର ପ୍ରଚାରିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।