Viral Video -ଶାଶୁର ଜୀବନ ନେଲା ରାକ୍ଷସୀ ବୋହୁ !ମେଡିକାଲରୁ ଫେରିଲା ଶାଶୁ ,ଘରେ ପୁରେଇଲାନି ବୋହୁ …ରୋଗରେ ଚାଲିଗଲା ଶଶୁର ଜୀବନ ଦେଖନ୍ତୁ video
ବର୍ତ୍ତମାନ ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ। ଲୋକ ମାନଙ୍କ ମଧ୍ୟରେ ମଣିଷ ପଣିଆ ଭଳି ଗୁଣ ହ୍ରାସ ପାଇବାରେ ଲାଗିଛି। ପ୍ରତିଦିନ ଚୋରି, ହତ୍ୟା, ଡକାୟତି, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ବର୍ତ୍ତମାନ ପାରିବାରିକ ଘଟଣା ଦେଖିବା ପାଇଁ ମିଳୁଛି। ଆପଣ ମାନେ ଦେଖିଥିବେ ପ୍ରାୟତଃ ଅଧିକାଂଶ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର କଳହ ଲାଗି ଅନେକ ପ୍ରକାର ବଡ଼ ବଡ଼ ଅପରାଧ ଘଟି ଯାଉଛି। କେଉଁଠି ବାପା ପୁଅ ମଧ୍ୟରେ ଝଗଡା ଲାଗି ବାପ ପୁଅକୁ ମାରି ଦେଉଛି ତୋ ଆଉ କେଉଁଠି ମାଆ ପୁଅ ମଧ୍ୟରେ ଝଗଡା ଲାଗି ମାଆ ପୁଅକୁ ହତ୍ୟା କରିଦେଉଛି, ତୋ ଆଉ କେଉଁଠି ବହୁ ଶାଶୂକୁ ନିର୍ଯାତନା ଦେଉଛନ୍ତି ଏଭଳି ଭାବରେ ଅନେକ ଘଟଣା ଆମ ସମାଜରେ ଦେଖିବା ପାଇଁ ମିଳିଥାଏ।
ତେବେ ମିଳିଥିବା ସୂଚନା ଅନୁସାରେ, ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ହରିହର ପୁର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଏବଂ ନିନ୍ଦନୀୟ ଘଟଣା | ତେବେ ନୟାଗଡ ଜିଲ୍ଲାର ମିରକୁମାରୀ ନାୟକ ନାଁ ରେ ଜଣେ ବୃଦ୍ଧା ଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ, ଯାହା କୁହା ଯାଉଛି କି ବୋହୂ ଶାଶୂ ଓ ପୁଅ ଙ୍କ ମଧ୍ୟରେ କିଛି ମନମାଳିନ୍ୟ ହୋଇ ଝଗଡା ହୋଇଥିଲା | ପରେ ଏହି କାରଣ ରୁ ସେମାନଙ୍କ ମଧ୍ୟରେ ବହୁତ କଳି କଜିଆ ଲାଗି ରହୁ ଥିଲା ଅଧିକାଂଶ ସମୟ ରେ । ତେଣୁ କରି ବୋହୂ ପୁଷ୍ପଲତା ନାୟକ ତାଙ୍କର ଶାଶୂ ଘରେ ରହୁଥିଲେ ଏବଂ ପୁଏ ଓ ମାଁ ଏକ ଭଡା ଘରେ ଘର ଭଡା ନେଇ ରହୁ ଥିଲେ ଯାହା ଘଟଣାର ତଦନ୍ତ ପରେ ଜଣା ପଡିଛି ।
ତେବେ ଯାହା ସୂଚନା ରହିଛି କି ମାଁ ପୁଅ ଯେତେବେଳେ ଭଡା ଘରେ ରହୁ ଥିଲେ ସେତେବେଳେ ବୋହୂ ଓରଫ ମାଁ ଙ୍କ ଦେହ ବହୁତ ଅସୁସ୍ଥ ହୋଇ ପଡୁ ଥିଲା । କାରଣ ଏହି ସବୁ କଥା ଅଧିକ ଚିନ୍ତା କରି ସେ ଅସୁସ୍ଥ ହୋଇ ପଡୁଥିଲେ ଅଧିକାଂଶ ସମୟରେ ଏପରି ହଠାତ୍ ଦିନେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବା କାରଣ ରୁ ପୁଅ ତାଙ୍କୁ ନେଇ କେମ୍ସ ରେ ଥିବା ଏକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା |
କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଅଧିକ ଖରାପ ହେବାକୁ ଲାଗିଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ସେହି ହସ୍ପିଟାଲ ରେ | ଆଉ ମୃତ୍ୟୁ ପରେ ପୁଅ ଜଣଙ୍କ ତାଙ୍କର ମା ଙ୍କ ର ମୃତ ଦେହ କୁ ସାଙ୍ଗରେ ନେଇ ନିଜ ଘରକୁ ଆସିଥିଲେ | କିନ୍ତୁ ଯେହେତୁ ବୋହୂ ସେଠାରେ ଆଗରୁ ରହିଥିଲେ ତେଣୁ ସେ ତାଙ୍କ ଶାଶୁର ଶବକୁ ଘରେ ପୂରେଇବା ପାଇଁ ଦେଇନଥିଲେ ।
ଆଉ ଦୀର୍ଘ 15-20 ଘଣ୍ଟା ଧରିକି ଘର ସାମ୍ନା ରେ ପୁଅ ମାଁର ମୃତ ଶରୀରକୁ ନେଇ ଅପେକ୍ଷା କରିଥିଲେ ମଧ୍ୟ କିଛି ବି ସୁଫଳ ମିଳି ନ ଥିଲା ଏବଂ ପୁଷ୍ପଲତା ଘର ଖୋଲି ନ ଥିଲେ କି ଗାଁ ଲୋକ ମାନେ ମଧ୍ୟ ଶବ ବିବାଚ୍ଛେଦ ପାଇଁ ସାହାଯ୍ୟ କରି ନ ଥିଲେ | ତେବେ ଗାଁଲୋକଙ୍କର ଏବଂ ପୋଲିସର ଅସହଯୋଗ କାରଣରୁ ଏପରି ହୋଇଥିବା ବେଳେ ବର୍ତ୍ତମାନ ନିରଞ୍ଜନ ପ୍ରଶାସନର ସାହାଯ୍ୟ ଲୋଡିଛନ୍ତି ।