viral ଭିଡ଼ିଓ-ଏହି ନୂଆ ଚଳଚ୍ଚିତ୍ରର ସୁଟିଂ ଭିଡିଓରୁ ଓଡିଶା ଛାଡିବା ପରେ ହିରୋଇନ୍ ଭୁମିକା ମନାଲିରେ ସମୟ ବିତାଉଛନ୍ତି ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଓଡିଆ ସିନେମା ଜଗତର ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ଭୂମିକା ଦାସ ବେଶ ଜଣାଶୁଣା। ଖୁବ ଅଳ୍ପ ବୟସରୁ ଓଡ଼ିଶାବାସୀଙ୍କ ହୃଦୟରେ ଘର କରି ପାରିଥିଲେ ଅଭିନେତ୍ରୀ ଭୂମିକା ଦାସ। ନିଜର ଜବରଦସ୍ତ ଆକ୍ଟିଂ ଡାନ୍ସ ବହୁତ କମ ବୟସରୁ ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି ଭୂମିକା।୨୦୦୩ ଜାନୁଆରୀ ୨୨ ତାରିଖରେ ଭୁବନେଶ୍ୱର ଠାରେ ଜନ୍ମଗ୍ରହଣ କରିଥିଲେ ଭୂମିକା ଦାସ।

ମାତ୍ର ୧୦ ବର୍ଷ ବୟସରେ ସେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ପାଦ ଦେଇଥିଲେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଏବଂ ସାରା ଓଡ଼ିଶାବାସୀଙ୍କ ଭଲ ପାଇବା ସାଉଁଟି ପାରିଛନ୍ତି।

୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ‘ରୁମ୍‌କୁ ଝୁମାନା’ ଚଳଚ୍ଚିତ୍ରରେ ମାଧ୍ୟମରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ପାଦ ଥାପିଥିଲେ ଭୂମିକା। ଏହା ପରେ ଓଡ଼ିଆ କଥାଚିତ୍ର ‘ପାରିବେନି କେହି ଅଲଗା କରି’ ଓ ତରଙ୍ଗ ସିନେ ପ୍ରଡକ୍ସନରେ ମୁକ୍ତିଲାଭ କରିଥିବା ‘ଗପ ହେଲେବି ସତ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ। ତେବେ ୨୦୧୭ ମସିହାରେ ତରଙ୍ଗ ସିନେ ପ୍ରଡକ୍ସନର ‘ତୁ ମୋ ଲଭ ଷ୍ଟୋରୀ’ କଥାଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିଥିଲେ।

ଏହାପରେ ସେ ଅଭିନେତା ବାବୁଶାନ ମହାନ୍ତିଙ୍କ ବିପକ୍ଷରେ ‘ହିରୋ ନଂ ୱାନ’, ଓ ‘ଶ୍ରୀମାନ ସୁରଦାସ’, ରେ ମୁଖ୍ୟ ନାୟିକା ଭାବରେ ନଜର ଆସିଥିଲେ। ‘ନାୟକର ନା ଦେବଦାସ’,’ତୁ ମୋ ଲଭ ଷ୍ଟୋରୀ-୨’, ‘ଚକ୍ଷୁ ବନ୍ଧନ’ ପରି ବହୁ ଓଡ଼ିଆ କଥାଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିଛନ୍ତି ଅଭିନେତ୍ରୀ ଭୂମିକା ଦାସ। ଆଗକୁ ମଧ୍ୟ ତାଙ୍କର ବହୁ ନୂଆ ନୂଆ ଚଳଚ୍ଚିତ୍ର ସାମ୍ନାକୁ ଆସିବାକୁ ଯାଉଛି।


୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ‘ରୁମକୁ ଝୁମାନା’ ରେ ସୁନ୍ଦର ଅଭିନୟ କରି ଶିଶୁ କଳାକାର ଭାବରେ ରାଜ୍ୟ ଶ୍ରେଷ୍ଠ ଶିଶୁ କଳାକାର ର ଆୱାର୍ଡ଼ ପାଇଥିଲେ।

ଏହାପରେ ତରଙ୍ଗ ସିନେ ଆୱାର୍ଡ଼ ତରଫରୁ ଶ୍ରେଷ୍ଠ ନବାଗତା ନାୟିକା ଭାବରେ ଭୂମିକା ଦାସଙ୍କୁ ସମ୍ମାନିତ କରାଯାଇଥିଲା। କେବଳ ଅଭିନୟ କ୍ଷେତ୍ରରେ ନୁହେଁ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଓଡିଶୀ ନୃତ୍ୟରେ ମଧ୍ୟ ନିପୂଣ ପାରଦର୍ଶିତା ଅର୍ଜନ କରିଛନ୍ତି ଏହି ନାୟିକା ଜଣକ।

ବର୍ତ୍ତମାନର ଖବର ଅନୁଯାୟୀ ଅଭିନେତ୍ରୀ ଭୂମିକା ଦାସ ଏବେ ଓଡିଶାରେ ରହୁ ନାହାନ୍ତି।ସେ ଏବେ ହିମାଚଳ ପ୍ରଦେଶ ସ୍ଥିତ ମୋନାଲି ଠାରେ ରହୁଛନ୍ତି। ସୂଚନା ଅନୁଯାୟୀ ଭୂମିକା ଦାସ ତାଙ୍କର ଆସୁଥିବା ଆଗାମୀ ଓଡ଼ିଆ ଫିଲ୍ମର ସୁଟିଂ ପାଇଁ ମୋନାଲିି ଯାଇଛନ୍ତି।

ସୁଟିଂ ସମୟର କିଛି ମଜାଦାର ଭିଡିଓ ଓ ଫୋଟ ଭୂମିକା ଦାସ ତାଙ୍କର ସୋଲିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ। ଯାହାକୁ ନେଇ ଭୂମିକାଙ୍କ ଫ୍ରେଣ୍ଡସ ମାନେ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି। ତାଙ୍କର ଆସୁଥିବା ଆଗାମୀ ସିନେମାଙ୍କୁ ଭୂମିକାଙ୍କ ଫ୍ରେଣ୍ଡସ ମାନେ ଚାହିଁ ବସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।