viral ଭିଡ଼ିଓ-ମହାରାଷ୍ଟ୍ରରୁ ଗିରଫ ହେଲେ ପୁଷ୍ପାରାଜ ଟ୍ରକ ଡ୍ରାଇଭର,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ବର୍ତ୍ତମାନର ଖବର ଅନୁଯାୟୀ ପୁଷ୍ପା ରାଜ ର ଡାଇଲଗ କହି ଫଶି ଯାଇଛନ୍ତି ଜଣେ ଟ୍ରକ ଡ୍ରାଇଭର। ପୁଷ୍ପା ରାଜ କେବେ ହାରିବନି କି ପୋଲିସ ହାତରେ କେବେ ଧରା ପଡ଼ିବନି, ଏକଥା କେବଳ ଫିଲ୍ମରେ ସମ୍ଭବ କାରଣ ଏଠି ପୁଷ୍ପା ରାଜ ନଇଁଛନ୍ତି ଓ ପୋଲିସ ତାଙ୍କୁ ଗିରଫ କରିଛି। ଆଲୁ ଅର୍ଜ୍ଜୁନ ଙ୍କ ପୁଷ୍ପା ଫିଲ୍ମର ଚରିତ୍ର ଭିତରେ ଏତେ ପ୍ରଭାବିତ ହୋଇଥିଲେ ଯେ ଏଭଳି ଅପରାଧ କରିବା ପାଇଁ ଆଗେଇ ଯାଇଥିଲେ କର୍ଣ୍ଣାଟକର ଜଣେ ଟ୍ରକ ଡ୍ରାଇଭର।
ଆନ୍ଧ୍ର ପ୍ରଦେଶରୁ ରକ୍ତଚନ୍ଦନ କାଠକୁ ଚାଲାଣ କରିବା ସମୟରେ ଧରା ପଡ଼ିଛନ୍ତି ଏହି ପୁଷ୍ପା ରାଜ ଟ୍ରକ ଡ୍ରାଇଭର ଜଣକ। ମହାରାଷ୍ଟ୍ର, କର୍ଣାଟକ ଓ ଆନ୍ଧ୍ର ପ୍ରଦେଶ ସୀମାରେ ଥିବା ମିରାଚ ନଗରର ଚେକ୍ ପଏଣ୍ଟକୁ ଫାଙ୍କି ଚାଲି ଯାଉଥିବା ସମୟରେ ଟ୍ରକ ଡ୍ରାଇଭର ୟାସଙ୍କୁ କାବୁ କରିଥିଲା ମହାରାଷ୍ଟ୍ର ପୋଲିସ। ମହାରାଷ୍ଟ୍ର ପୋଲିସର ଚେକିଙ୍ଗ ଚାଲିଥିବା ସମୟରେ ଟ୍ରକରୁ ଧରା ପଡ଼ିଛି ପାଖାପାଖି ଅଢ଼େଇ କୋଟି ଟଙ୍କାର ରକ୍ତ ଚନ୍ଦନ।
ତେବେ ଟ୍ରକ ଡ୍ରାଇଭର ଜଣକ ଅତି ଚାଲାକର ସହ କ୍ଷୀର ଏବଂ ପରିବା ଭିତରେ ଏହି ରକ୍ତ ଚନ୍ଦନ କାଠକୁ ଚାଲାଣ କରୁଥିଲେ ଯାହା ତାଙ୍କ ପାଇଁ ଖୁବ ମହଙ୍ଗା ପଡିଛି। ତେବେ ଟ୍ରକର ଫ୍ରଣ୍ଟରେ କୋଭିଡ-୧୯ ର ଜରୁରୀ କାଳୀନ ସେବାର ଷ୍ଟିକର ଲଗାଇ ଚାଲାଣ କରା ଯାଉଥିଲା ଏହି ରକ୍ତ ଚନ୍ଦନ କାଠ। ଯାହାକୁ ମହାରାଷ୍ଟ୍ର ପୋଲିସ ସନ୍ଧେହ ଦୃଷ୍ଟିରେ ନେଇଥିଲା।
ସବୁଠାରୁ ଗୁୁରୁତ୍ବପୂର୍ଣ୍ଣ କଥା ଦେଉଛି ଟ୍ରକ ଡ୍ରାଇଭର ୟାସ ଗିରଫ ହେବା ସମୟରେ ଅଲ୍ଲୁ ଅର୍ଜ୍ଜୁନ ଙ୍କ ‘ପୁଷ୍ପା’ ଫିଲ୍ମର ଚର୍ଚ୍ଚିତ ଡାଇଲଗ ‘ମେ ଝୁକୁଙ୍ଗା ନେହିଁ’ କହିଥିଲେ। ଯାହା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି।
ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ରିଲ ଏହି ଡାଇଲଗକୁ ରିଅଲ ଭାବି ନେଇଛନ୍ତି ଡ୍ରାଇଭର ଜଣକ ଯାହା ତାଙ୍କ ପାଇଁ ଖୁବ ମହଙ୍ଗା ପଡ଼ିଛି। ଟ୍ରକ ଡ୍ରାଇଭର ଜଣକ ଏବେ ଗିରଫ ହୋଇ ପୋଲିସ ହେପାଜତରେ ରହିଛନ୍ତି।
ସାରା ଦେଶରେ ରାଜ କରୁଛି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସାଉଥ ଫିଲ୍ମ ପୁଷ୍ପା: ଦ ରାଇଜର ବକ୍ସ ଅଫିସରେ ଧମକା କରୁଛି। ପୁଷ୍ପା ମୁଭି ସବୁଆଡେ ଟ୍ରେଣ୍ଡ ପାଲଟି ଯାଇଛି। ସମସ୍ତଙ୍କୁ ଘାରିଛି ଫିଲ୍ମ ପୁଷ୍ପାର ନିଶା।ଏହି ମୁଭିର ଡ଼ାଇଲଗ ଓ ଗୀତ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଟ୍ରେଣ୍ଡ କରୁଛି।
ପୁଷ୍ପା: ଦ ରାଇଜର ସୁପରହିଟ ଡାଇଲଗରରେ ଆକ୍ଟିଂ କରି ପୁଣି ରିଲ୍ସ କରି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଅନେକ ଫେମସ୍ ହେଉଛନ୍ତି ।
କେବଳ ସାଧାରଣ ଲୋକମାନେ ନୁହନ୍ତି ଏମିତିକି ବଡ଼ ବଡ ସେଲିବ୍ରେଟି ଓ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର ଡାଇଲଗ ଓ ଗୀତରେ ରିଲ୍ସ କରୁଛନ୍ତି। ଗୀତର ହୁକ୍ ଷ୍ଟେପ କରୁଛନ୍ତି ଯାହା ସମସ୍ତଙ୍କୁ ବହୁତ ପସନ୍ଦ ଆସୁଥିବାର ହେଖିବାକୁ ମିଳିଛି। ତେବେ ଡ୍ରାଇଭର ଜଣକ ଏମିତି ଅପରାଧ ଏବେ ଚର୍ଚ୍ଚାରେ ରହିଛି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।