viral ଭିଡ଼ିଓ-ଭାଇରାଲ୍ ଭିଡ଼ିଓକୁ ନେଇ ମୁଁହ ଖୋଲିଛନ୍ତି ରାଜବୀରଙ୍କ ମା,’ମଦ ନୁହେଁ ମୋ ସ୍ଵାମୀ ଜୁସ୍ ପିଉଥିଲେ’।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଦିନକୁ ଦିନ ବିଗିଡିବାକୁ ଲାଗିଛି କୁନି ପୁଅ ରାଜବୀର ରଣାଙ୍କ ସ୍ବାସ୍ଥ୍ୟ ଅବସ୍ଥା। ରାଜବୀର ବାପା କୁଳମଣି ରଣା ଓ ମା ତମଲିକା ଦାଶ ଦେଶରେ କୋଣ ଅନୁକୋଣରୁ ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ କରୁଛନ୍ତି। ଏତିକି ବେଳେ ରାଜବୀରଙ୍କ ବାପାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁ ଭିଡିଓରେ ରାଜବୀରଙ୍କ ବାପା ଗୋଟିଏ ହୋଟେଲ ଭିତରେ ମଦ୍ୟ ପାନ କରୁଛନ୍ତି ଓ ତାଙ୍କ ପତ୍ନୀଙ୍କ ସହ ବହୁତ ଯୁକ୍ତି ତର୍କ କରୁଛନ୍ତି। ଏହା ପରେ ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ଏ ନେଇ ରାଜବୀରଙ୍କ ମା ତମଲିକା ଦାସ ମୁଁହ ଖୋଲିଛନ୍ତି। ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି।

ରାଜବୀରଙ୍କ ମା ତମଲିକାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ମଦ୍ୟ ପାନ କରୁନଥିଲେ ସେ ରୁଟି ସହିତ ଜୁସ୍ ଖାଉଥିଲେ ଓ ସେମାନେ ଯୁକ୍ତି ତର୍କ କରୁନଥିଲେ ବୋଲି ତମଲିକା କହିଛନ୍ତି।

 ତାଙ୍କୁ ଓ ତାଙ୍କ ସ୍ଵାମୀକୁ ମିଛରେ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।ସେ ଓ ତାଙ୍କ ସ୍ଵାମୀ ମିଶି କରି ରୁଟି ଓ ଜୁସ୍ ଖାଉଥିଲେ ବୋଲି କହିଛନ୍ତି। ତ ଏ ଭିଡିଓ କି କରିଛି ସେ ବିଷୟରେ କିଛି ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ତମଲିକା ଏହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି।

ଭାଇରାଲ ଭିଡିଓରେ ଶୁଣିବାକୁ ମିଳିଥିବା ଅଡିଓ ସେମାନଙ୍କର ବ୍ୟକ୍ତି ଗତ ମାମଲା ବୋଲି ସେ କହିଛନ୍ତି। ଯେହେତୁ ତାଙ୍କ ଶାଶୁଙ୍କର ବୟସ ହୋଇଗଲାଣି ତେଣୁ ସେ ରାଜବୀରର ଯତ୍ନ ନେବା ପାଇଁ ତାଙ୍କ ନିଜ ମାଙ୍କୁ ଆଣିବା ପାଇଁ ତାଙ୍କ ସ୍ଵାମୀଙ୍କ ସହିତ ଯୁକ୍ତି ତର୍କ କରୁଥିଲେ।


ତେବେ ରାଜବୀର ଜୀବନ ବଞ୍ଚାଇବା ପାଇଁ ୧୬ କୋଟି ଟଙ୍କାର ଏକ ଇଞ୍ଜେକ୍ସନ ଦରକାର ରହିଛି। ଯାହା ଯୋଗାଡ କରିବା ରାଜବୀରଙ୍କ ବାପା ମାଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଛି। ତେବେ ସେମାନେ ଦେଶର କୋଣ ଅନୁକୋଣରେ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ।

ବର୍ତ୍ତମାନ ସୁଧା ରାଜବୀରଙ୍କ ବାପା ମାଙ୍କ ପାଖରେ ୩ କୋଟି ୭୦ ଲକ୍ଷ ଟଙ୍କାର ସହାୟତା ରାଶି ପହଁଞ୍ଚି ପାରିଛି। ତେବେ ଆହୁରି ୧୨ କୋଟି ୩୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି।

ଦିନକୁ ଦିନ ରାଜବୀରର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ ଯାଉଛି। ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଟାଇପ ୨ ଭଳି ଏକ ସାଙ୍ଘାତିକ ରୋଗରେ ପୀଡିତ ଅଛି ମାତ୍ର ୨୨ ମାସର କୁନି ପୁଅ ରାଜବୀର ରଣା। ଯାହା ଫଳରେ ରାଜବୀରଙ୍କୁ ଖାଇବା, ବସିବା ଓ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି ।

ସେ ଖୁବ୍ ଯନ୍ତ୍ରଣାରେ ଛଟ ପଟ ହେଉଛି ।ତୁରନ୍ତ ଚିକିତ୍ସା ନକଲେ ଜୀବନ ଚାଲିଯାଇ ପରେ ବୋଲି ଡାକ୍ତର କହିଛନ୍ତି। ତେବେ ସାରା ଓଡ଼ିଶାବାସୀଙ୍କ ନିକଟରେ ନିଜର ସକ୍ଷମ ଅନୁସାରେ କିଛି କିଛି ଅର୍ଥ ରାଶି ସହଯୋଗ କରିବା ନିମନ୍ତେ ରାଜବୀରଙ୍କ ବାପା ମା ଆକୁଳ ନିବେଦନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।