viral ଭିଡ଼ିଓ-ଭାଇରାଲ ହେଉଛନ୍ତି ନୂଆ ରିୟାଲିଟି ଶୋ ଓଡ଼ିଶାର ନୂଆ ସ୍ୱର (ଜୁନିୟର)ର ଶାନ୍ତନୁ କୁମାର ମହାନ୍ତି।ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଆଧୁନିକ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସୋସିଆଲ ମିଡିଆ ଏକ ମୁଖ୍ୟ ମାଧ୍ୟମ ପାଲଟି ଯାଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭା ସବୁ ଧିରେ ଧିରେ ଲୋକ ଲୋଚନକୁ ଆସି ପାରୁଛି। ସୋସିଆଲ ମିଡିଆରେ ସାହାଯ୍ୟରେ ବହୁତ ଲୋକେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ସୋସିଆଲ ମିଡିଆ ସାହାଯ୍ୟରେ ବହୁତ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଇଛନ୍ତି।

ଅନେଇ ରିଆଲିଟି ସୋ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି। ତେବେ ଓଡ଼ିଶାର ଲୋକପ୍ରିୟ ଗାଇକା ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲଙ୍କ ନୂଆ ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭି ଏବେ ଓଡ଼ିଶାରେ ଲୋକପ୍ରିୟତା ହାସଲ କରି ବାରେ ଲାଗିଛି। ନୂଆ ନୂଆ ରିଆଲିଟି ଶୋ ଏବଂ ନୂଆ ନୂଆ ଧାରାବାହିକ ଓଡ଼ିଶାବାସୀଙ୍କୁ ଭେଟି ଦେବାରେ ଲାଗିଛି ଏହି ନୂଆ ଚ୍ୟାନେଲ ସିଦ୍ଧାର୍ଥ ଟିଭି।

ସିଦ୍ଧାର୍ଥ ଟିଭି ନେଇ ଆସିଛି ନୂଆ ରିଆଲିଟୀ ଶୋ ‘ଓଡ଼ିଶାର ନୂଆ ସ୍ୱର(ଜୁନିଅର)। ଯାହା ଖୁବ୍ ଲୋକ ପ୍ରିୟ ହେବାରେ ଲାଗିଛି। ଏହି ରିଆଲିଟୀ ଶୋ ରେ ଓଡ଼ିଶାର କୋଣ ଅନୁକୋଣର ଛୋଟ ଛୋଟ ପିଲା ମାନେ ଅଂଶ ଗ୍ରହଣ କରିଥିଲେ। କୁନି କୁନି ପିଲା ମାନଙ୍କ ପ୍ରତିଭାକୁ ଜଜ୍ କରିବା ପାଇଁ ଜଜ ଅଛନ୍ତି ଓଡ଼ିଶାର ବରିଷ୍ଠ ଗାୟକ,ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ମାନଙ୍କୁ ଦିଆଯାଇଛି।

ତେବେ ଏହି ଶୋରେ ଭାଇରାଲ ହେଉଛି ଏକ କୁନି ପୁଅ ଶାନ୍ତନୁ କୁମାର ମହାନ୍ତି। ବୟସ ମାତ୍ର ୭ ବର୍ଷ । କିନ୍ତୁ ଏହି କୁନି ପୁଅ ଶାନ୍ତନୁର କଣ୍ଠରେ ଏକ ଭିନ୍ନ ଧରଣର ଯାଦୁ ରହିଛି। ନିଜ ସ୍ୱରର ଯାଦୁରେ ଜଜେସ ମାନଙ୍କ ମନ କିଣିବା ସହିତ ସାରା ଓଡ଼ିଶା ବାସୀଙ୍କ ମନ କିଣି ନେଇଛନ୍ତି ଶାନ୍ତନୁ। ତେବେ ଶାନ୍ତନୁ ଅଡିସନ ରୁ ଆସି ମେଗା ଅଡିସନ୍ ଏବଂ ମେଗା ଅଡିଶନରୁ ଆସି ଷ୍ଟୁଡିଓ ରାଉଣ୍ଡରେ ପହଁଚି ସାରିଛନ୍ତି।

ତେବେ ଶାନ୍ତନୁ ଷ୍ଟୁଡିଓ ରାଉଣ୍ଡ ରେ ଲୋକପ୍ରିୟ ଓଡ଼ିଆଗୀତ ‘ ଯେଉଁ ଝିଅର ମୋବାଇଲ ରେ ନେଟ ଜାଣିବ ସିଏ କାହା ସହିତ ସେଟ୍’ ଏହି ଗୀତ ଗାଇ ଜଜେସ ମାନଙ୍କ ମନ କିଣି ନେଇଥିଲେ। ଭଲ ଗାଇବା ସହ ଖୁବ୍ ସୁନ୍ଦର ପୋର୍ଫମାନ୍ସ ମଧ୍ୟ କରିଥିଲେ।ଏହି ଶୋରେ ଗେଷ୍ଟ ଜଜ୍ ଭାବରେ କମେଡି କିଙ୍ଗ ପପୁ ପମପମଙ୍କୁ ଦେଖିବାକୁ ମିଳିଥିଲା।

ପପୁ ପମପମ୍ ଶାନ୍ତନୁଙ୍କୁ ବହୁତ୍ ମଜା ମଜା କମେଣ୍ଟ ଦେବା ସହ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ। କେବଳ ପପୁ ପମପମ୍ ନୁହଁନ୍ତି ସେଠି ଉପସ୍ଥିତ ଥିବା ସବୁ ଜଜେସ୍ ମାନେ ଶାନ୍ତନୁଙ୍କୁ ଖୁବ ପ୍ରଶଂସା କରିଥିଲେ। ଏହି ବିଡ଼ିଓ ଏବେ ସାରା ଓଡ଼ିଶାର ଦର୍ଶକ ମାନଙ୍କ ମନ କିଣିବାରେ ଲାଗିଛି। ମାତ୍ର ୭ ବର୍ଷ ବୟସରେ ଏତେ ସୁନ୍ଦର ଗୀତ ଗାଇ ସମସ୍ତଙ୍କୁ ନିଜର ଫ୍ରେଣ୍ଡ୍ କରି ନେଇଛନ୍ତି ଶାନ୍ତନୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।