viral ଭିଡ଼ିଓ -ଭାଇରାଲ ହେଉଛି ଲେଡ଼ିଜ୍ ଗ୍ରୁପର ମହିଳାମାନଙ୍କ କୀର୍ତ୍ତନ ଭିଡିଓ ଦେଖିଲେ ଆଉ କିଛି ବି ଦେଖିବା ପାଇଁ ଇଛା ହେବନାହିଁ ,ଯାହାକୁ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ଆମ ଓଡ଼ିଶାର ପର୍ବ ପର୍ବାଣୀ, ଯାନିଯାତ୍ରା, ପୂଜାର୍ଚ୍ଚନା ଆଦି ସବୁଠାରୁ ନିଆରା। ଆମ ଓଡ଼ିଆ ମାନେ ସବୁ ପର୍ବ ପର୍ବାଣୀଙ୍କୁ ଖୁବ୍ ମାନିଥାନ୍ତି। ଗୃହର ମଙ୍ଗଳ ପାଇଁ କାହିଁ କେତେ ମାଙ୍ଗଳିକ କାର୍ଯ୍ୟ କରିଥାନ୍ତି। ଆମ ସମାଜରେ ପ୍ରାୟ ସମୟରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଆଦି ଦେଖିବାକୁ ମିଳିଥାଏ।
କାହିଁ କେତେ ବର୍ଷ ଆଗରୁ ଆମ ହିନ୍ଦୁ ଧର୍ମରେ ନାମ ସଙ୍କୀର୍ତ୍ତନ ଆଦି ହୋଇଆସୁଅଛି। ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ ।ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ ।
ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନ ଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ।
ତେବେ ଏହି ସଙ୍କୀର୍ତ୍ତନ ଗାନ କରିବା ପାଇଁ ଆମ ଅଞ୍ଚଳରେ କିଛି ବିଶେଷ ପ୍ରତିଭା ମାନେ ରହିଥାନ୍ତି। ଯେଉଁମାନେ ଆସି ଭଗବାନଙ୍କ ନାମ ସଙ୍କୀର୍ତ୍ତନ କରିଥାନ୍ତି। ବର୍ତ୍ତମାନ ସମୟରେ ଜଣେ ରତନପୁରରୁ କିଛି ମହିଳା ମାନେ ନାମ ସଙ୍କୀର୍ତ୍ତନ କରୁଥିବାର ଦେଖିବାକୁ ମିଳୁଛି। ମହିଳା ମାନଙ୍କ ପ୍ରଦର୍ଶନକୁ ଥରେ ଦେଖିଲେ ଆଖି ଲାଖି ହୋଇ ଯିବ।
“ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ,ହରେରାମ ହରେରାମ ରାମ ରାମ ହରେହରେ” ସଙ୍କୀର୍ତ୍ତନ ପଦ ସାଙ୍ଗକୁ ଅତି ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ଏହି ମହିଳା ମାନେ। ଯାହାକୁ ଦେଖି ଦର୍ଶକ ମାନେ ଏହି ମହିଳା ମାନଙ୍କୁ ବହୁତ ପସନ୍ଦ କରିବା ସହିତ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।
ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆଜିର ଏ ଆଧୁନିକ ଦୁନିଆରେ ଯୁବପିଢି ମାନେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଛାଡି ଆଧୁନିକ ନୃତ୍ୟ, ଗୀତ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ତେବେ ଏହି କ୍ଷେତ୍ରରେ ବାଲସି ଲେଡିଜ୍ କୀର୍ତ୍ତନ ଗ୍ରୁପର ମହିଳା ମାନଙ୍କ ଏପରି ପରିବେଷଣକୁ ଖୁବ୍ ପ୍ରଶଂସା କରାଯାଉଛି।
ଆମ ହିନ୍ଦୁ ଧର୍ମରେ ଭଗବାନଙ୍କ ପୂଜା ପାଠ ଆଦିକୁ ବିଶେଷ ମହତ୍ତ୍ଵ ରହିଛି। ଆମ ଦେଶରେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତ ମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ସାଧାରଣତଃ ଭଜନ ସଙ୍କୀର୍ତ୍ତନ ଦ୍ୱାରା ଆମ ହିନ୍ଦୁ ଧର୍ମରେ ଭଗବାନଙ୍କୁ ଆରାଧନା କରାଯାଏ।
କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ ।
ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ। କୁହା ଯାଇଥାଏ କି କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ । ତେବେ ମୁକ୍ତି ପାଇବା ପାଇଁ ଏବଂ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ଭଗବାନଙ୍କ ନାମ ସଙ୍କୀର୍ତ୍ତନର ବହୁତ ଆବଶ୍ୟକତା ବହୁତ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।