viral ଭିଡ଼ିଓ- ଭାଇରାଲ ହେଉଛି ଭୁବନ ବାଦ୍ୟକରଙ୍କ ‘କାଚା ବାଦାମ’ ଗୀତ, ତେବେ ଏ ଭୁବନ ବାଦ୍ୟକର କିଏ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ସୋସିଆଲ ମିଡିଆରେ ରାତାରାତି ଷ୍ଟାର ହେବା କିଛି ନୂଆକଥା ନୁହଁ।ପୂର୍ବରୁ ମଧ୍ୟ ରେଳଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ ରାନୁ ମଣ୍ଡଳ। କିଛି ଦିନ ପୂର୍ବରୁ “ବଚପନ କା ପ୍ୟାର” ଗୀତ ଗାଇ ସହଦେବ ଡିର୍ଡୋ ମଧ୍ୟ ଷ୍ଟାର ପାଲଟି ଯାଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ କାଚା ବାଦାମ ଗୀତ ଇଣ୍ଟରନେଟର ସେନ୍ସେସନ ପାଲଟି ଯାଇଛି।

“କାଚା ବାଦାମ, ପକ୍କା ବାଦାମ” ଗୀତଟି ଏବେ ଇଣ୍ଟରନେଟ ଜଗତରେ ଖୁବ ଧୁମ୍ ମଚଉଛି। ବର୍ତ୍ତମାନ ସମୟରେ ଏହିଗୀତଟି ସୋସିଆଲ ମିଡିଆରେ ସେନ୍ସେସନ ପାଲଟି ଯାଇଛି। ଏହି ଗୀତର ରୀଲ ଏବଂ ସର୍ଟ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି “କାଚା ବାଦାମ, ପକ୍କା ବାଦାମ” ୟୁଟୁବରେ ଅପଲୋଡ଼ ହେବା ପରେ ଲକ୍ଷ ଲକ୍ଷ ଦର୍ଶକ ଏହାକୁ ଦେଖି ଖୁବ ଭଲପାଇବା ଦେଉଛନ୍ତି।

ତେବେ ଗୀତଟି କୌଣସି ସିଙ୍ଗର ଗାଇ ନାହାଁନ୍ତି ଗାଇଛନ୍ତି ଏକ ସାଧାରଣ ବାଦାମ ବିକାଳି। ବାଦାମ ବିକାଳି ଜଣକ ଗାଁ ଗାଁ ବୁଲି ଗୀତ ଗାଇ ବିକଥାନ୍ତି ବାଦାମ। ବାଦାମ ବିକୁଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ଭୁବନ ବାଦ୍ୟକର ଅଟନ୍ତି।ସେ ପ୍ରତ୍ୟେକ ଦିନ ଗାଁ ଗାଁ ବୁଲି ବୁଲି ୪ ରୁ ୫ କେଜିର ବାଦାମ ବିକ୍ରି କରିଥାନ୍ତି।

ବାଦାମ ବିକି ଦିନକୁ ୨୦୦ ରୁ ୨୫୦ ଟଙ୍କା ଲେଖାଏଁ ରୋଜଗାର କରିଥାନ୍ତି। କିନ୍ତୁ ତାଙ୍କ ବାଦାମ ବିକ୍ରି କରିବାର ଷ୍ଟାଇଲ ଟିକେ ଅଲଗା ସେ ବାଦାମ ବିକିଲା ସମୟରେ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ “କାଚା ବାଦାମ, ପକ୍କା ବାଦାମ” ନାମକ ଗୀତ ଗାଇ ଗାଇ ବାଦାମ ବିକ୍ରି କରିଥାନ୍ତି।ତାଙ୍କର ଏହି ଗୀତ ଏବେ ତାଙ୍କୁ କରିଦେଇଛି ସୋସିଆଲ୍‌ ମିଡିଆର ସେନ୍ସେସନ କରିଦେଇଛି।


ପଶ୍ଚିମବଙ୍ଗର ବିରୁଭମ ଜିଲ୍ଲା ଦୁବରାଜପୁର ଅଞ୍ଚଳର ଭୁବନ ବାଦ୍ୟକର। ପରିବାରରେ କହିଲେ ତାଙ୍କ ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝଅ। ତେବେ ପରିବାରର ପ୍ରତିପୋଷଣ ପାଇଁ ଭୁବନ ପ୍ରତିଦିନ ବାଦାମ ବିକ୍ରି କରିଥାନ୍ତି। ତେବେ ଭୁବନ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ନିଜେ ଏହି ଗୀତକୁ ପ୍ରତିଦିନ ଗାଇଥାନ୍ତି।

ହେଲେ ଭୁବନ ଗୀତ ଗାଇ ବାଦାମ ବିକ୍ରି କରୁଥିବା ସମୟରେ ଜଣେ ଯୁବକ ଆସି ତାଙ୍କର ଭିଡିଓ କରିଥିଲେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୋଷ୍ଟ କରିବାର କିଛି ଘଣ୍ଟା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଲା। ଯାହା ବର୍ତ୍ତମାନ ସମୟରେ ଦେଶ ବିଦେଶର ଲୋକ ମାନେ ଏହି ଗୀତରେ ରୀଲ୍ ଏବଂ ସର୍ଟ ବନାଉଛନ୍ତି।

ଏମିତିକି ଭୁବନ ବାଦ୍ୟକରଙ୍କ ଏହି ଗୀତକୁ ନେଇ ଏକ ରିମିକ୍ସ ଭର୍ସନ ମଧ୍ୟ ବାହାରି ସାରିଲାଣି। ଯେଉଁଥିରେ ଭୁବନ ନିଜେ ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି। ଏହାକୁ ଗୋଧୂଳି ବେଳା ମ୍ୟୁଜିକ୍ ନାମକ ଏକ ୟୁଟୁବ ଚ୍ୟାନେଲରେ ଡିସେମ୍ବର ୨୬ ତାରିଖରେ ଅପଲୋଡ଼ କରାଯାଇଥିଲା। ଯାହାକୁ ବର୍ତ୍ତମାନ ସୁଦ୍ଧା ସାଢେ ୪ କୋଟି ଅଧିକ ଲୋକରୁ ଦେଖିସାରିଲେଣି। ଏହା ବ୍ୟତୀତ ଭୁବନଙ୍କ ଗୀତରେ କରାଯାଉଥିବା ରିଲ ଗୁଡ଼ିକ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।