viral ଭିଡ଼ିଓ- ଭାଇରାଲ ହେଉଛି ବାବୁଶାନ ମହାନ୍ତି ତାଙ୍କ ଆଈଙ୍କ ସହ ମଜାମସ୍ତି କରୁଥିବା ଭିଡିଓ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଓଡ଼ିଆ ସିନେମା ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଚକୋଲେଟ ହିରୋ ବାବୁଶାନ ମାହାନ୍ତି ଅନ୍ୟତମ। ଏମିତି ଦେଖିବାକୁ ଗଲେ ସେ ଜଣେ ଗାୟକ ଭାବରେ ବହୁତ ଅଧିକ ଖ୍ୟାତିନାମା ଅର୍ଜନ କରିଛନ୍ତି ବାବୁଶାନ ମାହାନ୍ତିଙ୍କ ଗୀତ ଯେମିତି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ଖୁବ ସୁନ୍ଦର।

ଓଡ଼ିଶାର ଚର୍ଚ୍ଚିତ ଲୋକପ୍ରିୟ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ହେଉଛନ୍ତି ବାବୁଶାନ ମହାନ୍ତି। ୩୦ ଜୁଲାଇ ୧୯୯୦ ମସିହାରେ ବାବୁଶାନ ଓଡ଼ିଶାର ଭୁବେନଶ୍ଵରଠାରେ ଜନ୍ମ ଗ୍ରହଣ କରିଥିଲେ।ଓଲିଉଡ ସିନେମା ଜଗତ ଚକୋଲେଟ ହିରୋ ଭାବରେ ବାବୁସାନ ମହାନ୍ତି ଖୁବ ଅଳ୍ପ ଦିନ ମଧ୍ୟରେ ଓଡିଶା ବାସୀଙ୍କ ମନରେ ଏକ ସ୍ବତନ୍ତ୍ର ଯାଗା ତିଆରି କରିପାରିଛନ୍ତି। ନିଜର ଜବରଦସ୍ତ ଏକ୍ଟିଂ ଓ ଡାନ୍ସ ପାଇଁ ବାବୁଶାନ ମହାନ୍ତି ଦର୍ଶକମାନଙ୍କ ଭଲପାଇବା ସାଉଁଟି ପାରିଛନ୍ତି।

୨୦୦୯ ମସିହାରେ “ରୋମିଓ ଦ ଲଭର୍ ବଏ” ଚଳଚ୍ଚିତ୍ର ମାଧ୍ୟମରେ ବାବୁଶାନ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଭାବରେ ନଜର ଆସିଥିଲେ।ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ଏହାପରେ “ତୋ ଆଖିରେ ମୁଁ”, “ପ୍ରେମ ଅଢ଼େଇ ଅକ୍ଷର”, “ସଞ୍ଜୁ ଆଉ ସଞ୍ଜନା”, “ଲୋଫର”, “ଚକୋଲେଟ”, “୧୪୩ ଆଇ ଲଭ୍ ୟୁ”, “ଦୋସ୍ତି”, “ଥୁକୁଲ”, “ଲେଖୁ ଲେଖୁ ଲେଖିଦେଲି”,

“ସୁପର ମିଛୁଆ”, “ଲଭ ମାଷ୍ଟର”, “ଲଭ ଷ୍ଟେସନ”,”ଲଭ ପାଇଁ କୁଛୁଭି କରେଗା”, “ଶ୍ରୀମାନ ସୁରୁଦାସ”,”ଲୋକାଲ ଟୋକା ଲଭ ଚୋଖା” ପରି ବହୁତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବହୁତ ଥର ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି।

ସେଲିବ୍ରେଟି ମାନେ ତାଙ୍କ ପ୍ରଫେସନାଲ ଲାଇଫ ଓ ପୋର୍ଶନାଲ ଲାଇଫକୁ ନେଇ ସବୁସମୟରେ ଚର୍ଚ୍ଚାରେ ରହିଥାନ୍ତି। ସାଧାରଣ ଲୋକମାନେ ସର୍ବଦା ସେଲିବ୍ରେଟି ମାନଙ୍କ ଗତିବିଧି ଉପରେ ଲକ୍ଷ ରଖିଥାନ୍ତି। ସେମାନଙ୍କ ବ୍ୟକ୍ତି ଗତ ଜୀବନ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରିଥାନ୍ତି। କିଛି ବ୍ୟକ୍ତି ମଧ୍ୟ ସେଲିବ୍ରେଟି ମାନଙ୍କର ଷ୍ଟାଇଲକୁ ଅନୁସରଣ କରିଥାନ୍ତି।

ତେବେ ବର୍ତ୍ତମାନର ଖବର ଅନୁଯାୟୀ ଅଭିନେତା ବାବୁଶାନ ମହାନ୍ତି ତାଙ୍କ ମାମୁଁ ଘରକୁ ବୁଲି ଯାଇଛନ୍ତି।ସେ ତାଙ୍କ ଆଈଙ୍କ ସହିତ ଖୁବ ମଜା ମସ୍ତି କରୁ ଥିବାର ଭିଡିଓ ଭାଇରାଲ ହେଉଛି। ଯାହାକୁ ବାବୁଙ୍କ ଫ୍ରେଣ୍ଡସ ମାନେ ବହୁତ ପସନ୍ଦ କରୁଛନ୍ତି।ବାବୁଶାନ ତାଙ୍କ ଆଈଙ୍କ ପାଖରେ ବସିଛନ୍ତି ଏବଂ ହାତରେ କିଛି ଧରିଛନ୍ତି।

ସେପଟେ ଜଣେ କିଏ ତାଙ୍କୁ ପଚାରୁଛନ୍ତି ହାତରେ କଣ ଧରିଛ ବାବୁଶାନ କହୁଛନ୍ତି ସେ ଆଈଙ୍କ ହାତ ତିଆରି ନଡ଼ିଆ ତେଲ ଧରିଛନ୍ତି ଯାହା ତାଙ୍କୁ ତାଙ୍କ ଆଈ ଦେଇଛନ୍ତି।ଏବଂ ଭିଡିଓରେ ବାବୁଶାନ ଗୁଆ ଘିଅ ଗୀତ ମଧ୍ୟ ଗାଇବା ସହ ଖୁବ ହସୁଛନ୍ତି। ବାବୁଶାନ ତାଙ୍କ ଆଈଙ୍କ ସହିତ ସହିତ କରୁଥିବା ମଜାମସ୍ତିକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।