viral video-ଭାଇରାଲ ହେଉଛି ଅଙ୍ଗନୱାଡ଼ି ଦିଦିଙ୍କ ନିଆରା ପାଠ ପଢିବା ଷ୍ଟାଇଲ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଆମ ଚାରିପାଖରେ ଘଟୁଥିବା ସବୁ ଘଟଣାର ତଥ୍ୟ ସୋସିଆଲ ମିଡିଆରେମାଧ୍ୟମରେ ଆମ ସାମ୍ନାକୁ ଆସୁଛି। ଯାହାମାଧ୍ୟମରେ ଆମେ ଆମ ଚାରିପାଖରେ ଘଟୁଥିବା ଘଟଣା ସମର୍କରେ ଅବଗତ ହୋଇ ପାରୁଛୁ। ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭଦ୍ରକ ଜିଲ୍ଲାର ତିଙ୍ଗିଡି ଅଞ୍ଚଳର ଅଙ୍ଗନୱାଡି କେନ୍ଦ୍ରରୁ ନାଚ ଗୀତ ଅଭିନୟ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି।ଚାଲିଛି କୁନି କୁନି ପିଲାଙ୍କ ପାଠ ପଢା।
ବେତ ପାହରରେ ନୁହେଁ ବରଂ ନାଚ ଗୀତ ଅଭିନୟ ମାଧ୍ୟମରେ ଚାଲିଛି ଶିକ୍ଷାଦାନ। ଭିନ୍ନ ଭିନ୍ନ ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି ଅଙ୍ଗନୱାଡି ଦିଦି। ଅଙ୍ଗନୱାଡ଼ି ଦିଦିଙ୍କ ଏ ନିଆରା ପାଠ ପଢିବା ଷ୍ଟାଇଲକୁ ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି।
କିଛି ଦିନ ପୂର୍ବରୁ ଭଦ୍ରକ ଜିଲ୍ଲାରେ ଏକ ଅଙ୍ଗନୱାଡ଼ି ଦିଦି ପିଲା ମାନଙ୍କୁ ନିଆରା ଢ଼ଙ୍ଗରେ ପାଠ ପଢ଼ାଉ ଥିବାର ଭିଡିଓ ସାମ୍ନାକୁ ଆସିଛି।ଯେଉଁ ଭିଡିଓଟି ଖୁବ୍ ଭାଇରାଲ ହେବାକୁ ଲାଗିଛି। ଅଙ୍ଗନୱାଡ଼ି ଦିଦି ଜଣକ ନାଚ ଗୀତ ଓ ଅଭିନୟ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି।ସେ ନିଜେ ପିଲାମାନଙ୍କୁ ନାଚ ଗୀତ ଓ ଅଭିନୟ କରି ଦେଖାଉଛନ୍ତି। ପିଲାମାନେ ମଧ୍ୟ ଦିଦିଙ୍କ ନାଚ ଗୀତ ଓ ଅଭିନୟକୁ ଅନୁସରଣ କରି ଅଭିନୟ କରୁଛନ୍ତି।
ଭଦ୍ରକ ଜିଲ୍ଲାର ଅଙ୍ଗନୱାଡ଼ି ଦିଦି “ଆସ ଆମେ ଖେଳିବା, ମୁଣ୍ଡ ଆମ ଛୁଇଁବା, ଅଣ୍ଟା ଆମ ନଇଁବା, ଗୋଡ଼ ଆଙ୍ଗୁଠି ହାତରେ ଛୁଇଁ ତଳକୁ ଆମେ ଚାହିଁବା, ଆସ ଆମେ ଖେଳିବା” ଏପରି କିଛି ଗୀତ ଆବୃତ୍ତି କରି ଅଭିନୟ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାର ଭିଡିଓ ଭାଇରାଲ ହେବାପରେ ଅଙ୍ଗନୱାଡ଼ି ଦିଦିଙ୍କୁ କୋଣ ଅନୁକୋଣରୁ ପ୍ରଶଂସା ମିଳିଥିବାର ଦେଖିବାକୁ ମିଳୁଛି।
ଅଙ୍ଗନୱାଡ଼ି ଏମିତି ଏକ ଶିକ୍ଷା କେନ୍ଦ୍ର ଯେଉଁଠି ଶିକ୍ଷୟତ୍ରୀ ଓ ଶିକ୍ଷାର୍ଥୀ ମାନଙ୍କ ସମ୍ପର୍କ ମା ଓ ସନ୍ତାନର ସମ୍ପର୍କ ପରି ହୋଇଥାଏ। ମା ଯେମିତି ପିଲା ମାନଙ୍କର ଯତ୍ନ ନିଏ ଠିକ୍ ସେହିପରି ଅଙ୍ଗନୱାଡ଼ି ଦିଦିମାନେ ପିଲାର ଯତ୍ନ ନେବା ଆବଶ୍ୟକ।
କେବଳ ପଠା ପଢା ନୁହେଁ ବରଂ ନାଚ ଗୀତ ଅଭିନୟ ଖେଳ କୁଦ ପିଲାଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶ ଗୁରତ୍ୱ ଦେବା ଦରକାର।
ପିଲାଙ୍କ ଶାରିରୀକ, ମାନସିକ, ସାମାଜିକ ଓ ଭୌତିକ ବିକାଶ ଲାଗି ନ୍ୟୁ ଅରୋନିମା ଯୋଜନା ପ୍ରଣୟନ କରି ୧୨ ମାସରେ ୧୨ ଟି ଗୀତ ପ୍ରସ୍ତୁତ କରିଛି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ଯାହାକୁ ନାଚ ଗୀତ ଓ ଅଭିନୟ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯିବ।
ଏହି ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦେଲେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ହେବ ବୋଲି ଲକ୍ଷ୍ୟ ରଖା ଯାଇଛି।କୁନି କୁନି ପିଲାମାନଙ୍କୁ ଅର୍ଥାତ୍ ୩-୬ ବର୍ଷ ବୟସ ପର୍ଯ୍ୟନ୍ତ କୁନି କୁନି ପିଲାମାନଙ୍କ ପାଇଁ ଏହି ଶିକ୍ଷା ବ୍ୟବସ୍ଥା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।