viral ଭିଡ଼ିଓ-ଭାଇରାଲ ହେଉଛି ୭ ବର୍ଷର ବାଳକ ପରିବାର ଚଳେଇବା ପାଇଁ ରାସ୍ତା କଡ଼ରେ ଚାଟ ବିକ୍ରି କରିବାର ଭିଡିଓ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି !

ଖେଳ କୁଦ କରିବା ବୟସରେ ଆଜି ଜଣେ ଛୋଟ ପିଲା ନିଜ ପରିବାରର ବୋଝ ଉଠାଇବା ପାଇଁ ଅଣ୍ଟା ଭିଡ଼ିଛି। ଯେଉଁ ବୟସରେ ବାପା ମାଙ୍କୁ ଖେଳନା ପାଇଁ ଅଳୀ କରିବା କଥା, ପାଠ ପଢିବା କଥା, ନାଚ କୁଦ କରିବା କଥା ସେହି ବୟସରେ ସେ ଅସହାୟ ବାପା ମାଙ୍କ ସାହାରା ପାଲଟି ଯାଇଛି। ବର୍ତ୍ତମାନ ସମୟ ଏହି ଭାଇରାଲ ଭିଡିଓରେ ପିଲାଟି ଏଭଳି କିଛି କରୁଛି ଯାହ ଦେଖିଲେ ଆଖି ଲୁହରେ ଛଳ ଛଳ ହୋଇଯିବ।

ମାତ୍ର ୭ ବର୍ଷର କୋମଳମୋତୀ ବାଳକ ରାସ୍ତା କଡ଼ରେ ଛିଡ଼ା ହୋଇ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଥିବାର ଦୃଶ୍ୟ ଏବେ ଇଣ୍ଟରନେଟ୍ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ବୟସରେ ମା ର ହାତ ତିଆରି ଖାଦ୍ୟ ମା ହାତରୁ ଖାଇଥାନ୍ତା ସେହି ବୟସରେ ଏହି କୁନି ବାଳକଟି ନିଜ ହାତରେ ଅନ୍ୟ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଚାଲିଛି। ନିଜ ପରିବାର ଲୋକଙ୍କ ଦାୟିତ୍ଵ ନେବା ପାଇଁ ସାହସ ବାନ୍ଧି ପାରିଛି। ଯାହା ଖୁବ୍ ପ୍ରଶଂସା ଯୋଗ୍ୟ ଅଟେ।

ଏହି ଭିଡିଓଟିକୁ ଭାରତରେ ପ୍ରସିଦ୍ଧ ସୀଙ୍ଗର ଗୁରୁ ରାନ୍ଧୁୱା ନିଜ ସୋସିଆଲ ମିଡିଆରେ ଏକାଉଣ୍ଟରେ ସେୟାର କରିଥିଲେ। ଗୁରୁ ରାନ୍ଧୁୱା ଏହି ଭିଡିଓକୁ ସେୟାର କରି କରି କ୍ୟାପସନରେ ଲେଖିଥିଲେ ସେ ଯେଉଁ ପିଲାମାନେ ଏତେ କମ୍ ବୟସରୁ ନିଜ ପରିବାର ବୋଝ ଉଠାଇବା ପାଇଁ ସାହସ ବାନ୍ଧି ପାରିଛନ୍ତି ସେଭଳି ପିଲା ମାନଙ୍କୁ ସେ ହୃଦୟରୁ ଆଶ୍ରିବାଦ ଦେଉଛନ୍ତି।

ଓ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି। ଭିଡିଓଟି ଏବେ ପାଖାପାଖି ୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓରେ ଦେଖିବାକୁ ମିଳୁଛି ପିଲା ଏତେ ଛୋଟ ଯେ ରାନ୍ଧିବା ପାଇଁ ତା ହାତ ପାଉ ନାହିଁ। ଏକ ଷ୍ଟୁଲ ଉପରେ ଛିଡ଼ା ହୋଇ ପିଲାଟି ଖାଦ୍ୟ ପ୍ରସ୍ତୁତ କରୁଛି।


ଏହି ଭିଡିଓ ଦେଖିଲା ପରେ ଯେତିକି ଦୁଃଖ ଲାଗୁଛି ସେତିକି ପିଲାକୁ ସଲାମ୍ କରିବା ପାଇଁ ଇଚ୍ଛା ହେଉଛି। ଭିଡିଓ ଦେଖିବା ପରେ ପିଲାଟିର ସଦଭାବନା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ସେ ଯେଉଁ ଭଳି ଭାବରେ ପରିବାରର ବୋଝ ଉଠାଇବା ପାଇଁ ଅଣ୍ଟା ଭିଡ଼ିଛି ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭିଡିଓଟି ଦେଖିବା ପରେ ବହୁ ଦର୍ଶକ ଭିଡିଓକୁ ଲାଇକ କରିବା ସହ ଭଲ ଭଲ କମେଣ୍ଟ ମଧ୍ୟ କରିଛନ୍ତି। କିଏ କିଏ ପିଲାଟିର ଭବିଷ୍ୟତକୁ ନେଇ ଚିନ୍ତା କରିଥିବା ବେଳେ ଆଉ କିଏ ପିଲାର ଏଭଳି ଉଦ୍ୟମକୁ ଖୁବ୍ ପ୍ରଶଂସା କରିଛନ୍ତି।

କୁହାଯାଏ ଛୋଟ ପିଲା ମାନେ ଭଗବାନଙ୍କର ସ୍ଵରୂପ। ପିଲାଦିନର ଖେଳ କୁଦ ମଜା ମସ୍ତି ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିଥାଏ। ଛୋଟ ଛୋଟ ପିଲମାନଙ୍କ ହୃଦୟ ନିର୍ମଳ ହୋଇଥାଏ। କିନ୍ତୁ ଏତେ କମ୍ ବୟସରୁ ଭଗବାନ ଏମିତି ଦଣ୍ଡ କାହାକୁ ନ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।