viral ଭିଡ଼ିଓ-ଭାଇରାଲ ଭିଡିଓ, ବିବାହ ମଣ୍ଡପରେ ବରକୁ ଏକ ଶକ୍ତ ଚାପୁଡ଼ା ମାରିଲେ ନବବଧୂ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ନିକଟରେ ଭାଇରାଲ ହୋଇଥିବା ଭିଡିଓ କ୍ଲିପ ସାମ୍ନାକୁ ଆସିଥିଲା। ସେହି ଭିଡ଼ିଓଟି ସାମ୍ନାକୁ ଆସିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଭାଇରାଲ ହୋଇଥିବା ଭିଡିଓ କ୍ଲିପରେ ଦେଖିବାକୁ ମିଳିଥିଲା ଯେ ବାହାଘର ପାଇଁ ବର ପକ୍ଷ ବରଯାତ୍ରୀ ଧରି ଆସିଥିଲେ। ଖୁବ୍ ଧୁମଧାମରେ ଚାଲିଥିଲା ବାହାଘର। ଠିକ୍ ଏତିକି ସମୟରେ ହଠାତ୍ ଖୁବ୍ ଜୋରରେ ରାଗିଗଲେ କନ୍ୟା ଜଣକ। କେବଳ ରାଗିଯାଇ ନଥିଲେ ବରକୁ ଶକ୍ତ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇ ଯାଇ ନଥିଲେ କନ୍ୟା ଜଣକ। କନ୍ୟା ଜଣକ ଏଭଳି ହଠାତ୍ ରାଗି ଯିବା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ବିବାହ ଚାଲିଥାଏ। ପଣ୍ଡିତ ମନ୍ତ୍ର ପଢ଼ୁଥାନ୍ତି। ବାଜା ରୋଷୋଣି ରେ ବିବାହ ମଣ୍ଡପ ଉଠୁଥିଲା ପଡୁଥିଲା। ପରିବାର ଲୋକେ ଓ ଅତିଥି ମାନଙ୍କ ଭିଡ଼ ମଧ୍ୟ ରହିଥିଲା। ସମସ୍ତେ ଖୁବ୍ ଖୁସି ଥିଲେ। ବିବାହର ମଜା ସମସ୍ତେ ନେଉଥିଲେ। ଠିକ୍ ଏତିକି ବେଳକୁ ବେଦୀ ଉପରେ ହଠାତ୍ କନ୍ୟା ଜଣକ ଖୁବ୍ ରାଗିଗଲେ।
ରାଗ ତମ ତମ ହୋଇ ପଣ୍ଡିତଙ୍କୁ ମନ୍ତ୍ର ପଢିବା ପାଇଁ ଅଟକାଇ ଦେଲେ। ତା ପରେ ବରକୁ ଏକ ଶକ୍ତ ଚାପୁଡ଼ା ପକାଇଲେ କନ୍ୟା। ଏହି ଚାପୁଡ଼ା ମରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମ ରେ ଏହି ଚାପୁଡ଼ା ମାରିବାର ଭିଡିଓକୁ ସେୟାର କରାଯାଇଥିଲା।
ଭିଡିଓରେ ଦେଖିବାକୁ ମିଳିଛି ଯେ ବର କନ୍ୟା ମଣ୍ଡପରେ ବସିଛନ୍ତି, କଥା ହାତ ଗଣ୍ଠି ପଡ଼ିବା ପର୍ଯ୍ୟନ୍ତ ଯାଇଛି। ସେତିକି ବେଳେ କନ୍ୟା ଜଣକ ପଣ୍ଡିତଙ୍କୁ ମନ୍ତ୍ର ପଢିବା ପାଇଁ ଅଟକାଇ ଛନ୍ତି। ପରେ ପାଖରେ ବସିଥିବା ଏକ ଯୁବକ ତାଙ୍କୁ କିଛି କହିବାରୁ କନ୍ୟା ରାଗିଯାଇ ସେହି ଯୁବକକୁ ଚାପୁଡ଼ା ମାରିଛନ୍ତି। ଏହା ପରେ କନ୍ୟାଙ୍କ ପାଖରେ ବସିଥିବା ବର ତାଙ୍କୁ କିଛି କହିବାରୁ ବରକୁ ମଧ୍ୟ ଛାଡି ନାହାଁନ୍ତି ବରକୁ ମଧ୍ୟ ଏକ ଶକ୍ତ ଚାପୁଡ଼ା ପକାଇଛନ୍ତି କନ୍ୟା।
ତେବେ କନ୍ୟା ଜଣକ ରାଗିଯାଇ ବରକୁ ଚାପୁଡ଼ା ମାରିବାର କାରଣ ରହିଥିଲା ଗୁଟକା।ବେଦୀରେ ବସି ବର ଗୁଟକା ଖାଉଥିବାର କନ୍ୟା ଜଣକ ଜାଣି ପାରିଥିଲେ। ସେଥି ପାଇଁ କନ୍ୟା ଜଣକ ଖୁବ୍ ରାଗି ଯାଇଥିଲେ ଓ ବରକୁ ଚାପୁଡ଼ା ମାରିବା ସହ ଶୀଘ୍ର ବାହାରକୁ ଯାଇ ପାଟିରେ ଥିବା ଗୁଟକାକୁ ଫୋପାଡ଼ିବାକୁ କହୁଛନ୍ତି। ନବବଧୂଙ୍କ କଥା ମାନି ବର ମଧ୍ୟ ଖାଉଥିବା ଗୁଟକାକୁ ପାଟିରୁ କାଢି ଫୋପାଡ଼ିବକୁ ଯାଇଛନ୍ତି।
ଏହି ମଜାଦାର ଭିଡିଓ କ୍ଲିପଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓଟି କଉଠୁ ଆସିଛି ତା ବାବଦରେ ସେମିତି କିଛି ସୂଚନା ମିଳିପାରି ନାହିଁ।କିଛି ୟୁଜର୍ସମାନେ କନ୍ୟା ଜଣକ ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ୟୁଜର୍ସ କହୁଛନ୍ତି ଯେ ଗୁଟୁକା ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ ଏହାର ବାର୍ତ୍ତା ଦେବା ପାଇଁ ଏପରି ଭିଡିଓ ପ୍ରସ୍ତୁତ କରାଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।