viral ଭିଡ଼ିଓ-ଟ୍ରଲରକୁ ପିଟିଲା ବସ, ପୁଣି ଥରେ ଯାତ୍ରୀବାହୀ ବସର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଜାଣନ୍ତୁ ସମ୍ପୂର୍ଣ ଘଟଣା ଆଉ ଦେଖନ୍ତୁ full ଭିଡ଼ିଓ !

ପୁଣି ରାଜ୍ୟରେ ସଡ଼କ ଦୁର୍ଘଟଣା। ଟ୍ରଲରକୁ ପିଟିଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ମାନେ।୧୬ ନଂ ଜାତୀୟ ରାଜପଥ କଟକ ଟାଙ୍ଗି ନିକଟ ବଇଞ୍ଚୁଆ ଠାରେ ଏଭଳି ଦୁର୍ଘଟଣା ଘଟିଛି ଏକ ଲୁହ ପାଇପ ବୋଝେଇ ଟ୍ରଲର କୁ ପଛ ପଟରୁ ଧକ୍କା ଦେଇଛି ଯାତ୍ରୀବାହୀ ବସ।

ଫଳରେ ଲଲୁହ ପାଇପ ଗୁଡ଼ିକ ବସର କ୍ୟାବିନକୁ ଭାଙ୍ଗି ବସ ଭିତରକୁ ପଶିଯାଇଛି। ଟ୍ରଲରୁ ପାଇପ ଗୁଡ଼ିକ ରାସ୍ତାରେ ଚାରିଆଡେ ଖେଳେଇ ହୋଇ ପଡ଼ିଥିଲା ଫଳରେ ଦୁଇଘଣ୍ଟା ଧରି ଯିବା ଆସିବାରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା।ପରେ ଘଟଣା ସ୍ଥଳେ ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତକୁ ନେଇଥିଲେ।

ଦୁର୍ଘଟଣାରେ କାହାର ଜୀବନ ଯାଇନଥିବା ସୂଚନା ମିଳିଛି କିନ୍ତୁ ଡ୍ରାଇଭରର ସାମାନ୍ୟ ଇଞ୍ଜୁରି ହୋଇଥିବାର ଦେଖାଯାଇଛି। ଦୁର୍ଘଟଣାରେ ସବୁ ଯାତ୍ରୀ ମାନେ ଭୟଭୀତ ହୋଇ ଯାଇଥିଲେ। ଏବଂ ସେମାନେ ବସରୁ ଉଲ୍ଲେହି ଆସିଥିଲେ। ଭଗବାନଙ୍କ ଦୟାରୁ କାହାର କିଛି ହୋଇ ନଥିବା ସୂଚନା ମିଳିଛି।

ଦୀର୍ଘ ଦୁଇ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ହେବା ପରେ ଘଟଣା ସ୍ଥଳକୁ ପୋଲିସ ଆସି ସ୍ଥିତିକୁ ସମ୍ଭାଳି ଥିଲେ।ପୋଲିସ ଆସି ଟ୍ରଲର କୁ ରାସ୍ତାରୁ ହଟାଇ ଦେଇଥିଲା।ପରେ ଯାଇ ରାସ୍ତାରେ ଏବେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

 

ତେବେ ରାଜ୍ୟରେ ସଡ଼କ ଦୁର୍ଘଟଣା କିଛି ନୂଆ କଥା ନୁହେଁ ଆଜିର ସମୟରେ ପ୍ରତ୍ୟେକ ଦିନ କୋଉଠି ନାଁ କୋଉଠି ସଡ଼କ ଦର୍ଘଟଣାରେ କିଏ ନା କିଏ ଜୀବନ ହରାଇ ବସୁଛି। ଟିକିଏ ଭୁଲ ପାଇଁ ଟିକିଏ ବେସାବଧାନତା ପାଇଁ ଚାଲି ଯାଉଛି କେତେ କେତେ ମୂଲ୍ୟବାନ ଜୀବନ। କାହାର ପରିବାର ଉଜୁଡି ଯାଉଛି ତ କାହା ମଥାର ସିନ୍ଦୁର କିଛି କ୍ଷଣରେ ସବୁଦିନ ପାଇଁ ଲିଭି ଯାଉଛି। ସଡ଼କ ଦୁର୍ଘଟଣାକୁ କଣ୍ଟ୍ରୋଲ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ତଥାପି କମୁନି ଏହି ଭୟଙ୍କର ସଡ଼କ ଦୁର୍ଘଟଣା।

ପ୍ରଶାସନ ପକ୍ଷୁରୁ ସମସ୍ତ କାର୍ଯ୍ୟାନୁଷ୍ଠାନ ସତ୍ବେ କାହିଁକି କମ୍ ହେଉନାହିଁ ଏହି ସଡ଼କ ଦୁର୍ଘଟଣା। ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ଗାଡି ଚଳାଇବା ସମୟରେ ମଦ୍ୟ ପାନ କରିବା, ଦୃତ ଗତିରେ ଗାଡି ଚଳାଇବା, ମୋବାଇଲ ବ୍ୟବହାର କରିବା, ସଚେତନ ନହେବା କାରଣରୁ ଏମିତି ସବୁ ଭୟଙ୍କର ଦୁର୍ଘଟଣା ଘଟି ଚାଲିଛି।

ଏହି ଦୁର୍ଘଟଣା ପାଇଁ ପ୍ରଶାସନ ଦାୟୀ ନୁହେଁ ବରଂ ନିଜର ବେସାବଧାନତା ଦାୟୀ ତେବେ ଏହାର ସମାଧାନ ନିଜ ପାଖରେ ହିଁ ରହିଛି। ନିଜେ ଯଦି ସାବଧାନ ରହିବା ତ ନିଜ ସହ ଆଉ ଜଣଙ୍କର ଜୀବନ ମଧ୍ୟ ଉଦ୍ଧାର କରି ପାରିବା।

୧୬ ନଂ ଜାତୀୟ ରାଜପଥ କଟକ ଟାଙ୍ଗି ନିକଟ ବଇଞ୍ଚୁଆ ଠାରେ ଯେଉଁ ଦୁର୍ଘଟଣାଟି ଭଗବାନଙ୍କ ଦୟାରୁ ଅଳ୍ପକେ ବର୍ତ୍ତି ଯାଇଛି।ନହେଲେ ଯାତ୍ରୀବାହୀ ବସରେ ଥିବା ଯାତ୍ରୀ ମାନଙ୍କ ଅବସ୍ଥା କଣ ହେଇଥାନ୍ତା। ଟିକିଏ ଅସାବଧାନତା କେତେ କେତେ ପରିବାରର ସୁଖ ଶାନ୍ତି ନଷ୍ଟ କରିଦେଇ ଥାଆନ୍ତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।