viral ଭିଡ଼ିଓ-tamil vs odia ସ୍ୱର ରେ “ସାମୀ ସାମୀ” ଗୀତ ଗାଇଲେ ଗାୟିକା ଅସୀମା ପଣ୍ଡା….. ତାଙ୍କର ଏହି ସାମୀ ସାମୀ ଗୀତ ଟିକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବର୍ତ୍ତମାନ ସଂଗୀତ ର ଏକ ଟ୍ରେଣ୍ଡ ଚାଲିଛି, ଖାସ କରି ଯେଉଁ ସବୁ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ତାହା କୁ ନେଇ ସଂଗୀତକାର ମାନେ ଭିନ୍ନ ଭିନ୍ନ ରାଗ ରେ ଓ ଭାବରେ ଗୀତ ବନାଉଛନ୍ତି।ତାହା ଆପଣ ଦେଖୁଥିବେ ଏବଂ ବେଳେ ବେଳେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ ଏହି ଭାଇରଲ ଭିଡିଓ ଏବଂ ଗାୟକ ମାନଙ୍କ ର କଳା ଦେଖି।

ତେବେ ପୂର୍ବରୁ ଯେଉଁ ପରି ଜଣେ ପ୍ରଥମ ଶ୍ରେଣୀ ପିଲାର ଗୀତ,”ମୁଁ ପ୍ରଥମ ଶ୍ରେଣୀରେ ପଢୁଛି,ମୁଁ ଇସ୍କୁଲ କୁ ଯାଉଛି” କୁ ନେଇ ଇନ୍ଦ୍ରିଷ୍ଟ୍ରି ରେ ସୁନ୍ଦର ଗୀତ ଟିଏ ହୋଇଥିଲା ,ତାହା ଆପଣ ଜାଣିଥିବେ। ସେହିଭଳି ବର୍ତ୍ତମାନ ତେଲୁଗୁ ଗୀତ କୁ ଓଡ଼ିଆ ରେ ଗାଇ ଖୁବ ଚର୍ଚ୍ଚା ରେ ରହିଛନ୍ତି ଆମ ଗାୟିକା ଅସୀମା ପଣ୍ଡା।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ , ଟଲିଉଡ଼ ବା ତେଲୁଗୁ ଫିଲ୍ମ “ପୁଷ୍ପା” କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମ ରେ ଆମ ଷ୍ଟାଇଲିସ ହିରୋ ଆଲୁ ଅର୍ଜୁନ ଏବଂ ଚୁଲବୁଲି ହିରୋଇନ ରଶ୍ମିକା ଙ୍କର ଅଭିନୟ ଲୋକଙ୍କୁ ବହୁତ ଆକୃଷ୍ଟ କରିଛି।

ତେବେ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ଏହି ଫିଲ୍ମ ର ଗୀତ ଗୁଡିକ ଯାହାକି ଲୋକଙ୍କୁ ଏତେ ଆକର୍ଷଣୀୟ କରିଛି କି ପ୍ରାୟ ସମସ୍ତେ ଏହାକୁ ନେଇ ରିଲ ଭିଡିଓ ବନାଉଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ରିଲ ଭିଡିଓ ଦେଖିବାକୁ ମିଳିଛି ଆଉ ଖୁବ ଭାଇରଲ ହେଉଛି ମଧ୍ୟ। ତେବେ ସବୁଠାରୁ ଅଧିକ “ସାମୀ ସାମୀ” ଗୀତରେ ଭାଇରଲ ହେଉଥିବା ଆପଣ ଦେଖୁଥିବେ।


କିନ୍ତୁ ଆମ ଓଲିଉଡ ର ପ୍ରସିଦ୍ଧ ତଥା ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ତେଲୁଗୁ ଫିଲ୍ମ ପୁଷ୍ପା ର “ସାମୀ ସାମୀ” ଗୀତ ଟିକୁ ଓଡ଼ିଆ ସ୍ୱର ରେ ଗାଇଛନ୍ତି ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭାଇରଲ ହେଉଛି।

ତେବେ ଏହି ଗୀତ ଟିରେ ଅସୀମା ପଣ୍ଡା ଏକ ସ୍ମାଟ କଣ୍ଠ ରେ ଆଇଟମ ସଙ୍ଗ ଗାଇବା ପରି ଗାଇଛନ୍ତି। ତେବେ ଗୀତ ଟିରେ ସବୁଠାରୁ ଆକୃଷ୍ଟ ହୋଇଛି ତାର ପଦ ଯେଉଁ ଥିରେ ସେ ଗାଇଛନ୍ତି କି,” ଭୋକ ନାହିଁ ନିଦ ନାହିଁ….. କେବଳ ତୋରି ପାଇଁ ମୋର ସାମୀ… ମଜନୁ ସାମୀ “।

ତେବେ ବର୍ତ୍ତମାନ ଏହି ଗୀତ ଟି କେବଳ ଷ୍ଟୁଡିଓ ରେ ରେକର୍ଡ ହୋଇଛି ଏବଂ ସେହି ରେକର୍ଡ ସଙ୍ଗ ଟି ସବୁଆଡେ ଚର୍ଚ୍ଚା ରେ ରହିଛି। ତେବେ ଏହି ଗୀତ ଟି ଖୁବ ଶୀଘ୍ର ଭିଡ଼ିଓ ସହ ଲୋକ ମାନଙ୍କ ଆଗକୁ ଆସିବାକୁ ଯାଉଛି ନେଇ ସୂଚନା ମଧ୍ୟ ରହିଛି।

ତେବେ ଆମ ପ୍ରସିଦ୍ଧ ସିଙ୍ଗର ଅସୀମା ପଣ୍ଡା ଙ୍କର କଣ୍ଠ ରେ ଏହି ଗୀତ ଟି ଭଲ ସୁଟ କରିବା ସହ ତାଙ୍କର ଗାଇବା ଶୋଇଲି ଲୋକ ଙ୍କୁ ବହୁତ ଆକୃଷ୍ଟ କରିଛି। ତେବେ ଆପଣ ମଧ୍ୟ ଥରେ ଏହି ଗୀତ ଟିକୁ ଦେଖନ୍ତୁ ଆପଣ ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।