viral ଭିଡ଼ିଓ-ତହସିଲଦାରଙ୍କ ଅନ୍ତରଙ୍ଗ ଭିଡ଼ିଓ viral,ଘରେ ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀ ସହ କରୁଛନ୍ତି ରାସଲୀଳା,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ତହସିଲଦାରଙ୍କ ରଙ୍ଗୀନ ଦୁନିଆର କଳା କାରନାମା ଖଲାସା କଲେ ତହସିଲଦାରଙ୍କ ଧର୍ମ ପତ୍ନୀ। ଘରେ ସ୍ତ୍ରୀ ଓ ତିନି ଝିଅ ଥିବା ସ୍ଵତେ ଅନ୍ୟ ଜଣକ ଯୁବତୀ ସହିତ ଅନୈତିକ ପ୍ରେମ ସମ୍ପର୍କ ରଖିଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତହସିଲଦାରଙ୍କ ଧର୍ମ ପତ୍ନୀ। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରର ତହସିଲଦାର ଶରତ କୁମାର ବାଗ ତାଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପତ୍ନୀ ଦାଲିଆ ଦେବନାଥ।

ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲଦାରଙ୍କ ଧର୍ମପତ୍ନୀ ଦାଲିଆ ଦେବନାଥ ରାଜଗାଙ୍ଗପୁର ଥାନାରେ ପହଁଚି ତାଙ୍କ ସ୍ବାମୀ ଶରତ କୁମାର ବାଗ କିଭଳି ଅନ୍ୟ ଝିଅ ମାନଂକ ସହିତ ଅନୈତିକ ସମ୍ପର୍କ ରଖିବା ସହ ତାଙ୍କ ଦୁଇ ଝିଅକୁ ମାଡ ମାରିଥିବା ଅଭଯୋଗ କରିଥିଲେ।

ପରକୀୟା ପ୍ରୀତି ଯୋଗୁ ସେମାନଙ୍କ ୩ ଝିଅଙ୍କ ଭବିଷ୍ୟତ ବିପନ୍ନ ହୋଇଥିବା ଅଭିଯୋଗ କରି ଝିଅମାନଙ୍କୁ ତାଙ୍କୁ ଫେରାଇଦେବାକୁ ସେ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।

ତହସିଲଦାର ଶରତ କୁମାର ବାଗଙ୍କ ଧର୍ମପତ୍ନୀ ଦାଲିଆ ଦେବନାଥଙ୍କ କହିବା ମୁତାବକ ତାଙ୍କ ସ୍ବାମୀ ଶରତ କୁମାର ବାଗଙ୍କ ବହୁତ ଝିଅ ମାନଂକ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି। ଏବଂ କିଛି ଦିନ ଧରି ଏକ ଯୁବତୀ ସହ ରାଉଲକେଲା ଠାରେ ଲିଭିଂ ରେଲେସନସିପରେ ରହୁଛନ୍ତି।

ଏକଥା ତାଙ୍କ ଝିଅ ମାନେ ଜାଣି ପାରିବାରୁ ତହସିଲଦାର ଶରତ କୁମାର ବାଗ ତାଙ୍କ ଝିଅ ମାନଙ୍କୁ ବାଧ୍ୟ କରିଥିଲେ ସେହି ଯୁବତୀ ଜଣକୁ ମା ଡାକିବା ପାଇଁ ଝିଅ ମାନେ ବାପାଙ୍କ କଥାରେ ରାଜି ନ ହେବାରୁ ମାଡ ମଧ୍ୟ ମାରିଥିଲେ। ତେବେ ଝିଅମାନେ ତୁରନ୍ତ ଏକଥା ତାଙ୍କ ମା ଦାଲିଆ ଦେବନାଥଙ୍କୁ ଜଣାଇ ସହିତ ସେମାନଙ୍କୁ ସାଙ୍ଗରେ ନେଇ ଯିବାକୁ ମାଙ୍କୁ କହୁଥିଲେ।

ଏହା ଜାଣିପାରି ତହସିଲଦାର ଶରତ କୁମାର ବାଗ ଝିଅମାନଙ୍କ ପାଖରୁ ମୋବାଇଲ ଛଡେଇ ନେଇ ବହୁତ ମାଡ ମାରିଥିଲେ। ଯାହା ଫଳରେ ଦାଲିଆ ଦେବନାଥ ତାଙ୍କ ଝିଅ ମାନଙ୍କ ସହ କୋୖଣସି ଯୋଗାଯୋଗ‌ କରିପାରି ନଥିଲେ।

ତେବେ ଝିଅ ମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ତହସିଲଦାରଙ୍କ ଧର୍ମପତ୍ନୀ ଦାଲିଆ ଦେବନାଥ ବହୁତ ଚିନ୍ତିତ ହୋଇ ପଡ଼ିଛନ୍ତି। ଝିଅମାନେ କେମିତି ଅଛନ୍ତି ସେ ବାବଦରେ ମହିଳାଙ୍କୁ କିଛିବି ଜଣା ନାହିଁ ଯାହାକୁ ନେଇ ମହିଳା ଜଣଙ୍କ ଖୁବ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛନ୍ତି। ଝିଅ ମାନଙ୍କ ଉପରେ ବିପଦ ଥିବା ନେଇ ଝିଅ ମାନଙ୍କୁ ତାଙ୍କ ପାଖକୁ ଫେରେଇ ଆଣିବାକୁ ଆବେଦନ କରିଛନ୍ତି।

ଏବଂ ଶରତ କୁମାର ବାଗଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ଶରତଙ୍କ ବିରୁଦ୍ଧରେ ଏକ ଭିଡିଓ ପୋଲିସ ହାତରେ ଲାଗିଛି ଯେଉଁ ଭିଡିଓରେ ସେ ଜଣେ ଯବତୀଙ୍କ ବାହୁ ବନ୍ଧନରେ ଥିବାର ଦେଖା ଯାଇଛନ୍ତି। ରାଜଗାଙ୍ଗପୁର ଥାନାରେ ଏତଲା ଦେବା ପରେ ଶରତଙ୍କ ଧର୍ମପତ୍ନୀ ଏବେ ଏସପି ଅଫିସର ଦ୍ୱାରସ୍ଥ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।