viral ଭିଡ଼ିଓ- ସ୍ୱାମୀକୁ ବିରୋଧ ଦଳକୁ ସମର୍ଥନ,ବିଜେଡି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଯୋଗ ଦେଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ବିବାଦର ରୂପ ନେବା ପରେ ଦୁଇ ଜଣ ଖୁବ୍ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ସମୟରେ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ପ୍ରଚାର କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ଜୋରସୋର୍ ଚର୍ଚ୍ଚାର ବିଷୟ ପାଲଟିଛି।
ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସ୍ଵାମୀ ତଥା କେନ୍ଦ୍ରାପଡ଼ା ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତିଙ୍କୁ ବିରୋଧ କରୁଥିବା ବେଳେ ବିଜେଡି ଦଳକୁ ଖୁବ୍ ସମର୍ଥନ କରୁଥିବାର ଦେଖିବାକୁ ମିଳୁଛି। ସ୍ୱାମୀକୁ ବିରୋଧ କରି ଦଳକୁ ସମର୍ଥନ କରୁଥିବାର ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ପ୍ରସଙ୍ଗ ପାଲଟି ଯାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନକୁ ପ୍ରଚାର ପାଇଁ ଓହ୍ଲାଇ ଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଧର୍ମ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
ପଞ୍ଚାୟତ ନର୍ବାଚନରେ ଭଦ୍ରକ ଜିଲ୍ଲାକୁ ଯାଇ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। କାର ରେ ବୁଲି ବୁଲି ଶାସକ ଦଳ ବିଜେଡି ଦଳ ସପକ୍ଷରେ ବାର୍ତ୍ତା ଦେଇ ଭୋଟ ମାଗୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
କେବଳ ଏତିକି ନୁହେଁ ସାଧାରଣ ଲୋକଙ୍କ ସହ ହାତ ମିଳେଇ ଭୋଟ ମାଗିଛନ୍ତି ବର୍ଷା। ପ୍ରଚାର କରୁଥିବା ସମୟରେ ଏକ କୁନି ପିଲାକୁ ବର୍ଷା ଗାଡ଼ିକୁ ନେବା ସହିତ ତାକୁ ଗେହ୍ଲା କରୁଥିବାର ଚିତ୍ର ସାମ୍ନାକୁ ଆସିବା ପରେ ଚାଲିଛି ଚର୍ଚ୍ଚା। ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବା ପାଇଁ ଭିଡ଼ ଜମାଇ ଥିଲେ।
ଗୋଟେ ପଟେ ସ୍ବାମୀ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ କିଛି ଦିନ ହେଲା ଅନୁଭବଙ୍କ କଥା କଥିତ ବାନ୍ଧବୀ ଜାଗୃତିଙ୍କ ନାଁରେ ପୁରୀଘାଟ ଥାନାରେ ମାମଲା ଡାଏର କରିଛନ୍ତି ବର୍ଷା।
ତେବେ ଏହାରି ଭିତରେ ବିଜେଡି ଦଳ ସପକ୍ଷରେ ଭୋଟ ମାଗିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ତାଙ୍କର ପ୍ରଚାର କରୁଥିବା ସମୟର ଦୃଶ୍ୟକୁ ଦେଖିଲେ ଜଣା ପଡୁଛି ଯେ ସେ ବିଜୁ ଜନତା ଦଳକୁ ସପକ୍ଷରେ ଅଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୬ ତାରିଖ ଦିନ ଭଦ୍ରକ ଜିଲ୍ଲାର ଅନ୍ତର୍ଗତ ଭଦ୍ରକ ବ୍ଲକରେ ୪ଟି ଜୋନରେ ଭୋଟ ଦିଆଯିବ। ତେବେ ଶେଷ ପର୍ଯ୍ୟାୟ ପ୍ରଚାର ସମୟରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଥିଲେ।
ପ୍ରଚାର ସମୟରେ ବିଜୁ ଜନତା ଦଳ ସପକ୍ଷରେ ଅର୍ଥାତ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ବାର୍ତ୍ତା ଦେଇ କହିଥିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନଂ ୱାନ ହୋଇଛନ୍ତି ଓ ସବୁଦିନ ପାଇଁ ନଂ ୱାନ ହୋଇ ରହିଥିବେ। ଏକଥା ମଧ୍ୟ କହିଛନ୍ତି ସାରା ଓଡ଼ିଶାବାସୀଙ୍କ ଭଲପାଇବା ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଜିତାଇବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।