viral ଭିଡ଼ିଓ-ଶ୍ରୀମନ୍ଦିର ଭିତର ବେଢା ଭିଡିଓ ଭାଇରାଲ କରି ଫସିଲେ ଯୁବତୀ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପୁରୀ ଶ୍ରୀମନ୍ଦିର ଭିତର ବେଢାର ଫଟୋ ଓ ଭିଡିଓ। ବିଭିନ୍ନ ସମୟରେ ଭକ୍ତମାନେ ମନ୍ଦିର ଭିତରେ ସେଲ୍ଫି ନେଇ ଓ ଫଟୋ ଉଠାଇ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାରେ ଲାଗିଛନ୍ତି।ତେବେ ଏତେ କଡା ସୁରକ୍ଷା ବ୍ୟବସ୍ଥା ସତ୍ବେ ମଧ୍ୟ ଶ୍ରୀମନ୍ଦିର ପରିସର ଭିତରକୁ କିପରି ମୋବାଇଲ ଯାଉଛି ସେନେଇ ପ୍ରଶ୍ନ ଉଠୁଛି। ଶ୍ରୀମନ୍ଦିର ଭିତରେ ଭିତରେ ଫୋଟ ଉଠାଇବା କି ଭିଡିଓ ବନାଇବା ମନ୍ଦିରର ନିୟମ ବାହାରର ଅଟେ। ଏହାକୁ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଏ। ତଥାପି କିଛି ଅମାନିଆ ଏହାକୁ ନ ମାନି ଶ୍ରୀମନ୍ଦିରର ନିୟମକୁ ଉଲଙ୍ଘନ କରୁଛନ୍ତି।
ନିକଟରେ ଏକ ଯୁବତୀ ଶ୍ରୀମନ୍ଦିର ଭିତର ବେଢ଼ାର ଫୋଟ ଓ ଭିଡିଓ ଭାଇରାଲ କରିଥିଲେ। ଯାହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ବେଢା ଭିତରେ ଏକ ଭିଡିଓ କରି ଫସି ଯାଇଛନ୍ତି ଯୁବତୀ ଜଣକ।
ଏହି ଘଟଣାକୁ ନେଇ ଯୁବତୀ ଜଣକୁ ଅଟକ ରଖିଛି ପୁରୀ ସିଂହଦ୍ଵାର ଥାନା ପୋଲିସ। ନିମାପଡ଼ାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବତୀ ଜଣକୁ ଉଠାଇ ଆଣି ପଚରା ଉଚରା କରିଥିଲା ପୋଲିସ। ତାଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ୪ଟି ମାମଲା ରୁଜ୍ଜୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସ.ଇ.ପି ଅରୁଣ କୁମାର ଜେନା।
ଶ୍ରୀମନ୍ଦିର ଭିତର ବେଢା ଓ ଆନନ୍ଦ ବଜାରର ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଯୁବତୀ ଜଣକ। ଯାହା ତାଙ୍କୁ ବହୁତ ମହାଙ୍ଗା ପଡିଛି। ସୂଚନା ଅନୁଯାୟୀ ଯୁବତୀ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରର।
ତେବେ ସେ ନିମାପଡ଼ାର ଏକ କାଳୀ ମେଢ଼ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ନିମାପଡ଼ା ପୋଲିସ ,ନିରାକାରପୁର ପୋଲିସ ଓ ପୁରୀ ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ।
ସେଠାରୁ ସିଧାସଳଖ ଯୁବତୀ ଜଣକୁ ଉଠାଇ ଆଣିଥିଲା।ତେବେ ପରେ ପୁରୀ ସିଂହଦ୍ଵାର ଥାନାକୁ ନେଇ ପଚରା ଉଚରା ଜାରି ରଖିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ଏହି ଭିଡିଓରେ ଅନ୍ୟ ଜଣେ ଯୁବତୀ ମଧ୍ୟ ଡୁଏଟ କରି ଭାଇରାଲ କରିଥିଲେ। ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଓ ଆନନ୍ଦ ବଜାରର ଭିଡିଓ କରିବା ଯୁବତୀଙ୍କ ପାଇଁ ଘାତକ ସାଜିଛି।
ତେବେ ଏ ପର୍ଯ୍ୟନ୍ତ ଯୁବତୀଙ୍କ ବିରୁଦ୍ଧରେ କୈାଣସି ଲିଖିତ ଅଭିଯୋଗ ଆସି ନ ଥିବାର ସୂଚନା ମିଳିଛି। ଯୁବତୀ ଜଣକ ବିରୁଦ୍ଧରେ ଲିଖିତ ଅଭିଯୋଗ ହେବାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ସିଂହଦ୍ଵାର ଥାନା ପୋଲିସ ମତ ଦେଇଛନ୍ତି।
ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ହେବା କିଛି ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ମନ୍ଦିର ପରିସରର ଅନେକ ଭିଡିଓ ଭାଇରାଲ କରା ଯାଇଛି।ତେବେ ବାରମ୍ବାର ପୁରୀ ଶ୍ରୀମନ୍ଦିରର ଭିତର ବେଢ଼ାର ଭିଡିଓ ଭାଇରାଲ ଘଟଣା ମନ୍ଦିରର ଐତିହ୍ୟ ସୁରକ୍ଷା ଆଇନକୁ ଉଲଙ୍ଘନ କରୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।