viral ଭିଡ଼ିଓ-ସମାଜ ପାଇଁ ଉଦାହରଣ ସାଜିଛି ଏହି ମାର ଯନ୍ତ୍ରଣା, ପେଟରେ ୬ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ମହିଳା ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି!

ପେଟରେ ବଢୁଛି ୬ ମାସର ସନ୍ତାନ। ଯାହାର ହାତ ଧରିଥିଲେ ଅଧା ରାସ୍ତାରୁ ହାତ ଛାଡି ଦେଲେ। ଏବେ ୬ ମାସର ଗର୍ଭକୁ ପେଟରେ ଧରି ଟ୍ରଲି ଟାଣୁଛନ୍ତି ମହିଳା। ଟ୍ରଲି ଟାଣି ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରୁଛନ୍ତି ମହିଳା। ପେଟର ଭୋକ ମେଣ୍ଟଇବା ପାଇଁ ନୁହେଁ ନିଜ ପେଟରେ ବଢୁଥିବା ପିଲା ପାଇଁ ମହିଳା ନିଜ ସହ ଲଢେଇ କରୁଛନ୍ତି। ବିଶ୍ରାମ କରିବା ସମୟରେ ଗାଁ ରାସ୍ତାରେ ବୁଲି ବୁଲି ଟ୍ରଲି ଟାଣୁଛନ୍ତି।

ବାରିପଦା ସହରର ମୁଖ୍ୟ ରାସ୍ତା ଓ ଗଳି କନ୍ଦି ରାସ୍ତାରେ ଏହି ୧୯ ବର୍ଷୀୟ ମହିଳା ଲକ୍ଷ୍ମୀ ପ୍ରିୟା ଦାସ ୬ ମାସର ପେଟକୁ ନେଇ ଟ୍ରଲି ଟାଣିବାର ଦୃଶ୍ୟ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି।

 ଏ ଗଳି ରୁ ସେ ଗଳି ବୁଲି ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଇବାରେ ଲାଗିଛନ୍ତି ଲକ୍ଷ୍ମୀ ବିଶ୍ରାମ କରିବା ସମୟରେ ଲକ୍ଷ୍ମୀଙ୍କ ଉପରକୁ ମାଡ଼ି ଆସିଛି ଦୁଃଖ ଦୁର୍ଦ୍ଦଶା। ପେଟର ଭାରି ଠାରୁ ବଢ଼ି ଯାଇଛି ଟ୍ରଲିର ଭାରି। ତଥାପି ଆଗକୁ ବଢିବାରେ ଲାଗିଛନ୍ତି ଲକ୍ଷ୍ମୀ ପ୍ରିୟା ଦାସ।

ଲକ୍ଷ୍ମୀଙ୍କୁ ଯିଏ ଦେଖିବେ ସିଏ କହିବେ ଏ ସମୟରେ ଟିକିଏ ବିଶ୍ରାମ କରନ୍ତୁ। ହେଲେ ଦୁଃଖ ଏତେ ଦାଉ ସାଧୁଛି ଯେ ଲକ୍ଷ୍ମୀ କିପରି ବିଶ୍ରାମ ନେବେ। ଘରେ ଅଛି ଗୋଟିଏ ଛୋଟ ପୁଅ ଓ ପେଟରେ ଆଉ ଏକ ସନ୍ତାନ।

ଏତିକି ବେଳେ ଶାଶୁ ଶଶୁର ଘରୁ ତଡ଼ି ଦେଇଛନ୍ତି। ସ୍ବାମୀ ମଧ୍ୟ ସ୍ତ୍ରୀ ଓ ପିଲାମାନଙ୍କ କଥା ନ ବୁଝି ଅଧା ବାଟରେ ଛାଡି ଯାଇଛନ୍ତି। ସ୍ତ୍ରୀ ଓ ପିଲାଙ୍କ କଥା ନବୁଝି ମଦ ପିଇ ସବୁ ପଇସା ବରବାଦ୍ କରି ଦେଉଛନ୍ତି। ମଦ ପିଇବା ପାଇଁ ଲକ୍ଷ୍ମୀ ବାଧା ଦେବାରୁ ତାଙ୍କୁ ଘରୁ ତଡି ଦେଇଛନ୍ତି ତାଙ୍କ ସ୍ଵାମୀ।

ପେଟରେ ବଢ଼ୁଥିବା ପିଲା ପାଇଁ ପ୍ରତିଦିନ ସକାଳୁ ଲକ୍ଷ୍ମୀ ଗାଁ ଗାଁ ବୁଲି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରି ସେସବୁକୁ ଟ୍ରଲିରେ ନେଇ ବିକ୍ରି କରୁଛନ୍ତି। ଦିନକୁ ୧୦୦-୨୦୦ ଟଙ୍କା ରୋଜଗର କରୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକିରେ ଲକ୍ଷ୍ମୀ ଓ ତାଙ୍କ ପୁଅ ପେଟ ପୋଷିବା ପାଇଁ ଖର୍ଚ୍ଚ କରୁଛନ୍ତି। ଓ ସେଥିରୁ ପେଟରେ ବଢ଼ି ଚାଲିଥିବା ସନ୍ତାନ ପାଇଁ ଲକ୍ଷ୍ମୀ ପ୍ରତିଦିନ ୧୦-୨୦ ଟଙ୍କା ସଞ୍ଚୟ କରୁଛନ୍ତି।

ବାରିପଦା ସହରର ମୁଖ୍ୟ ରାସ୍ତାରୁ ଜଣେ ଗର୍ଭବତୀ ମହିଳା ଟ୍ରଲି ଟାଣୁଥିବା ଦୃଶ୍ୟ ଏବେ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି। ଏହି ଦୁଃଖର ଦାରୁଣ ଚିତ୍ରରୁ ସ୍ପଷ୍ଟ ଭାବରେ ଗୋଟିଏ ମାର ତ୍ୟାଗ ଓ ଯନ୍ତ୍ରଣାକୁ ଅନୁଭବ କରି ହେଉଛି।

ନିଜ ଭାଗ୍ୟକୁ ଆଦରି ୬ ମାସର ଗର୍ଭକୁ ଧରି ହସି ହସି ଦୁଃଖ ସହି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀପ୍ରିୟା ଦାସ। ଜଣେ ମା ହିଁ ହସି ହସି ନିଜ ପିଲା ମାନଙ୍କ ପାଇଁ ସବୁ କିଛି କରିପାରିବ ଏହାର ଏକ ବଡ ଉଦାହରଣ ସାଜିପରିଛନ୍ତି ଲକ୍ଷ୍ମୀପ୍ରିୟା ଦାସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।