viral ଭିଡ଼ିଓ-ରାଜବୀରର ଜୀବନ ପାଇଁ ହାତ ଯୋଡିଲେ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଓ ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ସୁନନ୍ଦା। ଭିଡ଼ିଓ ଦେଖିଲେ କାନ୍ଦିପାଖେଇବେ ,ରାଜବିର ପାଇଁ ଗୋଟିଏ ସେୟାର କରନ୍ତୁ !

ହାତରେ ଆଉ ମାତ୍ର ଦୁଇ ମାସ। ଜୀବନ ମୃତ୍ୟୁର ପଶା ପାଲି ଭିତରେ ଛନ୍ଦି ହୋଇ ପଡ଼ିଛି ମାତ୍ର ୨୨ ମାସର ଶିଶୁ ପୁତ୍ର ରାଜବୀର ରଣା।ଦୁନିଆ କଣ ଜାଣିବ ଆଗରୁ ହିଁ ଦୁନିଆ ଛାଡିବାକୁ ବସିଛି ଏହି ନିଷ୍ପାପ ଶିଶୁ ପୁତ୍ର। ବଞ୍ଚିବା ପାଇଁ ଜୀବନ ସହ ସଙ୍ଘର୍ଷ କରି ଚାଲିଛି କୁନି ପୁଅ ରାଜବୀର।

ସ୍ପାଇନଲ ମସ୍କୁଲାର ଆଟ୍ରୋଫି ଟାଇପ ୨ ପରି ଦୂରାରୋଗରେ ପୀଡିତ ଅଛି ଏହି କୁନି ପୁଅ ରାଜବୀର।କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସଙ୍କ ଏକ ମାତ୍ର ପୁଅ ରାଜବୀର ରଣା।ହେଲେ କୁନି ପୁଅ ରାଜବୀର କୁ ହେଇଛି ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଭଳି ଏକ ସାଙ୍ଘାତିକ ରୋଗ ଯାହା

ଫଳରେ ରାଜବୀରଙ୍କୁ ଖାଇବା, ବସିବା ଓ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି ।ସେ ଖୁବ୍ ଯନ୍ତ୍ରଣାରେ ଛଟ ପଟ ହେଉଛି ।ତୁରନ୍ତ ଚିକିତ୍ସା ନକଲେ ଜୀବନ ଚାଲିଯିବ । ଏବେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା କରୁଛନ୍ତି । ଟଙ୍କା ଯୋଗାଡ ହେଲେ ବେଙ୍ଗାଲୁରୁରେ ଏକ ଇଞ୍ଜେକ୍ସନ ଦିଆଯିବ ଯାହାର ମୂଳ୍ୟ ୧୬ କୋଟି ଟଙ୍କା ।

ରାଜବୀର ବଞ୍ଚିବା ପାଇଁ ଆବଶ୍ୟକ ରହିଛି ଏକ ଇଞ୍ଜେକ୍ସନର ଯାହାର ମୂଲ୍ୟ ବହୁତ ଅଧିକ ରହିଛି।୧୬ କୋଟି ଟଙ୍କାର ଅର୍ଥ ରାଶିର ଆବଶ୍ୟକତା ରହିଛି ଏହି ଇଞ୍ଜେକ୍ସନ ପାଇଁ। ଯେଉଁ ଇଞ୍ଜେକ୍ସନ ଆମ ଦେଶରେ ନାହିଁ ଯାହା ଆମେରିକାରୁ ଆଣିବାକୁ ପଡ଼ିବ। ରାଜବୀରର ଜୀବନ ପାଇଁ କେବଳ ଏକ ମାତ୍ର ବିକଳ୍ପ ଭାବେ ଏହି ୧୬ କୋଟି ଟଙ୍କାର ଅର୍ଥ ରାଶି ଆବଶ୍ୟକ। ନଚେତ ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯିବା ପାଇଁ ବାଧ୍ୟ ହେବ ରାଜବୀର।

ତେବେ ୧୬ କୋଟି ଟଙ୍କାର ଅର୍ଥ ରାଶି ଯୋଗାଡ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି ରାଜବୀରଙ୍କ ବାପା ମା ଙ୍କ ପାଇଁ। ବହୁତ ପ୍ରଚେଷ୍ଟା ପରେ ମଧ୍ୟ ଟଙ୍କା ଯୋଗାଡ କରିପାରୁ ନାହାନ୍ତି ରାଜବୀର ଙ୍କ ବାପା କୁଳମଣି ରଣା ଓ ମା ତମଲିକା ଦାସ।

ତେଣୁ ପରିବାରର ବାପା ଓ ମା ପୁଅର ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ଲୋକଙ୍କୁ ସାହାର୍ଯ୍ୟ ପାଇଁ କୋହ ଭରା କଣ୍ଠରେ ନିବେଦନ କରୁଛନ୍ତି।ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ଆସୁଥିଲେବି ୧୬ କୋଟି ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇପଡିଛି।ଏହି କୁନି ପୁଅର ଜୀବନ ବଞ୍ଚାଇବା ପାଇଁ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଯଦି ଗୋଟିଏ ଗୋଟିଏ ଟଙ୍କା ଦାନ କରନ୍ତି ତେବେ ହୁଏତ ରାଜବୀରର ଜୀବନ ବଞ୍ଚି ଯାଇପାରେ। ଓଡ଼ିଶାର ଲୋକ ପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଓ ତାଙ୍କ ପତ୍ନୀ ସୁନନ୍ଦା ହାତ ଯୋଡ଼ି ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି।

ନିଜର ସକ୍ଷମ ଅନୁସାରେ ଯିଏ ଯେତିକି ପାରିବ ସେତିକି ସାହାଯ୍ୟ କରନ୍ତୁ ବୋଲି ଅଭିନେତ୍ରୀ ସୁନନ୍ଦା ନିବେଦନ କରିଛନ୍ତି। ଯଦି ଆପଣ ଚାହୁଁଛନ୍ତି କୁନି ପୁଅ ରାଜବୀରର ଜୀବନ ବଞ୍ଚିଯାଉ ତେବେ ଏହି ଏକାଉଣ୍ଟ୍ ନମ୍ବରରେ କିଛି କିଛି ଅର୍ଥ ରାଶି ସହଯୋଗ କରନ୍ତୁ।

ନାମ: କୁଳମଣି ରଣା,ଏକାଉଣ୍ଟ୍ ନମ୍ବର: ୬୨୫୦୦୨୦୧୦୦୧୧୬୦୦,IFSC: UBIN0562505,,Branch: Phulbani,UPI ନମ୍ବର: ୬୩୬୦୩୭୧୫୯୫

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।