viral ଭିଡ଼ିଓ- ରାଜବୀରଙ୍କ ବାପା ମାଙ୍କ ପାଖକୁ ଟଙ୍କା ନପଠାଇବା ପାଇଁ ଅନୁରୋଧ କରିଛନ୍ତି ଦେବବ୍ରତ ଷଡଙ୍ଗୀ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ସାରା ରାଜ୍ୟରେ ଏବେ ବାଳୁତ ଶିଶୁ ରାଜବୀରର ସ୍ବାସ୍ଥ୍ୟ ଅବସ୍ଥା ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ଏକ ଭିଡିଓ ଭାଇରାଲ ହୋଇଥିଲା।ରାଜବୀର ବାପା ମାଙ୍କ ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଲା ପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ପାଇନଲ ମସ୍କୁଲାର ଆଟ୍ରୋଫି ଟାଇପ ୨ ପରି ସାଙ୍ଘାତିକ ରୋଗରେ ପୀଡିତ ଅଛି ଏହି କୁନି ପୁଅ ରାଜବୀର।ଯାହାର ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କାର ମୂଲ୍ୟ ହେଉଛି ୧୬ କୋଟି ଟଙ୍କା।

ଯାହା ଯୋଗାଡ କରିବା ଅସମ୍ଭବ ହୋଇପଡିଛି ରାଜବୀରଙ୍କ ବାପା ମାଙ୍କ ପାଇଁ।ଗାଁ ଠୁ ସହର ସବୁଠି ବୁଲି ବୁଲି ଆର୍ଥିକ ସହାୟତା ପାଇଁ ଅନୁରୋଧ କରୁଥିବା ବେଳେ ଏହି ଭିଡିଓ ଏକ ବଡ ପ୍ରସଙ୍ଗ ପାଲଟିଛି।

ତେବେ ଭାଇରାଲ ଭିଡିଓକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଜବୀରକୁ ପ୍ରଥମରୁ ସାହାଯ୍ୟ କରି ଆସୁଥିବା ଦେବବ୍ରତ ଷଡଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେ ରାଜବୀରଙ୍କ ବାପାଙ୍କ ଏକାଉଣ୍ଟକୁ ଟଙ୍କା ନପଠାଇବା ପାଇଁ ରାଜ୍ୟବାସୀ ମାନଙ୍କୁ କହିଛନ୍ତି।ସେ କହିଛନ୍ତି ରାଜବୀରଙ୍କ ବାପା ମା ଡ୍ରାମା କରୁଛନ୍ତି, ରାଜବୀରକୁ ଟଙ୍କା ଦେଇ ଟଙ୍କା ନଷ୍ଟ କରନ୍ତୁ ନାହିଁ।

ଦେବବ୍ରତ ଷଡଙ୍ଗୀ ଚାହୁଁ ନାହାଁନ୍ତି ଓଡ଼ିଶାବାସୀ ରାଜବୀରଙ୍କ ବାପାଙ୍କ ଏକାଉଣ୍ଟକୁ ଟଙ୍କା ଦେଇ ବରବାଦ୍ କରାନ୍ତୁ ନାହିଁ। ଓଡ଼ିଶାବାସୀଙ୍କୁ ଟଙ୍କା ନଦେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ଦେବବ୍ରତ ଷଡଙ୍ଗୀ।

ସେ କହିଛନ୍ତି ରାଜବୀରର ସେ ପ୍ରଥମରୁ ସାହାଯ୍ୟ କରିଆସିଛନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରାଜବୀରର ଚିକିତ୍ସା କରିବା। ଏଥିପାଇଁ ସେ ସରକାରଙ୍କ ସହିତ ଲଢେଇ ମଧ୍ୟ କରିଛନ୍ତି।

ମାର୍ଚ୍ଚ ୨୨ ତାରିଖ ଦେଉଛି ରାଜବୀର ଚିକିତ୍ସା ଶେଷ ଦିନ। ମାର୍ଚ୍ଚ ୨୨ ଭିତରେ ଯଦି ରାଜବୀରଙ୍କ ଚିକିତ୍ସା ଯଦି ନ କରାଯାଏ ତେବେ ରାଜବୀରକୁ ବଞ୍ଚାଇବା ସମ୍ଭବ ହେବ ନାହିଁ। ତେବେ ପବ୍ଲିକ ପଇସାକୁ ବରବାଦ୍ କରୁଛନ୍ତି ରାଜବୀରଙ୍କ ବାପା ମା। ତେଣୁ ଓଡ଼ିଶା ବାସୀଙ୍କୁ ଦେବବ୍ରତ ଷଡଙ୍ଗୀ ଅନୁରୋଧ କରିଛନ୍ତି ରାଜବୀର ବାପା ମାଙ୍କ ପାଖକୁ ପଇସା ନପଠାଇବା ପାଇଁ।

ରାଜବୀର ପାଇଁ ଆସୁଥିବା ଦାନ ପଇସାରୁ ରାଜବୀରଙ୍କ ବାପା ମା ଓଏସ କରୁଥିବାର ମଧ୍ୟ ସେ କହିଛନ୍ତି। ବଡ ବଡ ହୋଟେଲରେ ରହି ଓଏସ୍ ଆରାମ କରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ତେବେ ଓଡ଼ିଶାବାସୀ ରାଜବୀରର ଚିକିତ୍ସା ପାଇଁ ପଠାଇଥିବା ଅର୍ଥ କିପରି ସୁରକ୍ଷିତ ରହିବ ତା ବାବଦରେ ସେ ଓଡ଼ିଶାବାସୀଙ୍କୁ ସତର୍କ କରିବାକୁ ଚାହୁଁଛନ୍ତି। ଯେଁଉ ମାନେ ରାଜବୀରର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଛନ୍ତି ସେମାନେ ତାଙ୍କ ପଇସା ଫେରାଇ ନିଅନ୍ତୁ ନଚେତ୍ ଯଦି ମାର୍ଚ୍ଚ ୨୨ ତାରିଖ ପରେ ପିଲାର ଚିକିତ୍ସା ନହୁଏ ତେବେ ସେହି ସବୁ ପଠା ଯାଇଥିବା ପଇସାକୁ ସରକାରଙ୍କୁ ହସ୍ତାନ୍ତର କରିବାକୁ ଦାବି କରନ୍ତୁ ବୋଲି ଦେବବ୍ରତ ଷଡଙ୍ଗୀ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।