viral ଭିଡ଼ିଓ- ରାଜବୀରକୁ ସହଯୋଗର ହାତ ବଢ଼ାଇଲେ ଓଡ଼ିଶାର ଚର୍ଚ୍ଚିତ ଯୋଡ଼ି ରୂପା ଓ ପିଣ୍ଟୁ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଦିନକୁ ଦିନ ରାଜବୀରର ସ୍ବାସ୍ଥ୍ୟ ଅବସ୍ଥା ବିପଦ ଆଡ଼କୁ ଗତି କରୁଛି। ବିରଳ ମେରୁଦଣ୍ଡ ମାଂସପେଶୀ ରୋଗର ଯନ୍ତ୍ରଣାରେ ଛଟ ପଟ ଦେଉଛି ବାଳୁତ ଶିଶୁ ରାଜବୀର। ଚିକିତ୍ସା ପାଇଁ ଆବଶ୍ୟକ ରହିଛି ୧୬ କୋଟି ଟଙ୍କାର ଅର୍ଥ ରାଶି। ଯାହା ଅସମ୍ଭବ ହୋଇପଡିଛି ରାଜବୀରଙ୍କ ପରିବାର ଲୋକଙ୍କ ପାଇଁ। ତେବେ ରାଜବୀରଙ୍କ ବାପା ମା ସାରା ଓଡ଼ିଶାବାସୀଙ୍କ ଠାରୁ କିଛି କିଛି ଅର୍ଥ ରାଶିର ସହାୟତା ପାଇଁ ଅନୁରୋଧ କରିଛନ୍ତି।

କୁନି ପୁଅର ବିକଳ ଚିତ୍କାର ଶୁଣି ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି ରାଜବୀରଙ୍କ ବାପା ମା।ପୁଅର ଚିକିତ୍ସା ପାଇଁ ଦେଶର କୋଣ ଅନୁକୋଣରୁ ସାହାଯ୍ୟ ମାଗୁଛନ୍ତି।ପୁଅର ଜୀବନ ପାଇଁ ଆକୁଳ ନିବେଦନ କରି ଚାଲିଛନ୍ତି ରାଜବୀରଙ୍କ ବାପା ମା।

 ତେବେ ରାଜବୀରକୁ ସାହାଯ୍ୟ କରିବା ପାଇଁ ବହୁତ ଲୋକେ ଅଣ୍ଟା ଭିଡ଼ିଛନ୍ତି କେବଳ ରାଜବୀରଙ୍କ ବାପା ମା ନୁହଁନ୍ତି ବଡ ବଡ ସେଲିବ୍ରେଟି ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ମଧ୍ୟ ରାଜବୀର ଜୀବନ ବଞ୍ଚାଇବା ପାଇଁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି।ନିଜ ସକ୍ଷମ ଅନୁସାରେ ରାଜବୀରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ନିଷ୍ପାପ ଶିଶୁ ପୁତ୍ର ରାଜବୀରକୁ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ। ଆପଣ ମାନେ ସମସ୍ତେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଅନେକ ଭିଡିଓ ଦେଖିଥିବେ ।

ତେବେ ସେମାନଙ୍କ ଏହି ୟୁଟ୍ୟୁବ ଚ୍ୟାନେଲଟି ବର୍ତ୍ତମାନ ଓଡ଼ିଶାରେ ବହୁତ ଲୋକପ୍ରିୟ ହୋଇଛି । ଲୋକମାନେ ତାଙ୍କ ଭିଡିଓ ଦେଖିବା ପାଇଁ ସର୍ବଦା ଚାହିଁ ରହିଥାନ୍ତି । ଅନେକ ଦର୍ଶକ ତାଙ୍କୁ ଖୁବ ପ୍ରଶଂସା ବି କରିଥାନ୍ତି। ବର୍ତ୍ତମାନ ସୁଧା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ସାଢେ ୭ ଲକ୍ଷରୁ ସବସ୍କ୍ରାଇବର ଅଛନ୍ତି।

ତେବେ ରାଜବୀରକୁ ସହଯୋଗର ହାତ ବଢ଼ାଇବା ପାଇଁ ରୂପା ପିଣ୍ଟୁ ତାଙ୍କ ଫ୍ରେଣ୍ଡମାନଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି। ରାଜବୀରଙ୍କ ମା ତମଲିକାଙ୍କ ପାଖକୁ ରୂପା ପିଣ୍ଟୁ ଭିଡିଓ କଲ୍ ମାଧ୍ୟମରେ କଥା ହେଉଥିବାର ନଜର ଆସିଛନ୍ତି। ରାଜବୀରଙ୍କ ମାଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି।

ରାଜବୀର ପାଇଁ କେମିତି ଅର୍ଥ ସଂଗ୍ରହ କରାଯାଇ ପାରିବ ସେ ନେଇ ରୂପା ପିଣ୍ଟୁ ତାଙ୍କ ଫ୍ରେଣ୍ଡମାନଙ୍କୁ କିଛି କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। ତମଲିକା ଦାସକୁ ଟଙ୍କା ପାଇଁ ବ୍ୟସ୍ତ ନହୋଇ ରାଜବୀରର ଧ୍ୟାନ ରଖିବା ପାଇଁ କହିଛନ୍ତି।ରୂପା ପିଣ୍ଟୁ ରାଜବୀରଙ୍କ ଏକାଉଣ୍ଟକୁ ୧୦,୦୦୦ ଟଙ୍କା ପଠାଇବେ ବୋଲି ରାଜବୀରଙ୍କ ମାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଯେହେତୁ ରୂପା ପିଣ୍ଟୁ ଖୁସିଙ୍କ ପ୍ରତି ସାରା ଓଡ଼ିଶାବାସୀଙ୍କ ଭଲପାଇବା ରହିଛି ତେଣୁ ସେ ତାଙ୍କ ଫେଣ୍ଡମାନେ ତାଙ୍କ କଥା ମାନି ରାଜବୀରକୁ ସାହାଯ୍ୟ କରିବେ ବୋଲି ରୂପା ପିଣ୍ଟୁ ଆଶା ରଖିଛନ୍ତି। ଓଡ଼ିଶାବାସୀଙ୍କ ଏକ ଛୋଟିଆ ସାହାଯ୍ୟ ଗୋଟେ ମା କୋଳକୁ ତା ପୁଅକୁ ଫେରାଇ ଆଣିବ ବୋଲି ରୂପା ପିଣ୍ଟୁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।