viral ଭିଡ଼ିଓ-ରାଜବୀର ଜୀବନକୁ ଖେଳନ୍ତୁ ନାହିଁ ବୋଲି ନିବେଦନ କରୁଛନ୍ତି ତମଲିକା ଦାସ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ରାଜବୀର ରଣାଙ୍କ ମା ତମଲିକା ଦାସ ପୁଣି ଥରେ ଲାଇଭ ଆସି କାନ୍ଦି କାନ୍ଦି ନିଜ ପୁଅର ଜୀବନ ଭିକ୍ଷା କରିଛନ୍ତି। ଯେଉଁମାନେ ତାଙ୍କର ଭିଡିଓ ଭାଇରାଲ କରିଛନ୍ତି ସେ ସେମାନଙ୍କୁ କହିଛନ୍ତି ସେ ଯଦି ସୁଇସାଇଡ୍ କରିବେ ତ ସେମାନଙ୍କ ନାଁରେ ସୁଇସାଇଡ୍ ନୋଟ୍ ଲେଖି ଦେଇଯିବେ। ରାଜବୀରଙ୍କ ଜୀବନ ସହିତ ନଖେଳିବା ପାଇଁ ସେମାନଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ରାଜବୀରଙ୍କ ମା।

ତେବେ କିଛି ଦିନଆଗରୁ ଭାଇରାଲ ହୋଇଥିଲା ରାଜବୀରଙ୍କ ବାପା କୁଳମଣି ରଣା ଓ ମା ତମଲିକା ଦାଶଙ୍କ ଭିଡିଓ। ଯାହା ସାମ୍ନାକୁ ଆସିଲା ପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହି ଭିଡିଓଟି ସମ୍ପୁର୍ଣ୍ଣ ମିଛ ବୋଲି ତମଲିକା କହିଛନ୍ତି।

 ସେମାନଙ୍କ ଉପରେ ମିଛ ପ୍ରଚାର କରାଯାଉଛି।ଭାଇରାଲ ଭିଡିଓକୁ ନେଇ ରାଜବୀରଙ୍କ ମା ତମଲିକା ଦାଶ ନିଜ ପୁଅର ଜୀବନ ସହିତ ନଖେଳିବା ପାଇଁ ବିନୋମ୍ର ଅନୁରୋଧ କରିଛନ୍ତି।

କିଛି ଲୋକ ରାଜବୀରଙ୍କ ବାପା ମାଙ୍କୁ ଫସାଇବା ପାଇଁ ଏକ ବିଧିବଧ ପ୍ଲାନ୍ କରିଛନ୍ତି ବୋଲି ତମଲିକା କହିଛନ୍ତି। ସେମାନଙ୍କ ବିରୁଦ୍ଧରେ ଏକ ବଡ ଷଡ଼ଯନ୍ତ୍ର କରାଯାଇଛି ତେବେ ଏହି ମିଥ୍ୟା ପ୍ରଚାରକୁ ଅଣଦେଖା କରିବାକୁ ରାଜବୀରଙ୍କ ମା କହିଛନ୍ତି। କାନ୍ଦି କାନ୍ଦି ଓଡ଼ିଶା ବାସୀଙ୍କ ନିକଟରେ ନିଜ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତାର ନିବେଦନ କରୁଛନ୍ତି।

ରାଜବୀରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ। ରାଜବୀରର ଜୀବନ ବଞ୍ଚାଇବା କଷ୍ଟକର ହୋଇପଡିଛିତାଙ୍କ ବାପା ମାଙ୍କ ପକ୍ଷେ। ଦାରିଦ୍ର୍ୟ ପାଇଁ ଯୋଗାଡ କରିପାରୁ ନାହାନ୍ତି ଅର୍ଥ। ତେବେ ଦିନକୁ ଦିନ ରାଜବୀରର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ ଯାଉଛି।

ଶୀଘ୍ର ଇଞ୍ଜେକ୍ସନ ଦିଆ ନ ଗଲେ ରାଜବୀରଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡିବ ବୋଲି ଡାକ୍ତର କହିଛନ୍ତି। ୧୬ କୋଟି ଟଙ୍କାର ଅର୍ଥ ରାଶିର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଧା ୩ କୋଟି ୭୦ ଲକ୍ଷ ଟଙ୍କାର ସହାୟତା ମିଳି ପାରିଛି ବୋଲି ଜଣା ପଡ଼ିଛି।

ଏହି ସମୟରେ ରାଜବୀରଙ୍କ ବାପା ମାଙ୍କ ନାରେ ଅପପ୍ରଚାରକୁ ନେଇ ଜୋର୍ ସୋର ଚର୍ଚ୍ଚା ଚାଲିଛି। ଯାହାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି କୁଳମଣି ରଣା ଓ ତମଲିକା। କାରଣ ଏପରି ଅପପ୍ରଚାର ପାଇଁ ରାଜବୀରର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ରେ ଅସୁବିଧା ଦେଖା ଯାଉଛି। ତେବେ ତମଲିକା ଦାଶ ଏପରି ଅପପ୍ରଚାର ନ କରିବା ପାଇଁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି।

ତେବେ ଯଦି ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି କିଛି କିଛି ଅର୍ଥ ଦାନ କରନ୍ତି ତେବେ ହୁଏତ ଜୀବନ ଓ ମୃତ୍ୟୁ ସହ ଲଡ଼େଇ କରୁଥିବା ରାଜବୀରର ଜୀବନ ବଞ୍ଚି ଯାଇପାରେ। ନିଜର ସକ୍ଷମ ଅନୁସାରେ ଯିଏ ଯେତିକି ପାରିବ ସେତିକି ସାହାଯ୍ୟ କରିବା ପାଇଁ ରାଜବୀରଙ୍କ ବାପା ମା ହାତଯୋଡ଼ି ଆକୁଳ ନିବେଦନ କରୁଛନ୍ତି। ଆପଣଙ୍କର କିଛି କିଛି ସାହାଯ୍ୟ ପାଇଁ ଗୋଟିଏ କୁନି ପୁଅ ତାଙ୍କ ପିତା ମାତାଙ୍କ କୋଳକୁ ଫେରି ଯାଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।