viral ଭିଡ଼ିଓ-ରାଜବୀର ଜୀବନକୁ ବଞ୍ଚାଇବା ପାଇଁ ୧୦୮ ଦୀପ ପ୍ରଜ୍ୱଳନ କଲେ ମହିଳାମାନେ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଜୀବନ ଓ ମୃତ୍ୟୁ ମଧ୍ୟରେ ରହିଥିବା ବ୍ୟବଧାନ ହେଉଛି ୨ ମାସ। ହାତରେ ରହିଛି ଆଉ ମାତ୍ର ୨ ମାସର ସମୟ ଏହାରି ଭିତରେ ରାଜବୀରକୁ ଯଦି ଇଞ୍ଜେକ୍ସନ ଦିଆ ନଯାଏ ତେବେ ରାଜବୀରର ଜୀବନ ବଞ୍ଚାଇବା ଅସମ୍ଭବ ହୋଇ ପଡିବ ବୋଲି ଡାକ୍ତର ପଷ୍ଟ କରିଛନ୍ତି।ଜୀବନ ମୃତ୍ୟୁ ସହ ସଂଗ୍ରାମ କରିଚାଲିଛି କୁନିପୁଅ ରାଜବୀର।
ସ୍ପାଇନଲ ମସ୍କୁଲାର ଆଟ୍ରୋଫି ଟାଇପ ୨ ପରି ସାଙ୍ଘାତିକ ରୋଗରେ ପୀଡିତ ଅଛି ଏହି କୁନି ପୁଅ ରାଜବୀର।ଯାହାର ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କାର ମୂଲ୍ୟ ହେଉଛି ୧୬ କୋଟି ଟଙ୍କା। ଯାହା ଯୋଗାଡ କରିବା ଅସମ୍ଭବ ହୋଇପଡିଛି ରାଜବୀରଙ୍କ ବାପା ମାଙ୍କ ପାଇଁ।
କୁନି ପୁଅର ବିକଳ ଚିତ୍କାର ଶୁଣି ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି ରାଜବୀରଙ୍କ ବାପା ମା।ପୁଅର ଚିକିତ୍ସା ପାଇଁ ଦେଶର କୋଣ ଅନୁକୋଣରୁ ସାହାଯ୍ୟ ମାଗୁଛନ୍ତି।ପୁଅର ଜୀବନ ପାଇଁ ଆକୁଳ ନିବେଦନ କରି ଚାଲିଛନ୍ତି ରାଜବୀରଙ୍କ ବାପା ମା। ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ଆସୁଥିଲେବି ୧୬ କୋଟି ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇପଡିଛି।
କେବଳ ରାଜବୀରଙ୍କ ବାପା ମା ନୁହଁନ୍ତି ବଡ ବଡ ସେଲିବ୍ରେଟି ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ମଧ୍ୟ ରାଜବୀର ଜୀବନ ବଞ୍ଚାଇବା ପାଇଁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି।ନିଜ ସକ୍ଷମ ଅନୁସାରେ ରାଜବୀରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ତେବେ ବର୍ତ୍ତମାନର ଖବର ଅନୁଯାୟୀ ରାଜବୀରଙ୍କ ଜୀବନ ପାଇଁ କିଛି ସ୍ତ୍ରୀ ଲୋକମାନେ ୧୦୮ ଦୀପ ପ୍ରଜ୍ୱଳନ କରିଛନ୍ତି।
ରାଜବୀରକୁ ନିଜ ପୁଅ ପରି ଦେଖୁଛନ୍ତି ଏହି ମହିଳାମାନେ। ନିଷ୍ପାପ ଶିଶୁର ଦୀର୍ଘଆୟୁଷ ପାଇଁ ଭାଗବାନଙ୍କ ନିକଟରେ ୧୦୮ ଦୀପ ଜାଳି ପ୍ରାର୍ଥନା କରିଛନ୍ତି। ପାରାଦ୍ଵୀପର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜନ ସମସ୍ୟା ନିବାରଣ ସଂସ୍ଥା ପକ୍ଷରୁ ଶିଶୁ ରାଜବୀରର ଜୀବନ ବଞ୍ଚାଇବା ପାଇଁ ଅର୍ଥ ସଂଗ୍ରହ କରିବାରେ ଲାଗି ପଡିଛନ୍ତି।
ଶିଶୁ ରାଜବୀରର ଦୀର୍ଘ ଜୀବନ କାମନା କରି ଗତ ଶନିବାର ଦିନ ପାରାଦ୍ଵୀପ ଠାରେ ଥିବା ମା ଶାରଳା ମନ୍ଦିରରେ ୧୦୮ ଦୀପ ଦାନ କରିଥିଲେ।
ସାମାଜିକ ଗଣ ମାଧ୍ୟମରେ ରାଜବୀରର ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଜଣା ପଡ଼ିବାରୁ ସାହାଯ୍ୟ ପାଇଁ ଅଣ୍ଟା ଭିଡିଲେଣି ରାଜ୍ୟବାସୀ। ସାରା ରାଜ୍ୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ଏବେ ଗୋଟିଏ ଲକ୍ଷ୍ୟରେ, ରାଜବୀରର ଜୀବନ ବଞ୍ଚାଇବା ପାଇଁ ୧୬ କୋଟି ଟଙ୍କା କିଭଳି ଯୋଗାଡ କରିବେ।
ତେବେ ଦିନକୁ ଦିନ ରାଜବୀରର ସ୍ବାସ୍ଥ୍ୟ ଅବସ୍ଥା ବିପଦ ଆଡ଼କୁ ଗତି କରୁଛି। ବିରଳ ମେରୁଦଣ୍ଡ ମାଂସପେଶୀ ରୋଗର ଯନ୍ତ୍ରଣାରେ ଛଟ ପଟ ଦେଉଛି ବାଳୁତ ଶିଶୁ ରାଜବୀର। ତେବେ ରାଜବୀରଙ୍କ ବାପା ମା ସାରା ଓଡ଼ିଶାବାସୀଙ୍କ ଠାରୁ କିଛି କିଛି ଅର୍ଥ ରାଶିର ସହାୟତା ପାଇଁ ଅନୁରୋଧ କରିଛନ୍ତି। ରାଜ୍ୟବାସୀଙ୍କ ଏକ ଛୋଟିଆ ସାହାଯ୍ୟ ହୁଏତ ଏହି କୁନି ପୁଅ ରାଜବୀର ଜୀବନ ବଞ୍ଚାଇ ଦେଇ ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।