viral ଭିଡ଼ିଓ-ପୁଣି ଥରେ ଓଡ଼ିଆ ଗୀତ ଗାଇଲେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ୍,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!
‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶାର ରାଜ୍ୟ ସଙ୍ଗୀତ।୨୦୨୦ ମସିହା ଜୁନ ୦୭ ତାରିଖରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ। ତେବେ ଏହି ସଙ୍ଗୀତକୁ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ହୋଇଥିଲା। ତେବେ ଏହି ସଙ୍ଗୀତକୁ କେବଳ ରାଜ୍ୟ ସଂସ୍କୃତି ଓ ଲୋକ ସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ ।
ତେଣୁ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ ପୁଣି ଥରେ ଏକ ସଙ୍ଗୀତକୁ ଏକ ନୂଆ ରୂପରେ ଓଡ଼ିଶାବାସୀଙ୍କ ନିକଟକୁ ନେଇ ଆସିଛନ୍ତି। ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ସଜାଇଛନ୍ତି ରାଜ୍ୟପାଳ। ଯାହାକୁ ଖୁବ୍ ପ୍ରଶଂସା କରାଯାଉଛି।
ତେବେ ବର୍ତ୍ତମାନ ସମୟରେ ଏହି ଓଡ଼ିଆ ରାଜ୍ୟ ସଙ୍ଗୀତ ‘ ବନ୍ଦେ ଉତ୍କଳ ଜନନୀ’ ଗୀତକୁ ପୁଣିଥରେ ନୂଆ ରୂପରେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ ଏଥି ଗୀତକୁ ଷ୍ଟୁଡ଼ିଓରେ ଗାଉଥିବାର ଦେଖିବାକୁ ମିଳିଛି। ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ଗାଇଛନ୍ତି ଡଃ ପ୍ରଫେସର ଗଣେଶୀ ଲାଲ।
ଷ୍ଟୁଡିଓରେ ଡଃ ପ୍ରଫେସର ଗଣେଶୀ ଲାଲ ସହିତ ଓଡ଼ିଶାର ପ୍ରସିଦ୍ଧ ଫିମେଲ୍ ସିଙ୍ଗର ଦିପ୍ତିରେଖା ପାଢ଼ୀ ଓ କିଛି ଛାତ୍ରଛାତ୍ରୀ ଏହି ସଙ୍ଗୀତରେ କଣ୍ଠଦାନ କରୁଥିବାର ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଏହି ଗୀତର ରେକଡିଂ ଜାରି ରହିଛି।
ଏହି ଗୀତର ରେକର୍ଡିଂ କଟକ ମଧୁପାଟଣା ସମ୍ରାଟ ହଲ ନିକଟରେ ଥିବା ମିଲନ ଷ୍ଟୁଡିଓରେ ରେକଡିଂ କରାଯାଇଛି । ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି। ଆସନ୍ତା ଉତ୍କଳ ଦିବସରେ ଅବସରରେ ଏହି ଗୀତଟିକୁ ରିଲିଜ୍ କରା ଯିବା ନେଇ ଯୋଜନା ରହିଛି। ଗୀତ ରେକର୍ଡ଼ ସମୟର କିଛି ଝଲକ ବର୍ତ୍ତମାନ ସମୟରେ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ କରା ଯାଉଛି।
ପୁଣି ଥରେ ଏକ ନୂଆ ରୂପରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତଟି ସମସ୍ତଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି। ଗୀତରେ କଣ୍ଠଦାନ କରି ବେଶ୍ ଖୁସି ଥିବା କହିଛନ୍ତି ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ । ଏହି ଗୀତକୁ ପୁଣିଥରେ ଏକ ନୂଆଁ ରୂପରେ ଆଣିଥିବାରୁ ଡଃ ପ୍ରଫେସର ଗଣେଶୀ ଲାଲଙ୍କୁ ବହୁତ ପ୍ରଶଂସା କରାଯାଉଛି।
ଏହି ସଙ୍ଗୀତର କିଛି ଝଲକ ଦେଖିବା ପରେ ଓଡ଼ିଶାବାସୀ ସମ୍ପୁର୍ଣ୍ଣ ଗୀତକୁ ଶୁଣିବା ପାଇଁ ଅପେକ୍ଷା କରି ରହିଛନ୍ତି। ଏହି ସଙ୍ଗୀତର କିଛି ଝଲକ ଦେଖିବା ପରେ ରାଜ୍ୟବାସୀ ବହୁତ ଖୁସି ଅଛନ୍ତି। ରାଜ୍ୟପାଳଙ୍କ ଏଭଳି ଉଦ୍ୟମକୁ ନେଇ ରାଜ୍ୟବାସୀ ଖୁବ୍ ଗର୍ବିତ ମନେ କରିଛନ୍ତି। ତେବେ ଷ୍ଟୁଡିଓକୁ ରେକର୍ଡିଂ ପାଇଁ ଆସିଥିବା
ବେଳେ ରାଜ୍ୟପାଳଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ବେଶ ଭିଡ ଜମି ଥିଲା।ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ଓଡିଶାର ଦେଶାତ୍ମ ବୋଧକ ଗୀତ ଏ ମାଟି ଓଡିଶା ଏ ଜାତି ଓଡିଆ ଶୀର୍ଷକ ଗୀତରେ ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ କଣ୍ଠଦାନ କରି ରାଜ୍ୟବାସୀଙ୍କର ବହୁତ ପ୍ରଶଂସା ସାଉଁଟି ପାରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।