viral ଭିଡ଼ିଓ-ପୁଣି ଥରେ କମେଡି king ପ୍ରଜ୍ଞା,ବିବାହ ପରେ ପ୍ରଥମ ଥର ପାଇଁ ଏକାଠି ଆସୁଛନ୍ତି ପ୍ରଜ୍ଞାନ ଖଟୁଆ ଓ ତାଙ୍କ ପତ୍ନୀ ସୁନନ୍ଧା,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ତାଙ୍କ କଲେଜ ବେଳର ସାଥୀ ସୁନନ୍ଧା ପରିଡାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ପାଇଁ ଏକାଠି ଏକ ଶୋ ରେ ନଜର ଆସିବାକୁ ଯାଉଛନ୍ତି। ନନ୍ଦିଘୋଷ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ଲକଡାଉନ ଡାଏରୀ କାର୍ଯ୍ୟକ୍ରମ ରେ ଦୁହେଁ ପ୍ରଜ୍ଞାନ ଖଟୁଆ ଓ ତାଙ୍କ ସ୍ତ୍ରୀ ସୁନନ୍ଧା ବିବାହ ପରେ ପ୍ରଥମ ଥର ପାଇଁ ଏକାଠି ଆସୁଛନ୍ତି।

ତେବେ ଲକଡାଉନ ଡାଏରୀର ଅତିଥି ଭାବରେ ଏମାନେ ନଜର ଆସିବେ। ଲକଡାଉନ୍ ଡାଏରୀ ପ୍ରୋଗ୍ରାମ ଉପସ୍ଥାପକ ଶଙ୍କରଙ୍କ ସମେତ ପୁରା ଟିମ ଆସି ପହଞ୍ଚି ଥିଲେ। ପ୍ରଜ୍ଞାନ ଖଟୁଆଙ୍କ ଗାଁରେ। ଯାହାର ଛୋଟ ଛୋଟ ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 ତେବେ ସୂଚନା ଅନୁଯାୟୀ ନବ ବିବାହିତା ଦମ୍ପତି ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ତାଙ୍କ ପତ୍ନୀ ସୁନନ୍ଧା ଲକଡ଼ାଉନ୍ ଡାଏରୀର ପୁରା ଟିମ ସହ ସୁଟିଂରେ ବ୍ୟସ୍ତ ଅଛନ୍ତି।ତେବେ ପ୍ରଜ୍ଞାନ ଖଟୁଆ ଓ ତାଙ୍କ ପତ୍ନୀ ସୁନନ୍ଧାଙ୍କ ସମ୍ପର୍କ କିଛି ମିଠା ମିଠା ସ୍ମୃତି ବିଷୟରେ ଖୁବ ଶୀଘ୍ର ନନ୍ଦିଘୋଷ ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପାଇଁ ଯାଉଛି। ପ୍ରଜ୍ଞାନ ଖଟୁଆଙ୍କ ବିବାହ ସମୟର ଅନୁଭୂତି ଓ ପ୍ରେମ ସମ୍ପର୍କରେ ଦର୍ଶକ ମାନେ ଜାଣିବାକୁ ପାଇବେ।


କିଛି ଦିନ ପୂର୍ବେ ଓଲିଉଡ ସିନେମା ଜଗତର ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ହାତକୁ ଦୁଇ ହାତ ହେଇଛନ୍ତି । ମଙ୍ଗଳବାର କଟକସ୍ଥିତ ବାସଭବନରେ ତାଙ୍କର ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି।ଦୀର୍ଘ ୧୫ ବର୍ଷ ଧରି ପ୍ରଜ୍ଞାନ ଖଟୁଆ ତାଙ୍କ କଲେଜ ବେଳର ସାଥୀ ସୁନନ୍ଧା ପରିଡାଙ୍କୁ ପ୍ରେମ କରୁଥିଲେ। ତେବେ ୧୫ବର୍ଷ ପରେ ତାଙ୍କ କଲେଜ ବେଳର ବାନ୍ଧବୀ ସୁନନ୍ଧାଙ୍କୁ ସେ ନୀଜର ଜୀବନ ସାଥୀ କରିଛନ୍ତି।

ଗତ ୧୬ ତାରିଖରେ ପ୍ରଜ୍ଞାନ ଓ ସୁନନ୍ଦାଙ୍କ ନିର୍ବନ୍ଧ ହୋଇଥିଲା।ଓଲିଉଡ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିର୍ବନ୍ଧର ସପ୍ତାହେ ଭିତରେ ପ୍ରଜ୍ଞାନ ଓ ସୁନନ୍ଦା ବିବାହ ସମ୍ପନ୍ନ ହୋଇଛି।

କୋଭିଡ ପରିସ୍ଥିତକୁ ଆଖି ଆଗରେ ରଖି ଅତି ହାଇ ପ୍ରୋଫାଇଲ୍ ବିବାହକୁ ଅଳ୍ପ ଲୋକଙ୍କ ଭିତରେ ସୀମିତ ରଖା ଯାଇଥିଲା। କୋଭିଡ-୧୯ର ସବୁ ଗାଇଡ ଲାଇନକୁ ମାନି ଖାଣ୍ଟି ଓଡିଆ ରିତିନୀତିରେ ବିବାହ ସମ୍ପନ୍ନ କରା ଯାଇଛି। କେବଳ ପ୍ରଜ୍ଞାନ ଓ ସୁନନ୍ଦାଙ୍କ ପରିବାର ଏବଂ ଅଳ୍ପ ଅତିଥୀରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି।

ବହୁ ଓଡ଼ିଆ କଥାଚିତ୍ରରେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଛନ୍ତି ପ୍ରଜ୍ଞାନ। ସୁନନ୍ଧା ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ପରିଚିତ। ତେବେ କିଛି ବର୍ଷ ଆଗରୁ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ସୁନନ୍ଧା ତରଙ୍ଗ ମ୍ୟୁଜିକ ଚ୍ୟାନେଲରେ CID ନାମକ ଏକ କମେଡି ଶୋରେ ଏକାଠି ନଜର ଆସିଥିଲେ ଯାହାକୁ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।