viral ଭିଡ଼ିଓ- ପ୍ରଥମ ଥର ପାଇଁ studio ରେ ଗୀତ ଗାଇଲେ ଓଡ଼ିଶାର ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଓଡ଼ିଶାର ଭାଇରାଲ୍ ବୟ ଶାନ୍ତନୁ କୁମାର ମହାନ୍ତି। ବୟସ ମାତ୍ର ୭ ବର୍ଷ।“ଓଡ଼ିଶାର ନୁଆ ସ୍ୱର ଜୁନିୟର” ରେ ଅଡିସନ ଦେବାକୁ ଆସି ଓଡ଼ିଶାର ଭାଇରାଲ୍ ବୟ ପାଲଟି ଯାଇଛନ୍ତି ମାତ୍ର ୭ ବର୍ଷର କୁନି ପୁଅ ଶାନ୍ତନୁ କୁମାର ମହାନ୍ତି। ଏତେ କମ ବୟସରୁ ଭାଇରାଲ ହେବା ପଛରେ କାରଣ ରହିଛି ତାଙ୍କର ଭଏସ। ତାଙ୍କର ସୁନ୍ଦର ସ୍ୱର ପାଇଁ ଶାନ୍ତନୁ ଆଜି ସାରା ଓଡ଼ିଶାରେ ଫେମୋସ ହୋଇ ପାରିଛନ୍ତି।

ଓଡିସନ ରେ ସେ ” ଭିଜେଇ ଦେଇ ଜା ଥରେ ପ୍ରିୟା ତ ପ୍ରେମ ବର୍ଷା ରେ” ଗୀତ ଟି ଗାଇଥିଲେ। ଯାହା ଶୁଣି ଜଜ୍ ମାନେ ବାଧ୍ୟ ହୋଇଥିଲେ ଷ୍ଟେଜ ଉପରୁ ଶାନ୍ତନୁଙ୍କ ପାଖକୁ ଆସିବାକୁ।ତାଙ୍କର ଗୀତ ଏତେ ସୁନ୍ଦର ଓ ମନଛୁଆଁ ଥିଲା କି ତାହାକୁ ଶୁଣି ଜଜ ଙ୍କ ସହ ସାରା ଓଡ଼ିଶା ବାସୀଙ୍କ ପାଗଳ କରିଦେଇଛି।

 ଶାନ୍ତନୁଙ୍କ ଗୀତ ଏବେ ସାରା ଓଡ଼ିଶାରେ ଭାଇରାଲ ହେବାରେ ଲାଗିଛି। ଗୀତ ଗାଇବା ସହ ଗୀତରେ ତାଳେ ତାଳେ ସୁନ୍ଦର ଏକ୍ଟିଙ୍ଗ ସାଙ୍ଗକୁ ସୁନ୍ଦର ଏକ୍ସପ୍ରେସନ ଦେଇଥାନ୍ତି ଶାନ୍ତନୁ ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।

ତେବେ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ପ୍ରଥମ ଥର ପାଇଁ ଷ୍ଟୁଡିଓ ରେ ଗୀତ ଗାଉଥିବାର ନଜର ଆସିଛନ୍ତି। ଗୀତ ସାଙ୍ଗକୁ ମଜାଳିଆ ଏକ୍ସପ୍ରେସନ ଦେଉଛନ୍ତି ଶାନ୍ତନୁ। ଖୁବ ସୁନ୍ଦର ଅଭିନୟ ମଧ୍ୟ କରୁ ଛନ୍ତି। ଓଡ଼ିଶା ଆର ପ୍ରଡକ୍ସନ ନିର୍ମାଣରେ “ଢୋଲ ଢୋଲ ଢୋଲ ଢୋଲ ବାଜିବ ଧୂଳି ଉଡେଇ ଟୋକା ନାଚିବ” ଗୀତ ଗାଇ ଦର୍ଶକ ମାନଙ୍କ ମନ କିଣିବାକୁ ଲାଗିଛନ୍ତି ଏହି କୁନି ଗାୟକ ଶାନ୍ତନୁ।

ଶାନ୍ତନୁଙ୍କ ଗୀତର ତାଳେ ତାଳେ ନାଚି ଉଠୁଛନ୍ତି ଦର୍ଶକ ମାନେ। ଦିନକୁ ଦିନ ଭାଇରାଲ ବୟ ଶାନ୍ତନୁଙ୍କ ଫ୍ରେଣ୍ଡ୍ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେବେ ପ୍ରଥମ ଥର ପାଇଁ ଗୀତ ଗାଇ କୁନି ଗାୟକ ଶାନ୍ତନୁ ମଧ୍ୟ ଖୁବ୍ ଖୁସି ଅଛନ୍ତି।

ତେବେ ଶାନ୍ତନୁଙ୍କ କ୍ୟୁଟ ଓ ଫନି ଅନ୍ଦାଜକୁ ଖୁବ୍ ପସନ୍ଦ କରନ୍ତି ଦର୍ଶକ ମାନେ। ଗୀତ ଗାଇବା ସହ ଷ୍ଟେଜରେ ବହୁତ ମସ୍ତି କରିବାର ନଜର ଆସିଛନ୍ତି ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି। ଶାନ୍ତନୁ କୁମାର ଓଡ଼ିଶାର ନୂଆ ସ୍ୱର ଆଡିସନ୍ ରାଉଣ୍ଡ ପରେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ପାର କରି ଚାଲିଛନ୍ତି।

ତେବେ ବର୍ତ୍ତମାନ ସମୟରେ ଶାନ୍ତନୁଙ୍କ “ଢୋଲ ଢୋଲ ଢୋଲ ଢୋଲ ବାଜିବ ଧୂଳି ଉଡେଇ ଟୋକା ନାଚିବ” ଗୀତଟି ସଭିଙ୍କୁ ପାଗଳ କରିଛି। ଶାନ୍ତନୁଙ୍କ ଗୀତର ମଜା ନେଉଛନ୍ତି ଦର୍ଶକ। ଗୀତକୁ ଖୁବ୍ ପସନ୍ଦ କରିବା ସହ ଭଲ ଭଲ କମେଣ୍ଟ ଦେଉଛନ୍ତି। ଆଗକୁ ଆହୁରି ଭଲ ଭଲ ଗୀତ ଗାଇବେ ବୋଲି ଆଶା ରଖିଛନ୍ତି ଶାନ୍ତନୁଙ୍କ ଫ୍ରେଣ୍ଡମାନେ।ଶାନ୍ତନୁଙ୍କ ଏହି ଗୀତ ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।