viral ଭିଡ଼ିଓ- ପ୍ରକୃତି ମିଶ୍ର ଏବଂ ଟାଇଗର ଶ୍ରଫ ଏକାଠି ବଲିଉଡରେ ନଜର ଆସି ପାରନ୍ତି ,ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ…ଦେଖନ୍ତୁ full ଭିଡ଼ିଓ !

ପ୍ରକୃତି ମିଶ୍ର ଯିଏକି ଓଡ଼ିଶାର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ନଜର ଆସିଛନ୍ତି। ମାର୍ଚ୍ଚ ୩ ତାରିଖ ୧୯୯୫ ମସିହାରେ ଓଡ଼ିଶାର ଭୁବନେଶ୍ଵର ଠାରେ ଜନ୍ମ ଗ୍ରହଣ କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଓଡ଼ିଶାର ଲୋକ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ମନ୍ମଥ ମିଶ୍ରଙ୍କ ଝିଅ ପ୍ରକୃତି ମିଶ୍ର।ସେ ପ୍ରଥମେ ଛୋଟ ପରଦାରେ ଶିଶୁ କଳାକାର ଭାବରେ ନଜର ଆସିଥିଲେ।

ଦୂରଦର୍ଶନରେ ପ୍ରସାରିତ ଏକ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଏବଂ ଇଟିଭିରେ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ କେତକ କାର୍ଯ୍ୟକ୍ରମ ରେ ଉପସ୍ଥାପିକା ରୂପେ ନଜର ଆସିଥିଲେ।ଏହା ପରେ ଟିଭି ପରଦାରେ ତୁଳସୀ ଧାରାବାହିକ ମାଧ୍ୟମରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ।

୨୦୦୩ ମସିହାରେ ଲୋକପ୍ରିୟ କଥାଚିତ୍ର ‘ସାବତ ମା’ ଜରିଆରେ ଶିଶୁ କଳାକାର ଭାବେ ରୂପେଲି ପରଦାରେ ପାଦ ଥାପି ଥିଲେ ପ୍ରକୃତି।ଏହାପରେ ବହୁତ ଗୁଡ଼ିଏ ସିନେମା ଏବଂ ଆଲବମ୍ ଆଦିରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।

ପ୍ରକୃତି ମିଶ୍ର କେବଳ ଓଡ଼ିଶାର ସିନେମା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ତା ନୁହେଁ ମାୟନଗରୀ ମୁମ୍ବାଇରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ହିନ୍ଦୀ ଧାରାବାହିକରେ ମଧ୍ୟ ନିଜର ଜଲ୍ଵା ଦେଖାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।

 


ଓଲିଉଡରେ ଏଣ୍ଟ୍ରି ମାରିଥିବା ପ୍ରକୃତି ମିଶ୍ର ଏବେ ବଲିଉଡ ଚଳଚ୍ଚିତ୍ରର ସୁଯୋଗ ଅପେକ୍ଷାରେ ରହି ଛନ୍ତି।ନିକଟରେ ତାଙ୍କର ଏକ ଫୋଟ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଅଭିନେତା ଟାଇଗର ଶ୍ରଫଙ୍କ ସହ ନଜର ଆସିଥିଲେ। ଏବଂ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁ ଭିଡିଓରେ ପ୍ରକୃତି ମିଶ୍ର ବଲିଉଡର ସୁପରଷ୍ଟାର ଟାଇଗର ଶ୍ରଫଙ୍କ ଟ୍ରେନର ପାଖରୁ ଟ୍ରେନିଂ ନାଉଥିବର ନଜର ଆସିଛନ୍ତି।ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦିଓ ଓଲିଉଡ ଇଣ୍ଡଷ୍ଟ୍ରିରୁ ଯାଇ ବଲିଉଡ ଇଣ୍ଡଷ୍ଟ୍ରି କିଛି କରି ହେଖାଇବାର ପ୍ରଚେଷ୍ଟା ବହୁତ କଷ୍ଟ ସାଧ୍ୟ ହୋଇଥାଏ ତଥାପି ନିଜର ଚେଷ୍ଟା କେବେବି ବୃଥା ଯାଏ ନାହିଁ। ସେମିତି ପ୍ରକୃତି ମିଶ୍ରଙ୍କର କିଛି କରି ଦେଖାଇବାର ଇଚ୍ଛା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ତାଙ୍କୁ ଘରେ ଘରେ ପରିଚିତ କରିଛି।

ଓଡ଼ିଆ ସିନେମା ଜଗତରେ ନିଜର ସଫଳତା ପୂର୍ବକ ଅଭିନୟ କରି ଯୁବପିଢୀଙ୍କ ମନ କିଣି ନେଇଛନ୍ତି ସୁନ୍ଦରୀ ପ୍ରକୃତି ମିଶ୍ର। ଏବଂ ଏବେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ତାହା ହେଲା ଅଭିନେତା ଟାଇଗର ଶ୍ରଫଙ୍କ ଟ୍ରେନର ବିକ୍ରମ ପାଖରୁ ସୁନ୍ଦରୀ ପ୍ରକୃତି ମିଶ୍ର ଟ୍ରେନିଂ ନେଉଛନ୍ତି।

ଯାହା ପ୍ରକୃତିଙ୍କ ଫ୍ରେଣ୍ଡସ ମାନଙ୍କୁ ଦ୍ଵନ୍ଦରେ ପକାଇଛି। ଆଗକୁ ପ୍ରକୃତି ମିଶ୍ର ଟାଇଗର ଶ୍ରଫଙ୍କ ସହ ନଜର ଆସିପାରନ୍ତି ବୋଲି ପ୍ରକୃତିଙ୍କ ଫ୍ରେଣ୍ଡ ମାନେ ଅନୁମାନ କରୁଛନ୍ତି। କେବଳ ଏତିକି ନୁହେଁ ଟାଇଗରଙ୍କ ଟ୍ରେନର ବିକ୍ରମ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଅଟନ୍ତି। ବିକ୍ରମ ମଧ୍ୟ ବହୁତ ସେଲିବ୍ରେଟି ମାନଙ୍କ ସହ ନଜର ଆସିଥିବାର ଦେଖିବାକି ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।