viral ଭିଡ଼ିଓ-ପରିବାର ସହ କେମିତି ଟାଇମ୍ ବିତାଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେଉଛି !

ଓଡ଼ିଆ ସିନେମା ଜଗତରେ ବହୁ ଚର୍ଚ୍ଚିତ ନା ଭାବରେ ଓଲିଉଡ଼ କୁଇନ ବର୍ଷା ପ୍ରୟଦର୍ଶିନୀ ବେଶ ଜଣାଶୁଣା। ଓଡ଼ିଶାର କଟକ ଜିଲ୍ଲାରେ ୭ ଅଗଷ୍ଟ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରଥମେ ଧାରାବାହିକ ପଣତ କାନି ଜରିଆରେ ଲୋକ ଲୋଚନକୁ ଆସିଥିଲେ। ଏହି ଧାରାବାହକରେ କିଛି ଦିନ ଅଭିନୟ କରି ଛାଡ଼ି ଦେଇଥିଲେ।ତା ପରବର୍ତ୍ତୀ ସମୟରେ ସେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ।୨୦୦୩ ମସିହାରେ ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା ମିଥୁନ ଚକ୍ରବର୍ତ୍ତୀ ଏବଂ ଉତ୍ତମ ମହାନ୍ତିଙ୍କ ଦ୍ୱାରା ଅଭିନୀତ ‘ ଏ ଯୁଗର କୃଷ୍ଣ ସୁଦାମା’ କଥାଚିତ୍ରର ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ସେ ଶିଶୁ କଳାକାର ଭାବରେ ମା ଓ ଗୋଲାମ ଗିରି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ନିଜର ସଫଳତା ପାଇଁ ସେ ଆଉ ପଛକୁ ଫେରି ଦେଖି ନାହାନ୍ତି।ଏହା ପରେ ସେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିବାର ଦେଖିବାକୁ ମିଳିଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଅଭିନୟର ଯାଦୁ ପାଇଁ ବହୁତ ସମ୍ମାନିତ ହୋଇଛନ୍ତି। ଏବଂ ବହୁତ ଥର ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ଼ ମଧ୍ୟ ପାଇଛନ୍ତି।

କେବଳ ଓଡ଼ିଆ ସିନେମା ଜଗତରେ ନୁହେଁ ବରଂ ବଙ୍ଗଳା ସିନେମା ଜଗତରେ ମଧ୍ୟ ନିଜର ସଫଳତାପୂର୍ବ ଅଭିନୟ ପାଇଁ ବର୍ଷା ପ୍ରିୟଦର୍ଶିନୀ ଖୁବ୍ ଜଣାଶୁଣା।୨୦୦୮ ମସିହାରେ ସେ ବଙ୍ଗଳା ସିନେମା ଜଗତରେ ପାଦ ରଖିଥିଲେ। ବଙ୍ଗଳା ସିନେମା ‘ଜୋର୍’ ମାଧ୍ୟମରେ ବଙ୍ଗଳାରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ତା ପରେ ସେ ଏକାଧିକ ବଙ୍ଗଳା ସିନେମା ଅଭିନୟ କରିଥିଲେ।


ଏଥିମଧ୍ୟରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବଂ ସେମାନେ ୨୦୧୪ ଫେବୃଆରୀ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନ ବେଶି ଦିନ ତିଷ୍ଟି ନଥିଲା।୨୦୨୦ ମସିହାରେ ପାରିବାରିକ କଳହ ବିବାଦ ଘେରକୁ ଚାଲି ଆସିଥିଲା ଏବଂ ଅଭିନେତା ଅନୁଭବ ମହାନ୍ତି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏବେ ଯାଏ ମଧ୍ୟ ଫ୍ୟାମିଲି କୋର୍ଟରେ ମାମଲା ରୁଜ୍ଜୁ ହୋଇଛି।

ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ପରିବାର ସହିତ ରହୁଛନ୍ତି।ବହୁ ଦିନ ପରେ ସେ ନିଜ ପରିବାର ସହିତ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି। ଏକ ଭିଡିଓ ଜରିଆରେ ଦେଖିବାକୁ ମିଳିଛି ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପରିବାର ମା ଓ ଭଉଣୀ ମାନଙ୍କ ସହ ସମୁଦ୍ର କୂଳରେ ବୁଲୁଥିବାର ଦେଖାଯାଇଛି ଏବଂ ସେ ସମୟର କିଛି ଭଲ ମୁହୂର୍ତ୍ତ ସୋସିଆଲ ମିଡ଼ିଆରେ ପ୍ରସାରିତ କରିଥିବାର ଦେଖିବାକୁ ମିଳିଛି।

ବହୁତ ଦିନ ପରେ ତାଙ୍କର ଏ ମଜା ମସ୍ତିର ଭିଡିଓ ଦେଖି ବର୍ଷାଙ୍କ ଫ୍ରେଣ୍ଡସ ମାନେ ବହୁତ ଖୁସି ହୋଇଛନ୍ତି। ମା ଓ ଭଉଣୀ ମାନଙ୍କ ସହ ବେଶ ଖୁସି ଲାଗୁଛନ୍ତି ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।