viral ଭିଡ଼ିଓ -OMG ! ସାମି ସାମି ଗୀତରେ ଜବରଦସ୍ତ ଡାନ୍ସ କଲେ ସଙ୍କୀର୍ତ୍ତନିଆ ମହିଳାମାନେ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ସାମାଜିକ ଗଣ ମାଧ୍ୟମରେ ପ୍ରତ୍ୟେକ ସମୟରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ। ଏହି ସାମାଜିକ ଗଣ ମାଧ୍ୟମ ଗୁଡିକ ଜଣେ ମଣିଷକୁ ସ୍ବତନ୍ତ୍ର ପରିଚୟ ଦେବା ସହ ରୋଜଗାର ମଧ୍ୟ ଦେଇଥାଏ। ଏହି ସାମାଜିକ ଗଣ ମାଧ୍ୟମ ଦ୍ୱାରା ଲୁଚି ରହିଥିବା କେତେକ ପ୍ରତିଭା ସବୁ ଲୋକଲୋଚନକୁ ଆସିବାକୁ ଲାଗୁଛି। ତେବେ ବର୍ତ୍ତମାନ ସମୟରେ କିଛି ବାଲସି ଲେଡ଼ିଜ ନାମରେ ଏକ ସଙ୍କୀର୍ତ୍ତନ ଗ୍ରୁପର ମହିଳାମାନେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ ।ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି ବାଲସି ଲେଡିଜ କୀର୍ତ୍ତନ ଗ୍ରୁପ। ଏହି ଗ୍ରୁପ ର ମହିଳା ମାନେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଏମିତି ପରିବେଷଣ କରୁଛନ୍ତି ଯାହାକୁ ଦେଖିଲେ ଆଖି ଲାଖି ହୋଇ ରହିଯିବ।

 ତେବେ ସବୁଠାରୁ ମଜାଦାର କଥା ହେଉଛି ଏହି ମହିଳା ସଙ୍କୀର୍ତ୍ତନିଆ ମାନେ ସାରା ଦେଶରେ ଚର୍ଚ୍ଚାରେ ରହିଥିବା ଅଲୁୁ ଅର୍ଜ୍ଜୁନ ସାଉଥ୍ ଫିଲ୍ମ “ପୁଷ୍ପା” ଦ ରାଇଜରର ସୁପର ହିଟ ଗୀତ ସାମୀ ସାମୀ ଗୀତର ସ୍ଵରରେ “ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ,ହରେରାମ ହରେରାମ ରାମ ରାମ ହରେହରେ” ସଙ୍କୀର୍ତ୍ତନ ପଦ ସାଙ୍ଗକୁ ଅତି ସୁନ୍ଦର ଭାବରେ ସାମୀ ସାମୀ ଗୀତର ଷ୍ଟେପ୍ ରେ ନୃତ୍ୟ ପରିବେଷଣ କରୁଛନ୍ତି ଏହି ମହିଳା ମାନେ। ଯାହାକୁ ଦେଖି ଦର୍ଶକ ମାନେ ଏହି ମହିଳା ମାନଙ୍କୁ ବହୁତ ପସନ୍ଦ କରିବା ସହିତ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।


ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆଜିର ଏ ଆଧୁନିକ ଦୁନିଆରେ ଯୁବପିଢି ମାନେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଛାଡି ଆଧୁନିକ ନୃତ୍ୟ, ଗୀତ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଆଧୁନିକ ଯୁଗର ଯୁବ ପିଢ଼ି ଟେକ୍ନୋଲୋଜି ସହିତ ନିଜକୁ ଖାପ ଖୁଆଇ ଚାଲିଛନ୍ତି। ସମସ୍ତେ ଆଧୁନିକ ଟେକ୍ନୋଲୋଜିକୁ ଆପଣାଇ ବାକୁ ଲାଗିଛନ୍ତି।

ଭଗବାନଙ୍କ ନାମ ଉଚ୍ଚାରଣ କରିବା ପାଇଁ ଏମାନଙ୍କ ପାଖରେ ସମୟ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦିନକୁ ଦିନ ଆମ ରୀତିନୀତି ପରମ୍ପରା ସବୁ ଲୋପ ପାଇବାକୁ ବସିଲାଣି। ତେବେ ଏହି କ୍ଷେତ୍ରରେ ବାଲସି ଲେଡିଜ୍ କୀର୍ତ୍ତନ ଗ୍ରୁପର ମହିଳା ମାନଙ୍କ ଏପରି ପରିବେଷଣକୁ ଖୁବ୍ ପ୍ରଶଂସା କରାଯାଉଛି।

ଆମ ଓଡ଼ିଶାର ପର୍ବ ପର୍ବାଣୀ, ଯାନିଯାତ୍ରା, ପୂଜାର୍ଚ୍ଚନା ଆଦି ସବୁଠାରୁ ନିଆରା। ଆମ ଓଡ଼ିଆ ମାନେ ସବୁ ପର୍ବ ପର୍ବାଣୀଙ୍କୁ ଖୁବ୍ ମାନିଥାନ୍ତି। ଗୃହର ମଙ୍ଗଳ ପାଇଁ କାହିଁ କେତେ ମାଙ୍ଗଳିକ କାର୍ଯ୍ୟ କରିଥାନ୍ତି।

ଆମ ସମାଜରେ ପ୍ରାୟ ସମୟରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଆଦି ଦେଖିବାକୁ ମିଳିଥାଏ। ଶ୍ରୀ ଚୈତନ୍ୟ ଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ତେବେ ଏହି ପରମ୍ପରା ଗୁଡ଼ିକ ଆମ ସମାଜରେ ଖୁବ୍ ମାନା ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।