viral ଭିଡ଼ିଓ – OMG ! ପୁଣି ଥରେ ଷ୍ଟୁଡିଓରେ “ତୋ ଗାଲର କଳାଯାଇ ” ଗୀତର ଜୁନିୟର ଭର୍ସନ ଗୀତ ଗାଇ ଚର୍ଚ୍ଚାରେ ଭାଇରାଲ ବୟ ଶାନ୍ତନୁ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ୭ ବର୍ଷୀୟ କୁନି କଣ୍ଠ ଶିଳ୍ପୀ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି।ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ଗୋଟିଏ ପରେ ଗୋଟିଏ ଗୀତରେ କଣ୍ଠ ଦାନ କରି ଚାଲିଛନ୍ତି। ଏତେ କମ ବୟସରୁ ସେ ଏତେ ଲୋକପ୍ରିୟ ହୋଇ ପାରିଛନ୍ତି ତାଙ୍କର ସୁମଧୁର କଣ୍ଠ ପାଇଁ।ଶାନ୍ତନୁଙ୍କ ସ୍ୱର ଓଡ଼ିଶାର ସବୁ ସଙ୍ଗୀତ ପ୍ରେମୀଙ୍କ ନିକଟରେ ପହଁଚି ପାରିଛି। ଏତେ କମ ବୟସରୁ ସେ ଏତେ ସୁନ୍ଦର ସଙ୍ଗୀତ ପରିବେଷଣ କରି ପାରୁଛନ୍ତି ଯିଏ ବି ଶାନ୍ତନୁଙ୍କ ସଙ୍ଗୀତକୁ ଶୁଣିବ ସିଏ ତାଙ୍କୁ ପ୍ରଶଂସା କରିବା ପାଇଁ ବାଧ୍ୟ ହେବେ।

ଏହି ୭ ବର୍ଷୀୟ ଶାନ୍ତନୁ କୁମାର ମହାନ୍ତି ସିଦ୍ଧାର୍ଥ ଟିଭି ଚ୍ୟାନେଲର ନୂଆଁ ରିଆଲିଟି ଶୋ ଓଡ଼ିଶାର ନୁଆ ସ୍ୱର ଜୁନିୟର ରେ ଅଡିସନ ଦେବାକୁ ଆସି ଓଡ଼ିଶାର ଭାଇରାଲ୍ ବୟ ପାଲଟି ଯାଇଛନ୍ତି।

ମାତ୍ର ୭ ବର୍ଷର କୁନି ପୁଅ ଶାନ୍ତନୁ କୁମାର ମହାନ୍ତି ଗୋଟିଏ ପରେ ଗୋଟିଏ ଗୀତରେ କଣ୍ଠ ଦାନ କରି ଚାଲିଛନ୍ତି। ଶାନ୍ତନୁଙ୍କ ସବୁ ଗୀତକୁ ମିଲିୟନ ମିଲିୟନ ଦର୍ଶକ ଦେଖୁଛନ୍ତି। ଏଥି ସହିତ ଶାନ୍ତନୁଙ୍କ ଗୀତରେ ରିଲସ୍ ଏବଂ ସର୍ଟ ଭିଡିଓ ଆଦି ବହୁ ମାତ୍ରାରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି।

ତେବେ ବର୍ତ୍ତମାନ ସମୟରେ ଶାନ୍ତନୁ ଟକ୍କର ଦେଉଛନ୍ତି ପ୍ରସିଦ୍ଧ ସିଙ୍ଗର ମଣ୍ଟୁ ଛୁରିଆ ଏବଂ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା କଣ୍ଠ ଦାନ କରିଥିବା ସୁପରହିଟ ଓଡ଼ିଆ ସଙ୍ଗ “ତୋ ଗାଲର କଳାଜାଇ, ମହମ ହୃଦୟରେ ଦିଏ ନିଆଁ ଲଗାଇ” ଭାଇରାଲ ବୟ ଶାନ୍ତନୁ ପୁଣି ଥରେ ଏହି ଗୀତର ଜୁନିୟର ଭର୍ସନ ଗାଇଛନ୍ତି ଶାନ୍ତନୁଙ୍କ ସହିତ କୁନି କଣ୍ଠ ଶିଳ୍ପୀ ଅଙ୍କିତା ରାଣୀ ମଧ୍ୟ ଏଥିରେ କଣ୍ଠ ଦାନ କରିଛନ୍ତି।

 “ତୋ ଗାଲର କଳାଜାଇ, ମହମ ହୃଦୟରେ ଦିଏ ନିଆଁ ଲଗାଇ” ଗୀତକୁ ପୁଣିଥରେ ଦୋହରାଇ “ତୋ ଗାଲର କଳାଜାଇ ଏ ଛୋଟ ବୟସରୁ ଦେଲା ପ୍ରେମ ଶିଖାଇ” ଭାବରେ ନୂଆ ରୂପରେ ଗାଇଛନ୍ତି ଶାନ୍ତନୁ ଏବଂ ଅଙ୍କିତା।ତେବେ ତୋ ଗାଲର କଳାଜାଇ ଗୀତର ଜୁନିୟର ଭର୍ସନକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ତେବେ ଏହି ଗୀତକୁ ଆର ଓଡିଶା ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତକୁ ରିଲିଜ୍ କରାଯାଇଛି। ଏହି ଗୀତକୁ ରିଲିଜ୍ କରାଯିବାର ମାତ୍ର ୬ ଘଣ୍ଟା ମଧ୍ୟରେ ଦଶ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ଏହି ଗୀତରେ ଭାଇରାଲ ବୟ ଶାନ୍ତନୁ ଏବଂ ଅଙ୍କିତା ରାନୀ କଣ୍ଠଦାନ କରିଥିବା ବେଳେ ଏହି ଗୀତକୁ ସ୍ୱର ସଂଯୋଜନା କରିଛନ୍ତି ପ୍ରଦୀପ୍ତ ରଥ।

ତେବେ ଏହି ନୂଆଁ ଜୁନିୟର ଭର୍ସନକୁ ମଧ୍ୟ ଦର୍ଶକ ମାନଙ୍କ ବହୁତ ସାରା ଭଲ ପାଇବା ମିଳି ଚାଲିଛି। ଏହି ଗୀତକୁ ଦର୍ଶକ ମାନେ ଲାଇକ କରିବା ସହ ସେୟାର ଓ ଭଲ ଭଲ କମେଣ୍ଟ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।