viral ଭିଡ଼ିଓ-OMG !ଓ କି ଡ୍ୟାନ୍ସ,ସାମି ସାମି ଗୀତରେ ବୃଦ୍ଧ ମହିଳା କଲେ ଜବରଦସ୍ତ ଡାନ୍ସ କଲେ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି ,ଦେଖନ୍ତୁ ସମ୍ପୂର୍ଣ video!

ସାରା ଦେଶରେ ସବୁଠି ଚାଲିଛି ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ । ପୁଷ୍ପାରେ ଅଲୁ ଅର୍ଜୁନଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରିଛନ୍ତି, ସେତିକି ଏହାର ଗୀତ ଓ ଡାନ୍ସକୁ ବି ସେତେ ଗ୍ରହଣ କରିଛନ୍ତି । ପୁଷ୍ପା ହିନ୍ଦି ସଂସ୍କରଣ ଆଜି ସୁଦ୍ଧା ୯୦ କୋଟିରୁ ଅଧିକ ବ୍ୟବସାୟ କରିଛି । ତେବେ ସାରା ଭାରତରେ ଏହା ୩୫୦ କୋଟିରୁ ଅଧିକ କଲେକ୍ସନ କରି ଚାଲିଛି। ତେଲୁଗୁ, ତାମିଲ, ମାଲାୟାଲାମ, କନ୍ନଡ଼ ଭାଷା ଆଦିରେ ରିଲିଜ୍ କରାଯାଇଥିଲା। ତେବେ ଦର୍ଶକ ମାନେ ସବୁ ଭାଷାରେ ପୁଷ୍ପାକୁ ପସନ୍ଦ କରୁଛନ୍ତି।

ତେବେ ପୁଷ୍ପାକୁ ରିଲିଜ୍ କରାଇବା ପୂର୍ବରୁ ପ୍ରତିଟି ଟ୍ରେଲର ଆଉ ଏହାର ଡାଇଲଗକୁ ହିନ୍ଦୀରେ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ଅପଲୋଡ଼ କରାଯାଇଥିଲା । କରୋନା କଟକଣା ଥିବାରୁ ଏସବୁ ଅନଲାଇନରେ ହିଟ୍ ମଧ୍ୟ ହେଇଥିଲା।

ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ ନିଜର ୟୁନିକ ଫାଇଟ୍, ଷ୍ଟାଇଲିସ୍ ଗେଟଅପ୍, ପ୍ରତି ଫିଲ୍ମରେ ନୂଆ ଚରିତ୍ର ପାଇଁ ଦର୍ଶକ ମାନଙ୍କ ଅନେକ ଭଲ ପାଇବା ସାଉଁଟି ପାରିଛନ୍ତି। ତେବେ ପୁଷ୍ପା ମୁଭି ଆଲୁ ଅର୍ଜୁନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି।

ତେବେ ଏହି ପୁଷ୍ପା ଫିଲ୍ମ ର ଡାଏଲଗ ପୁଷ୍ପା.. ପୁଷ୍ପା ରାଜ ଝୁକେଗା ନେହି କୁ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଧରିଛି । ଛୋଟ ରୁ ବଡ଼ ଏବଂ ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି ମାନେ ସମସ୍ତେ ଏହି ଡାଏଲଗ କହୁଛନ୍ତି।

କେବଳ ଡାଇଲଗ ନୁହେଁ ପୁଷ୍ପା ସିନେମାର ସବୁ ଗୀତ ସୁପର ହିଟ ହୋଇଛି। ଏହି ସିନେମାର ସବୁ ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବାର ଦେଖିବାକୁ ମିଳୁଛି। ୟୁଜର୍ସମାନେ ନିଜ ଅନ୍ଦାଜରେ ଏହି ପୁଷ୍ପା ସିନେମାର ଗୀତ ଓ ଡାଇଲଗରେ ଭିଡିଓ କରି ପୋଷ୍ଟ କରୁଛନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ତେବେ ବର୍ତ୍ତମାନ ସମୟରେ ଜଣେ ବୃଦ୍ଧ ମହିଳାଙ୍କ ପୁଷ୍ପା ସିନେମାର ସାମି ସାମି ଗୀତରେ ଡାନ୍ସ କରୁଥିବାର ଏକ କମେଡି ଭିଡିଓ ଦେଖିବାକୁ ମିଳୁଛି। ଯାହାକୁ ଦେଖବା ମାତ୍ରେ ଖୁବ୍ ହସ ଲାଗୁଛି। ଭିଡିଓରେ ଜଣେ ବୃଦ୍ଧ ମହିଳାଙ୍କୁ ଜଣେ ଯୁବକ ଡାନ୍ସ ଶିଖାଉଛନ୍ତି।

ଯୁବକ ଜଣକ ବୃଦ୍ଧ ମହିଳା ଜଣଙ୍କୁ ନିଜେ ଗୀତ ଗାଇ ଶିଖାଉଛନ୍ତି। ବୃଦ୍ଧ ମହିଳା ମଧ୍ୟ ଗୀତ ଗାଇ ଗାଇ ଡାନ୍ସ ଷ୍ଟେପ୍ କରୁଛନ୍ତି। ଉକ୍ତ ଯୁବକ ଓ ବୃଦ୍ଧ ମହିଳାଙ୍କ ହରକତ ଏତେ ମାତ୍ରାରେ ଏଣ୍ଟରଟେନିଂ ରହିଛି ଏହି ଭିଡିଓକୁ ଦେଖିବା ପରେ କେହି ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ।

ତେବେ ଭିଡିଓଟି କଥୁ କୁରପ୍ପୁ କାଳିଆ ୟୁଟ୍ୟୁବ ଚ୍ୟାନେଲ ପ୍ରସାରିତ କରାଯାଇଥିଲା ଯାହାକୁ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ୯୫ ହଜାରରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଏହି କମେଡି ଡାନ୍ସ ଭିଡିଓକୁ ଖୁବ୍ ମାତ୍ରାରେ ଦର୍ଶକ ପସନ୍ଦ କରୁଛନ୍ତି। ଯୁବକ ଓ ବୃଦ୍ଧ ମହିଳାଙ୍କ ଏହି କମେଡି ଡାନ୍ସ ଭିଡିଓ ସମସ୍ତଙ୍କୁ ହସର ଖୋରାକ ଯୋଗାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।