viral ଭିଡ଼ିଓ- OMG !”ଗୁଆ ଘିଅ, ଗୁଆ ଘିଅ” ଗୀତର ସ୍ଵରରେ ଚାଲିଛି ବିଜେଡି ଦଳର ନିର୍ବାଚନ ପ୍ରଚାର ଗୀତ “ଗପ କୁହ, ଗପ କୁହ” ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ସେତେ ସେତେ ଗାଁ ଗହଳି ଚଳ ଚଞ୍ଚଳ ହୋଇ ଉଠିଛି। ନେତାଠୁ ଜନତା ସମସ୍ତେ ଅପେକ୍ଷା କରି ରହିଛନ୍ତି ଏଥର ପଞ୍ଚାୟତ ନିର୍ବାଚନ କେଉଁ ଦଳ ବିଜୟ ଲାଭ କରିବ।କେଉଁ ଦଳ ଆଗାମୀ ୫ ବର୍ଷ ପାଇଁ ଶାସନ ଭାର ଗ୍ରହଣ କରିବ।ଏ ନେଇ ଗାଁ ଠୁ ସହର ସବୁଠି ଚର୍ଚ୍ଚା ଚାଲିଛି। ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀମାନେ। ଦିନରାତି ଏକ କରି ଚାଲିଛି ନିର୍ବାଚନ ପ୍ରଚାର। ଭୋଟ ହାତେଇବା ପାଇଁ ଚାଲିଛି ଜୋରସୋର ଚାଲିଛି କସରତ୍।
ଏଥର କୋଭିଡ-୧୯ର କଟକଣା ମଧ୍ୟରେ ନିର୍ବାଚନ ହେଉଛି।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଥର ନିର୍ବାଚନକୁ ବିନା ଜନଗହଳି ସୀମିତ ରଖାଯାଇଛି। ତେବେ ଡିଜିଟାଲ ପ୍ରଚାରକୁ ସବୁ ଦଳର ପ୍ରାର୍ଥୀମାନେ ଅଧିକ ଗୁରୁତ୍ବ ଦେଉଛନ୍ତି। କେହି କାହାଠୁ କମ ନାହାଁନ୍ତି। ସମସ୍ତେ ପ୍ରସ୍ତୁତି ଜରିରଖିଛନ୍ତି ଗୋଟିଏ ଗୋଟିଏ ଭୋଟ ହାତେଇବା ପାଇଁ।
ନିର୍ବାଚନ ପାଖେଇ ଆସିଲେ ଗାଁ ଠୁ ସହର ଚାରିଆଡେ ଭିନ୍ନ ଭିନ୍ନ ଗୀତରେ ଚାଲିଥାଏ ନିର୍ବାଚନ ପ୍ରଚାର। ନିଜ ଦଳର ସପକ୍ଷରେ ଓ ବିରୁଦ୍ଧି ଦଳ ବିପକ୍ଷରେ ଏହି ଗୀତ ଗୁଡ଼ିକ ତିଆରି କରାଯାଇଥାଏ। ଏଥର ମଧ୍ୟ ଗୀତର ସ୍ଵରରେ କମ୍ପୁଚି ନିର୍ବାଚନ ମୈଦାନ। ଭିନ୍ନ ଭିନ୍ନ ଦଳ ପାଇଁ ଭିନ୍ନ ଭିନ୍ନ ଗୀତରେ ଚାଲିଛି ନିର୍ବାଚନ ପ୍ରଚାର। ତେବେ ଏହି ଗୀତ ଗୁଡ଼ିକ ମଧ୍ୟ ଖୁବ ସୁନ୍ଦର ଓ ମନଛୁଆଁ ହୋଇଛି।
ଏଥର ଏଲେ ନିର୍ବାଚନ ସାଧାରଣତଃ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରାଯାଉଛି। ହ୍ୱାଟସଫ, ଫେସବୁକ୍, ଟୁଇଟର ଆଦି ପ୍ଲାଟଫର୍ମ ଗୁଡିକ ମଧ୍ୟମରେ ପ୍ରଚାର ଜୋର ଧରିଛି। ବର୍ତ୍ତମାନ କୋରନା ପରିସ୍ଥିତିରେ ବିଭିନ୍ନ ଦଳର ଭାବନାକୁ ଜନତା ମାନଙ୍କ ପାଖକୁ ପହଞ୍ଚିବା ପାଇଁ ଡିଜିଟାଲ ପ୍ରଚାରକୁ ମାଧ୍ୟମ କରାଯାଉଛି।
ତେବେ ସେଥିପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡିଂ। ଏହି ସବୁ ଗୀତରେ ପ୍ରାର୍ଥୀ ମାନଙ୍କ ଜୀବନଶୈଳୀ ଏବଂ ରାଜନୀତି ଉପରେ ଗୀତ ରଚନା କରି ରେକର୍ଡିଂ କରାଯାଉଛି। ମଧୁର ସ୍ୱର ସଂଯୋଜନା କରିବାରେ ଲାଗି ପଡିଛନ୍ତି , ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକମାନେ।
ତେବେ ଅନ୍ୟ ଦଳକୁ ପଛରେ ପକାଇବ ପାଇଁ ବିଜେଡି ଦଳ ବାହାର କରିଛି ଲୋକପ୍ରିୟ ଗୀତ “ଗୁଆ ଘିଅ” ଗୀତର ସ୍ଵର। ଗୁଆ ଘିଅ ଗୀତର ସ୍ୱରକୁ ନେଇ ତିଆରି କରାଯାଇଛି “ଗପ କୁହ,ଗପ କୁହ”। ବିରୁଦ୍ଧି ଦଳକୁ ଆଖି ଆଗରେ ରଖି ବିଜେଡି ଦଳ ଏହି ଗୀତ ରଚନା କରିଛନ୍ତି।
କେନ୍ଦ୍ର ସରକାର କୌଣସି ଉନ୍ନତିିମୂଳକ କାର୍ଯ୍ୟ ନକରି ସବୁବେଳେ ସାଧାରଣ ଜନତା ମାନଙ୍କୁ ଗପ କହୁଛନ୍ତି ଏମିତି କିଛି ଶବ୍ଦରେ ସଜ୍ଜା ଯାଇଛି ଗୀତଟିକୁ। ନିର୍ବାଚନ ପ୍ରଚାରରେ ଏ ଗୀତଟି ଖୁବ ମନଛୁଆଁ ଲାଗୁଛି। ତେବେ ଏ ଗୀତଟି ସାଧାରଣ ଜନତା ମାନଙ୍କ ଉପରେ କି ପ୍ରଭାବ ପକାଇବ ତା ଦେଖିବାକୁ ବାକି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।