viral ଭିଡ଼ିଓ -omg ! ଭାଙ୍ଗ ନିଶାରେ ଜବରଦସ୍ତ ଡ୍ୟାନ୍ସ କଲେ ହିରୋ ଅନୁଭବ ମହାନ୍ତି,ଭିଡ଼ିଓ ଦେଖିଲେ ହସି ହସି ଗାଡ଼ିଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ବ୍ୟକ୍ତିଗତ ଜୀବନ ପାଇଁ ହେଉ କି ନିଜର ପ୍ରଫେସନାଲ ଜୀବନ ପାଇଁ ହେଉ ସେଲିବ୍ରେଟି ମାନେ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏମାନଙ୍କ ପ୍ରତ୍ୟେକ କାର୍ଯ୍ୟକଳାପକୁ ପ୍ରଶଂସକମାନେ ଅନୁସରଣ କରିଥାନ୍ତି। ସେଲିବ୍ରେଟି ମାନଙ୍କ ସବୁ ଭିଡିଓ ଗୁଡ଼ିକ ବହୁ ମାତ୍ରାରେ ଭାଇରାଲ ହେବାକୁ ଲାଗେ। ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ନଦେଖିଲେ ବିଶ୍ଵାସ କରିହେବ ନାହିଁ।
ସୁପରଷ୍ଟାର ଅନୁଭବ ମହାନ୍ତି । ସାରା ଓଡ଼ିଶାରେ ଏକ ପରିଚିତ ଚେହେରା । ସୁପରହିଟ ଫିଲ୍ମ ପାଇଁ ହେଉ ବା ରାଜନୀତି କିଛି ନା କିଛି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଅନୁଭବ। କେବଳ ଏତିକି ନୁହେଁ ନିଜର ବ୍ୟକ୍ତି ଗତ ଜୀବନ ପାଇଁ ବି ଅନୁଭବ ମହାନ୍ତି ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।
ଅନୁଭବ ମହାନ୍ତି ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ନିଜର ଅଭିନୟ ଜୀବନ ଅରମ୍ଭ କରିଥିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ସୁପର ହିଟ ଓଡ଼ିଆ କଥାଚିତ୍ରରେ ମୁଖ୍ୟ ନାୟକ ଭାବରେ ନଜର ଆସିଛନ୍ତି ଅନୁଭବ।
କେବଳ ଏତିକି ନୁହେଁ ରାଜନୀତି କ୍ଷେତ୍ରରେ ମଧ୍ୟ ଅନୁଭବ ମହାନ୍ତି ଖୁବ୍ ସଫଳତା ହାସଲ କରିଛନ୍ତି।୨୦୧୪ ମସିହାରେ ଅଭିନେତା ଅନୁଭବ ମହାନ୍ତି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ପାର୍ଥୀ ଭାବରେ ନିର୍ଦ୍ଵନ୍ଦରେ ମୋନୋନିତ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ ମଧ୍ୟ ପୁଣିଥରେ ଅନୁଭବ ମହାନ୍ତି ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ତେବେ କିଛି ଦିନ ଧରି ଅନୁଭବ ମହାନ୍ତି ତାଙ୍କ ବ୍ୟକ୍ତିଗତ ଜୀବନଙ୍କୁ ନେଇ ବହୁ ଚର୍ଚ୍ଚାରେ ରହିଛନ୍ତି। ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ବିବାଦ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏତିକି ବେଳେ ପୁଣି ଥରେ ଅନୁଭବ ମହାନ୍ତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଅନୁଭବ ଏମିତି ଡାନ୍ସ କରୁଛନ୍ତି ଯାହାକି ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଚଳିତ ହୋଲିରେ ଅନୁଭବ ଏମିତି ଡାନ୍ସ କରୁଛନ୍ତି। ଅନୁଭବଙ୍କ ଡାନ୍ସ ଯିଏବି ଦେଖିବ ସିଏ ଭାବିବ ବୋଧୁଏ ଅଭିନେତା ଅନୁଭବ ମହାନ୍ତି ଭାଙ୍ଗପଣା ପି ଦେଇଛନ୍ତି।
ତେବେ ଏତିକି ନୁହେଁ ବଡ କଥା ହେଉଛି ଅନୁଭବ ଏମିତି ମଜାଦାର ଡାନ୍ସ ଭିଡିଓ ଅପଲୋଡ଼ କରି କ୍ୟାପସନ୍ ରେ ଲେଖିଛନ୍ତି ଯେ ସେ ଦୀର୍ଘ ୧୨ ବର୍ଷ ପରେ ସେ ଏମିତି ମନ ଖୋଲି ନାଚି ଉଠିଛନ୍ତି।
ତେବେ ଅନୁଭବ ମହାନ୍ତି ଭାଙ୍ଗପଣା ପିଇଛନ୍ତି କି ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ବର୍ତ୍ତମାନ ସମୟରେ ଏହି ଭିଡିଓଟି ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଅଭିନେତା ଅନୁଭବ ମହାନ୍ତିଙ୍କ ଫ୍ରେଣ୍ଡସମାନେ ମଧ୍ୟ ତାଙ୍କର ଏ ମଜାଳିଆ ଡାନ୍ସକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।