viral ଭିଡ଼ିଓ-ନୂଆ ମୁଡ କଣ ସୁମିତ ଓ ତପସ୍ଵିନୀଙ୍କ ସମ୍ପର୍କର ସୂତାକୁ ବାନ୍ଧି ପାରିଥାନ୍ତା ଆଶାର ଆଲୋକ,ଦେଖନ୍ତୁ ସମ୍ପୂର୍ଣ ଘଟଣାଟି କଣ !
ବୈବାହିକ ବନ୍ଧନ ହେଉଛି ସବୁଠାରୁ ପବିତ୍ର ବନ୍ଧନ।ଏହି ପବିତ୍ର ବୈବାହିକ ବନ୍ଧନରେ ବାନ୍ଧି ହୋଇଥିବା ଦମ୍ପତ୍ତି ଜନ୍ମ ଜନ୍ମ ପାଇଁ ସାଥୀ ହୋଇ ରୁହନ୍ତି ବୋଲି କୁହାଯାଏ। ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଠାରୁ ବଳି ଦୁନିଆରେ ଆଉ କୌଣସି ପବିତ୍ର ସମ୍ପର୍କ ନାହିଁ । ଶେଷ ନିଃଶ୍ୱାସ ଥିବା ଯାଏ ସ୍ବାମୀ ସ୍ତ୍ରୀ ଉଭୟ ପରସ୍ପରର ସୁଖ ଏବଂ ଦୁଃଖର ସାଥିହୋଇ ରହିବେ ବୋଲି ପରସ୍ପରକୁ କଥା ଦେଇଥାନ୍ତି।
କେବଳ ଏ ଜନ୍ମ ନୁହଁ ବରଂ ଆଗାମୀ ସାତ ଜନ୍ମ ପର୍ଯ୍ୟନ୍ତ ଜୀବନସାଥୀ ହେବାର ସ୍ବପ୍ନ ଦେଖିଥାନ୍ତି। ହେଲେ ଆଜିର ଏ ସମାଜରେ ଏସବୁ ପରିବର୍ତ୍ତନ ହେବାକୁ ଲାଗିଲାଣି।ଦିନକୁ ଦିନ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ସ୍ବାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି
ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ସୁମିତ୍ ସାହୁ ଏବଂ ତପସ୍ଵିନୀ ଦାଶଙ୍କ ପାରିବାରିକ କଳହ।ଏ ନେଇ ଏବେ ମଧ୍ୟ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି। ନ୍ୟାୟ ପାଇବା ଆଶାରେ ତପସ୍ଵିନୀ ଦାଶ ସ୍ବାମୀ ସୁମିତ ସାହୁଙ୍କ ଘର ଆଗରେ ଧାରଣା ଦେଇଥିଲେ।
ଜୀବନର ଦୋଛକି ରେ ଠିଆ ହୋଇଛନ୍ତି ଡକ୍ଟର ସୁମିତ୍ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀଙ୍କ ସମ୍ପର୍କ। ଏହି ସମସ୍ୟାର ସମାଧାନ କରିପାରିବ କି ଆଶାର ଆଲୋକ। ସୁମିତ ଓ ତପସ୍ଵିନୀଙ୍କୁ ଏକାଠି କରିପାରିବକି ଓଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଟେଲିଶୋ ‘ଜୀବନ ଦୋଛକିରେ ଆଶାର ଆଲୋକ’। କଣ ପୁଣି ଥରେ ତପସ୍ଵିନୀଙ୍କ ସଂସାର ହସି ଉଠିବ। ଜୀବନର ଦୋଛକିରେ କଣ ଆଶାର ଆଲୋକ ଦେଖିପାରିବେ ସ୍ବାମୀ ସୁମିତ ଓ ପତ୍ନୀ ତପସ୍ଵିନୀ।
ଏବେ ସାରା ରାଜ୍ୟରେ ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ କଳହ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ରାଜ୍ୟର ଲୋକେ ମାନେ ଚାହିଁ ବସିଛନ୍ତି କେବେ ତପସ୍ଵିନୀଙ୍କୁ ନ୍ୟାୟ ମିଳିବ।
ଏ ସମସ୍ୟାର ସମାଧାନ ପାଇଁ ଚାଲିଛି ଜୋରସୋର ଆଲୋଚନା ସମାଜ ସେବୀ ନମ୍ରତା ଛୋଟା ମଧ୍ୟ ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା ଚଳାଇଥିବା ବେଳେ କିଛି ଜଣ ମତବ୍ୟକ୍ତ କରିଛନ୍ତି ଯେ ଏହାର ସମାଧାନ କେବଳ ମିହିର ଦାସଙ୍କ ‘ଜୀବନ ଦୋଛକିରେ ଆଶାର ଆଲୋକ’ ଜରିଆରେ ହୋଇପାରିବ।ଏହା କଣ ସୁମିତ ଓ ତପସ୍ଵିନୀଙ୍କ ଜୀବନର ଅଡୁଆ ସୂତାକୁ ଫିଟେଇ ପାରିବ।
ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଉଭୟ ସ୍ବାମୀ ସ୍ତ୍ରୀ ଦୁଇଜଣ ଯାକ ସାମ୍ନାସାମ୍ନୀ ହେଲେ ଯାଇ ସମାଧାନ ହୋଇପାରିବ। କିନ୍ତୁ ସୁମିତ ତ କୋର୍ଟକୁ ଆସୁନାହାନ୍ତି। ତ କେମିତି ଆଶାର ଆଲୋକ ଦ୍ୱାରା ସମାଧାନ ହୋଇପାରିବ ବୋଲି ନମ୍ରତା ଛୋଟା ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ ଉଭୟ ପକ୍ଷ ରାଜି ନହେଲେ ଆଶାର ଆଲୋକକୁ ଯିବା ଅସମ୍ଭବ। ଏମିତି କି ପ୍ରମିଳା ତ୍ରିପାଠୀ ଆଶାର ଆଲୋକର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବନାହିଁ। ବହୁତ ଭାଙ୍ଗିଯାଇଥିବା ସଂସାରକୁ ଯୋଡ଼ିବାରେ ସେ ସହାୟକ ହୋଇଛନ୍ତି।ତେବେ ତପସ୍ଵିନୀ କେବେ ନ୍ୟାୟ ପାଇବେ ସେ ଆଶାରେ ସମସ୍ତେ ଚାହିଁ ବସିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।