viral ଭିଡ଼ିଓ- ନିରୀହ ନିଷ୍ପାପ ଶିଶୁ କନ୍ୟାକୁ ହତ୍ୟା କଲେ ସାବତ ମା ଓ ନିଜ ବାପା ଚାଲିଗଲା କୁନି ପିଲାର ଜୀବନ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ସମୟରେ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଛାତି ଥରି ଉଠିବ।ମା ଆଉ ସାବତ ମା ଭିତରେ ବ୍ୟବଧାନ ଏତେ କଠୋର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି। ଜଣେ ସାବତ ମା ର ହୃଦୟ କଣ ଏତେ କୋଠାର ହେଇପାରେ। ଆସିଥିବା ଭିଡିଓରେ ନିଜ ସ୍ବାମୀଙ୍କ ପ୍ରଥମ ସ୍ତ୍ରୀ କନ୍ୟା ସନ୍ତାନକୁ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଛି ସାବତ ମା।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରେ। ପାରିବାରିକ କଲହରୁ ଘଟି ଯାଇଛିଏପରି ଏକ ହୃଦୟ ବିଦାରକ ଘଟଣା। ସାବତ ମାର ହିଂସାର ଶିକାର ହୋଇଛି ଜଣେ ନିରୀହ ନିସ୍ପାପ ଶିଶୁ କନ୍ୟା।

 ନିଜ ଜନ୍ମ କଲା ବାପା ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି। ସାବତ ମା ସହିତ ମିଶି ଅତି ନିଷ୍ଟୁର ଭାବରେ ହତ୍ୟା କରିଛନ୍ତି ନିଜ ୬ ବର୍ଷୀୟ ଶିଶୁ କନ୍ୟାକୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରୁ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ଦିଗପହଣ୍ଡି ଥାନା ତେନ୍ତୁଳିଆ ଅଞ୍ଚଳରେ ଦିବାକର ନାମକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରନ୍ତି। ଦିବାକରଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଛି। ତାଙ୍କର ତପସ୍ୟା ନାମ୍ନୀ ୬ ବର୍ଷର ଝିଅ ଅଛି। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦିବାକର ଦ୍ୱିତୀୟ ବିବାହ କରିଥିଲେ।

ହେଲେ କୁନି ଝିଅଟି ଯୋଗୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏପରିକି ଗତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଏହି ସମୟରେ ତପସ୍ୟା ଖାଇବାକୁ ଅଝଟ ହେବାରୁ ତାକୁ ଦିବାକର ଓ ତାଙ୍କ ଦ୍ଵିତୀୟ ପତ୍ନୀ ଅତି ନିର୍ଦ୍ଦୟ ଭାବରେ ମାଡ ମାରିଥିଲେ।

ଏହାପରେ ସେ ଘର ବାହାରକୁ ଚାଲି ଯିବାରୁ ତାଙ୍କ ଦ୍ୱିତୀୟ ପତ୍ନୀ ଏକ କାଠଫାଳିଆରେ ଝିଅ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ଛୁଆଟିର ଜୀବନ ଚାଲି ଯାଇଥିଲା। ପିଲାର ରକ୍ତ ଜୁଡୁବୁଡୁ ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ଆସି ଘଟଣା ସ୍ଥଳରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଥିଲା। ଏହା ପରେ ପୋଲିସ ଛାନ୍ନଭିନ୍ନ ଆରମ୍ଭ କରି ଦେଇଛି।

ପ୍ରଥମ ପତ୍ନୀ ମରିଯିବା ପରେ ଏଠି ବାପା ମାନେ ସନ୍ତାନ ପାଇଁ ଏକ ଆଉ ଏକ ମା ନେଇ ଆସନ୍ତି। ଆଉ ସମାଜକୁ କୁହନ୍ତି ଦେଖ ମୋ ପିଲାକୁ ଏକ ମା ମିଳିଗଲା। କିନ୍ତୁ ଦ୍ଵିତୀୟ ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ କାହିଁକି ଏତେ ବଦଳି ଯାଇଥାନ୍ତି।

ସମାଜକୁ ଦେଇଥିବା ସବୁ କଥା ଭୁଲି ଯାଇଥାନ୍ତି। ଯାହା ଫଳରେ ବଳି ପଡ଼ି ଯାଏ କିଛି ନିରୀହ ନିଷ୍ପାପ ଜୀବନ। ଯାହା ବର୍ତ୍ତମାନ ସମୟରେ ମିଳିଥିବା ଭିଡିଓରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।