viral ଭିଡ଼ିଓ-ନିଜ ପ୍ରେମ ସମ୍ପର୍କ ବିଷୟରେ କହିଲେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଅଭିନେତ୍ରୀ ସୁନନ୍ଧା,ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ …ଆଉ ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ। ଯାହା ଦୁଇଟି ହୃଦୟକୁ ଗୋଟିଏ ସମ୍ପର୍କର ସୂତାରେ ବାନ୍ଧି ରଖିଥାଏ। ଦୁଇଟି ପରିବାରକୁ ଏକାଠି କରି ଥାଏ। କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ ବରଂ ସାତ ଜନ୍ମର ସାଥୀ ହୋଇ ବାଟ ଚାଲିବାକୁ ବଚନ ଦେଇଥାନ୍ତି ପରସ୍ପରକୁ। ପରସ୍ପର ସୁଖ ଓ ଦୁଃଖର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତି ନେଇଥାନ୍ତି।

ନିକଟରେ ଓଡ଼ିଆ ସିନେମା ଜଗତର ଜଣଶୁଣା ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଗତ ଜାନୁୟାରୀ ୨୫ ତାରିଖ ମଙ୍ଗଳବାର ଦିନ ନିଜର କଲେଜ ବେଳର ସାଥି ତଥା ଅଭିନେତ୍ରୀ ସୁନନ୍ଧା ପରିଡାଙ୍କୁ ଜନ୍ମ ଜନ୍ମ ପାଇଁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରଜ୍ଞା ଖଟୁଆ। ହିନ୍ଦୁ ପରିବାରର ରୀତି ନୀତି ଅନୁଯାୟୀ ଏ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ତେବେ ପ୍ରଜ୍ଞା ଓ ସୁନନ୍ଧା ନିଜ ପ୍ରେମ ସମ୍ପର୍କ ବିଷୟରେ ସୋସିଆଲ ମିଡ଼ିଆ ସାମ୍ନାରେ ପ୍ରକାଶ କହିଛନ୍ତି।ସେ ଦୁହେଁ ପ୍ରେମ ବିବାହ ବିବାହ କରିଥିବାର କହିଛନ୍ତି। କଲେଜରେ ପଢ଼ିବା ସମୟରୁ ପ୍ରଜ୍ଞା ଓ ସୁନନ୍ଧା ପରସ୍ପରକୁ ପସନ୍ଦ କରୁଥିଲେ। ଦୀର୍ଘ ୧୫ ବର୍ଷର ଧରି ଭଲପାଇବା ପରେ ବିବାହ କରିଛନ୍ତି ପ୍ରଜ୍ଞା ଓ ସୁନନ୍ଧା। ଭଗବାନ ଜଗନ୍ନାଥଙ୍କ କୃପାରୁ ତାଙ୍କ ଭଲପାଇବା ବିବାହର ରୂପ ନେଇଛି ବୋଲି କହିଛନ୍ତି ପ୍ରଜ୍ଞା ଖଟୁଆ।

ଏକଥା ମଧ୍ୟ କହିଛନ୍ତି ଆମ ପ୍ରେମ ଏଇଠୁ ଆରମ୍ଭ ଶେଷ ନୁହେଁ। ଅଭିନେତ୍ରୀ ସୁନନ୍ଧା କହିଛନ୍ତି ଯେ କଲେଜ ସମୟରୁ ସେମାଙ୍କର ପରସ୍ପର ପ୍ରତି ଦୁର୍ବଳତା ରହିଥିଲା। ଏବଂ ଦୀର୍ଘ ୧୫ ବର୍ଷ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଯାହାକୁ ନେଇ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ସୁନନ୍ଧା ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।

ପ୍ରଜ୍ଞା ଖଟୁଆ ଅନେକ ଗୁଡିଏ ଫିଲ୍ମ ଏବଂ ରିଆଲିଟି ସୋ ରେ ସୁନ୍ଦର କମେଡି ଅଭିନୟ କରିଥାନ୍ତି।ଏବଂ ପ୍ରଜ୍ଞାଙ୍କୁ ବହୁତ ଷ୍ଟେଜ ପୋଗ୍ରାମରେ ମଧ୍ୟ କମେଡି କରିବାର ଦେଖିବାକୁ ମିଳିଛି। ପ୍ରଜ୍ଞାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା। ତାଙ୍କର ସବୁ କମେଡି କ୍ଲିପ୍ ଗୁଡ଼ା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଯାଏ।

ଯାହାର ଭରପୁର ଆନନ୍ଦ ନିଅନ୍ତି ଦର୍ଶକ। ଖୁବ ଅଳ୍ପ ସମୟ ମଧ୍ୟରେ ଦର୍ଶକ ମାନଙ୍କ ବହୁତ ଭଲ ପାଇବା ସାଉଁଟି ପାରିଛନ୍ତି ଏହି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ।ଅଭିନେତ୍ରୀ ସୁନନ୍ଧା ପରିଡ଼ା ମଧ୍ୟ ଖୁବ ସୁନ୍ଦର ଅଭିନୟ କରିନ୍ତି। କେବଳ କମେଡି ନୁହେଁ ଖଳନାୟିକା ଭୂମିକାରେ ବି ନଜର ଆସିଛନ୍ତି ସୁନନ୍ଧା।

କୋଭିଡ ପରିସ୍ଥିତି ପାଇଁ ସେ ଅଧିକ ଲୋକମାନଙ୍କୁ ବିବାହକୁ ଇନଭାଇଟ କରି ପାରି ନାହାଁନ୍ତି। ସେଥିପାଇଁ ସେ ମନ ଦୁଃଖ କରିଥିବାର କହିଛନ୍ତି।ତେବେ ନିଜର ଫ୍ରେଣ୍ଡସ ମାନଙ୍କୁ ସେ କହିଛନ୍ତି କି ସେ ଯେମିତି ନିଜର କମେଡି ମାଧ୍ୟମରେ ସମସ୍ତଙ୍କୁ ହସାଉଥିଲେ ଆଗକୁ ମଧ୍ୟ ସେମିତି ସଭିଙ୍କ ଓଠରେ ହସ ଫୁଟାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।