viral ଭିଡ଼ିଓ-ନାବାଳକ ପ୍ରେମିକ ସହ ଘରୁ ଫେରାର ମାରିଲେ ଦୁଇଟି ପିଲାର ମା…. ସ୍ୱାମୀ ଙ୍କ ହାତରେ ଧରପଡିବା ପରେ ଯାହା ହେଲା ତାଙ୍କ ସହ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ।
ଧୀରେ ଧୀରେ ସମାଜ ରେ କୌଣସି ସମ୍ପର୍କରେ ମୁଲ୍ୟ ରହୁନାହିଁ। କେବଳ କାମନା ବାସନ ଓ ଯୌନ ସମ୍ପର୍କ ଘର କରି ବସିଛି ଲୋକଙ୍କ ମଧ୍ୟରେ। ସ୍ୱାମୀ-ସ୍ତ୍ରୀ ର ସମ୍ପର୍କ ଭଳି ପବିତ୍ର ସମ୍ପର୍କରେ ମଧ୍ୟ କଳଙ୍କ ଲାଗିଗଲାଣି। ମା ଭଳି ଏକ ପବିତ୍ର ଓ ନିଃସ୍ୱାର୍ଥପର ମଣିଷ ବି ସ୍ୱାର୍ଥପର ହୋଇ ପିଲାଙ୍କୁ ଛାଡି ,ମିଛ ସଂସାର ଭିତରେ ହଜିଯାଉଛି।ତେବେ ଏହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଜଣେ ମହିଳା ନିଜର ଦୁଇ ଟି ସଂତାନ ଓ ସ୍ୱାମୀ ଙ୍କୁ ଛାଡି ଦେଇ ଜଣେ ନାବାଳକ ଙ୍କ ସହ ଘରୁ ପଳେଇ ଥିଲେ। ଆଉ ପରେ ତାଙ୍କୁ ଘରକୁ ଫେରାଇ ଆଣିବା ପରେ ମଧ୍ୟ ସେ କେବଳ ଗୋଟିଏ ଜିଦି ରେ ଅଟଳ ଥିଲେ କି ସେ ସେହି ନାବାଳକ ପ୍ରେମିକ କୁ ବିବାହ କରିବେ ଆଉ ତାଙ୍କ ସହ ରହିବେ ବୋଲି। ତେବେ ଏହି ଘଟଣା ଟି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି କଣ ବୋଲି।
ତେବେ ଘଟଣା ଟି କିଛି ଏହିପରି ଥିଲା କି ଭଦ୍ରକ ଜିଲ୍ଲା ର ଜଣେ ମହିଳା ଯାହା ଙ୍କର ଦୁଇଟି ପିଲା ରହିଛି,(ଗୋଟିଏ ପିଲା ୧୩ ବର୍ଷ ର ଏବଂ ଅନ୍ୟ ପିଲା ଟି ୭ ବର୍ଷ ର ଅଟେ)ସେ ଗତକାଲି ବାପ ଘରକୁ ଯିବେ ବୋଲି କହି ସ୍ୱାମୀ ଙ୍କୁ ପଇସା ମାଗିଥିଲେ।
ଆଉ ସ୍ୱାମୀ ଟଙ୍କା ଦେବା ପରେ ସେ ଭଲ ପାଉଥିବା ପାଖ ଗ୍ରାମ ର ଜଣେ ନାବାଳକ ସହ ଫେରାର ହୋଇଥିଲେ ,ମାତ୍ର ଏ ବିଷୟରେ ପରିବାର ଲୋକେ କିଛି ଜାଣି ନଥିଲେ। ତେବେ ଯେତେବେଳେ ମହିଳାଙ୍କ ର ସ୍ୱାମୀ ଶଶୁର ଘରକୁ ଫୋନ କରି ପଚାରିଥିଲେ କି ତାଙ୍କ ଝିଅ ଘରେ ପହଁଚିଛି କି ନାହିଁ, ସେତେବେଳେ ସେମାନେ ମନା କରିଥିଲେ।
ତା ପରେ ଜଣାପଡି ଥିଲା କି ମହିଳା ଜଣଙ୍କ ବାପ ଘରକୁ ନୁହେଁ ବରଂ ନିଜ ନାବାଳକ ପ୍ରେମିକ ସହ ପଳେଇଛନ୍ତି ବୋଲି। ଆଉ ଏହା ଜାଣି ପାରି ଗ୍ରାମ ଲୋକ ମାନେ ତାଙ୍କୁ ସେହି ନାବାଳକ ସହ ଧରି ପକେଇଲେ ଆଉ ଅନେକ ମହିଳା ତାଙ୍କୁ ବୁଝିବା କୁ ଚେଷ୍ଟା ବି କରୁଥିଲେ। ମାତ୍ର ମହିଳା ଜଣଙ୍କ ତ ପ୍ରେମ ରେ ପାଗଳ ସାଜିଛନ୍ତି ତେଣୁ ସେ ଗୋଟିଏ ଜିଦ ରେ ଅଟଳ ଥିଲେ କି ସେ ନାବାଳକ ପ୍ରେମିକ ସହ ରହିବେ ବୋଲି।
ତେବେ ମହିଳା ଙ୍କର ସ୍ୱାମୀ ମଧ୍ୟ କହିଛନ୍ତି କି ,ସେ ତାଙ୍କ ସ୍ତ୍ରୀ କୁ ନିଜ ସହ ରଖିବା କୁ ବାଧ୍ୟ କରିବେ ନାହିଁ ସେ କେବଳ ଗୋଟିଏ ଲିଖିତ ପ୍ରମାଣ ସହ ନିଜ ସ୍ତ୍ରୀ କୁ ସବୁଦିନ ପାଇଁ ଛାଡି ଦେବାକୁ ଚଂହୁଛନ୍ତି। ସେ କହିଛନ୍ତି କି ଏହିଭଳି ପତ୍ନୀ ମୋର ଦରକାର ନାହିଁ ମୁଁ ମୋ ଦୁଇ ପିଲାଙ୍କ ସହ ଖୁସି ରେ ରହିଯିବି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।