viral ଭିଡ଼ିଓ- ମିହିର ଦାସଙ୍କୁ ଝୁରୁଛି ସାରା ଓଡିଶା। ମିହିର ଭାଇଙ୍କୁ ଭଲ ଭଲ ପାଉଥିଲେ ଭିଡ଼ିଓ ଟିକୁ ନିଶ୍ଚୟ ଦେଖନ୍ତୁ ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖିଲେ ଅଣଖିରୁ ଲୁହ ଆସିଯିବ ହୋଇଯିବେ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକରେ ଓଡ଼ିଶାର ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।ମିହିର ଦାଙ୍କ ବିୟୋଗରେ ଓଡିଶା ସିନେ ଜଗତ ସ୍ତବ୍ଧ ପାଲଟି ଯାଇଛି । କେବଳ ଓଡ଼ିଆ ସିନେ ଜଗତ ନୁହେଁ ସମଗ୍ର ଓଡ଼ିଶାବାସୀ ତାଙ୍କ ପ୍ରିୟ କଳାକାରଙ୍କୁ ହରାଇ ସ୍ତବ୍ଧ ହୋଇ ଯାଇଛନ୍ତି। ନିଜର ଜବରଦସ୍ତ ଅଭିନୟର ଯାଦୁରେ ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ଅଭିନେତା ମିହିର ଦାସ ।
ନାୟକ ହେଉ କି ଖଳନାୟକ ହେଉ ସବୁ ପ୍ରକାର ଅଭିନୟ ଅତି ସୁନ୍ଦର ଭାବରେ ନିଭେଇ ପାରନ୍ତି ଏହି କଳାକାର ଜଣକ। ସବୁ ଭୂମିକାରେ ନିଜର ବେଷ୍ଟ ଦେଇଥାନ୍ତି ମିହିର ଦାସ। ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ମିହିର ଦାସ। ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖି ପାରୁଥିଲେ ମିହିର ଦାସ।
ମିହିର ଦାସ ୧୯୫୯ ମସିହାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତେବେ ସେ ୧୯୭୯ରେ ମୁକ୍ତିଲାଭ କରିଥିବା ମଥୁରା ବିଜୟ କଥାଚିତ୍ର ମାଧ୍ୟମରେ ଓଡିଆ ସିନେ ଜଗତରେ ପାଦ ଥାପି ଥିଲେ। ତେବେ ଦୀର୍ଘ ୪ ଦଶନ୍ଧି ଧରି ସେ ଓଡ଼ିଆ ସିନେମା ଜଗତରେ କାର୍ଯ୍ୟରତ ରହିଥିଲେ।
କିନ୍ତୁ ଗତ ୨୦୨୨ ମସିହା ଜାନୁୟାରୀ ୧୧ ତାରିଖରେ ଏହି ମହାନ କଳାକାର ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।ଯାହା ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ତିଆରି କରିଛି।
୧୯୮୦ ମସିହାରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ କ୍ୟାରିୟର ଆରମ୍ଭ କରିଥିବା ମିହିର ଦାସ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ଏହାପରେ ‘ଲକ୍ଷ୍ମୀ ପ୍ରତିମା’, ‘ଫେରିଆ ମୋ ସୁନା ଭଉଣୀ’, ‘ରାକ୍ଷୀ ବାନ୍ଧିଲି ମୋ ରଖବ ମାନ’, ‘ପ୍ରେମ ଅଢ଼େଇ ଅକ୍ଷର’,‘ପୁଅ ମୋର ଭୋଳାଶଙ୍କର’, ‘ ଅଭିମନ୍ୟୁ’, ‘ ବାଜି’ ‘ବିଧାତା’, ‘ମୁଁ ତତେ ଲଭ୍ କରୁଛି’, ‘ ଯେ ପାଞ୍ଚେ ପର ମନ୍ଦ’, ‘ ଲଭ ପାଇଁ କୁଛଭି କରେଗା’, ‘ ଚାଲ ଟିକେ ଦୁଷ୍ଟ ହେବା’ ,’ଲଭ ଷ୍ଟେସନ୍’ ପରି ଅନେକ ଲୋକପ୍ରିୟ କଥାଚିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ ଅଭିନେତା ମିହିର ଦାସ।
ତେବେ ୨୦୦୬ ମସିହାରେ ସାବିତ୍ରୀ ବେନରରେ ମୁକ୍ତି ଲାଭ କରିଥିବା ଓଡ଼ିଆ ସୁପରହିଟ କଥାଚିତ୍ର ‘ ତୁ ଏକା ଆମ ସାହା ଭରଷା’ କଥାଚିତ୍ର ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମହିର ଦାସ।
ଏହି କଥାଚିତ୍ରର ସବୁ ଗୀତ ଗୁଡ଼ିକ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଥିଲା। ମିହିର ଦାସ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବହୁତ ଥର ଶ୍ରେଷ୍ଠ ଅଭିନେତାର ଆୱାଡ ମଧ୍ୟ ପାଇଛନ୍ତି।୨୦୨୧ରେ ତାଙ୍କୁ ତରଙ୍ଗ ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ଦିଆଯାଇଥିଲା।
ମିହିର ଦାସଙ୍କ ବିୟୋଗରେ ଓଡିଶାର ସିନେମା ଜଗତରେ ହାହାକାର ପଡ଼ିଯାଇଛି, କିନ୍ତୁ ମିହିର ଦାସଙ୍କ କାଳଜୟୀ ଅଭିନୟ ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ହୋଇ ରହିଥିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।