viral ଭିଡ଼ିଓ- ମାର୍ଚ୍ଚରେ ହେବାକୁ ଯାଉଥିବା +୨ ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଲେ +୨ ଛାତ୍ର ଛାତ୍ରୀଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…..,ଦେଖନ୍ତୁ full ଭିଡ଼ିଓ ।
ରାଜ୍ୟରେ +୨ ପରୀକ୍ଷା ବାତିଲ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ। ସେମାନଙ୍କର ମଧ୍ୟ ସମାନ ଦାବି ରହିଛି, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଉ।ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାପରେ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥିଗିତ ରଖିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମାର୍ଚ୍ଚ ମାସରେ ପରୀକ୍ଷା ହେବାର ନିଷ୍ପତି ନିଆଯାଇଥିଲା ଯାହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି +୨ ଛାତ୍ର ଛାତ୍ରୀ ମାନେ। ଛାତ୍ର ଛାତ୍ରୀ ମାନେ ପରୀକ୍ଷା ବାତିଲ୍ ଦାବିକୁ ନେଇ ଭୁବେନଶ୍ବର ଠାରେ ରାଜରାସ୍ତାକୁ ଓହ୍ଲାଉଛନ୍ତି।
ମାର୍ଚ୍ଚରେ ଥିବା +୨ ପରୀକ୍ଷାକୁ ବାତିଲ କରିବା ପାଇଁ ଗର୍ଜି ଉଠିଛନ୍ତି ଛାତ୍ର ଛାତ୍ରୀ। କାରଣ ମାତ୍ର ୫ ମାସର କ୍ଲାସ କରି ସେମାନେ ଅଫ ଲାଇନ ପରୀକ୍ଷା ଦେବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ଛାତ୍ର ଛାତ୍ରୀ। ଚଳିତ ବର୍ଷ ମାତ୍ର ୫ମାସର ଅଫ ଲାଇନ କ୍ଲାସ ପରେ ଗୋଟିଏ ତ୍ରୟ ମାସିକ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ।
ଏବେ ସୁଦ୍ଧା ୭୦ ପ୍ରତିଶତ ପଠା ପଢା ଶେଷ ହୋଇ ନାହିଁ ବୋଲି ଛାତ୍ର ଛାତ୍ରୀ ମାନେ ମତ ରଖିଛନ୍ତି। ଅନ୍ୟ ପକ୍ଷରେ ଅନଲାଇନ ପଠା ପଢା ମଧ୍ୟ ଠିକ୍ ଭାବରେ ହୋଇପାରି ନାହିଁ ଏଭଳି ପରିସ୍ଥିତିରେ ପିଲାମାନେ ପରୀକ୍ଷା କିଭଳି ଦେଇପାରିବେ ତାକୁ ନେଇ ଚିନ୍ତିତ ଅଛନ୍ତି।
ତେବେ ମାର୍ଚ୍ଚରେ ହେବାକୁ ଯାଉଥିବା +୨ ବୋର୍ଡ ପରୀକ୍ଷାକୁ ବାତିଲ କରି ତ୍ରୟ ମାସିକ ପରୀକ୍ଷା ଅନୁସାରେ ମାର୍କ ଦେବା ପାଇଁ +୨ର ଛାତ୍ର ଛାତ୍ରୀ ମାନେ ଦାବି କରିଛନ୍ତି।ଯଦି ମାର୍ଚ୍ଚରେ ବୋର୍ଡ ପରୀକ୍ଷା ହୁଏ ତେବେ ଛାତ୍ର ଛାତ୍ରୀ ମାନେ ଏଥିରେ ଯୋଗ ଦେବେ ନାହିଁ ବୋଲି ସିଧାସଳଖ କହିଦେଇଛନ୍ତି।
କେବଳ ଭୁବନେଶ୍ବରରୁ ନୁହେଁ ବରଂ ରାଜ୍ୟର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି।ସବୁ ଛାତ୍ର ଛାତ୍ରୀ ମାନେ ମାଷ୍ଟର କ୍ୟାଟିନ ଛକ ପାଖରେ ଏକତ୍ରିତ ହୋଇ ନିଜର ଦାବି ରଖିଛନ୍ତି।
ଯେହେତୁ କୋରନା ପରିସ୍ଥିତିକୁ ଆଖି ଆଗରେ ରଖି ଅଫ ଲାଇନ ପରୀକ୍ଷା ବାତିଲ କରା ଯାଇ ଅନଲାଇନ ପାଠପଢା ଯାଇଥିଲା ତେବେ ପରୀକ୍ଷା ମଧ୍ୟ ଅନଲାଇନ ରେ ହଉ ବୋଲି ଛାତ୍ର ଛାତ୍ରୀ ମାନେ ମତ ରଖିଛନ୍ତି। ନଚେତ ତ୍ରୟ ମାସିକ ପରୀକ୍ଷା ଅନୁସାରେ ମାର୍କ ଦିଆଯାଉ। କାରଣ ଅନଲାଇନରେ ପାଠ ପଢି ସେମାନଙ୍କର ଡ଼ାଉଟ ଦୂର କରିପାରିନାହାନ୍ତି ଏବଂ ସିଲାବସ ମଧ୍ୟ ଶେଷ ହୋଇ ନାହିଁ।
ଏ ନେଇ ଶିକ୍ଷା ବିଭାଗ ମତ ଦେଇଛନ୍ତି କି ପିଲାମାନେ ଭଲ ଭାବରେ ପଠା ପଢନ୍ତୁ କାରଣ ଏମାନଙ୍କ ସିଲବସରୁ ୨୦ ପ୍ରତିଶତ କମ କରି ଦେଇଛନ୍ତି ଏବଂ ଏଥି ସହିତ ଡାଉଟ ଦୂର କରିବା ପାଇଁ ଶିକ୍ଷକଙ୍କ ପରାମର୍ଶ ନେବା ପାଇଁ କହିଛନ୍ତି। ତେଣୁ ଅଫ ଲାଇନ ପରୀକ୍ଷା ଦେବା ପାଇଁ କୋୖଣସି ଅସୁବିଧା ନାହିଁ ବୋଲି ଶିକ୍ଷା ବିଭାଗ ପକ୍ଷରୁ ମତ ଆସିଅଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।