viral ଭିଡ଼ିଓ-ମଝି ଆକାଶରୁ କାହିଁକି ସ୍ତ୍ରୀ ସ୍ବାମୀଙ୍କ ଉପରେ ଗାଳିର ବର୍ଷା କରୁଛନ୍ତି,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ସମ୍ପୂର୍ଣ ଘଟଣାଟି କଣ !

ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ଯେ ଏଠି କିଏ କେତେବେଳେ କୋଉ ମୁହୂର୍ତ୍ତରେ ଲୋକପ୍ରିୟତା ହାସଲ କରିବେ କହିହେବ ନାହିଁ। କିଏ ନିଜର ଦକ୍ଷତା ପାଇଁ ତ କିଏ ନିଜର ମଜାଳିଆ ହରକତ ପାଇଁ ସୋସିଆଲ ମିଡ଼ିଆର ସେନ୍ସସନ୍ ପାଲଟି ଯାଉଛି। ଏମିତି ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ତାଙ୍କ ସ୍ଵାମୀଙ୍କୁ ଗାଳି ଦେଉଥିବାର ଏକ ମଜାଳିଆ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଥିବା ମହିଳା ଜଣଙ୍କ ଏବେ ସୋସିଆଲ ମିଡିଆର ସେନ୍ସେସନ୍ ପାଲଟି ଯାଇଛନ୍ତି।

ଆଜିକାଲିର ଯୁବପିଢି ମାନଙ୍କ ଏକ ଅଭିଳାଷ ଯେ ସେମାନେ ଆଡ଼ଭେଞ୍ଚରସ ମଜା କେମିତି ନେବେ। ଏଥିପାଇଁ ସେମାନେ ବହୁତ ରିସ୍କ୍ ମଧ୍ୟ ନେଇଥାନ୍ତି। ଜଣେ ସ୍ବାମୀ ସ୍ତ୍ରୀଙ୍କୁ ଆଡ଼ଭେଞ୍ଚରସର ମଜା ଦେବା ପାଇଁ ସ୍ତ୍ରୀଙ୍କୁ ପାରା ଗ୍ଳାଇଡରଙ୍କ ସହ ଏମିତି ଧକ୍କା ମାରିଲେ ଯେ ସ୍ତ୍ରୀ ଯାଇ ସିଧାସଳଖ ଆକାଶରେ ଉଡିବାକୁ ଲାଗିଲେ। ଏହା ପରେ ସ୍ତ୍ରୀ ଜଣକ ଅବସ୍ଥା ନଦେଖିଲେ ବିଶ୍ଵାସ କରିହେବ ନାହିଁ।

ସ୍ୱାମୀ ଜଣଙ୍କର ଏହି ମହାନ କାମ ପାଇଁ ସ୍ତ୍ରୀ ଜଣକ ତାଙ୍କୁ ଏମିତି ଗାଳି କରୁଛନ୍ତି ଯାହା ଦେଖିବାକୁ ଖୁବ୍ ମଜା ଲାଗୁଛି। ଜୀବନର ସବୁ ରାଗ ଅଭିଯୋଗକୁ ଏକା ସାଥିରେ ସ୍ଵାମୀଙ୍କ ଉପରେ ଲଦି ଦେଇଛନ୍ତି ଏହି ସ୍ତ୍ରୀ ଜଣକ। ତାଙ୍କର ଏଭଳି ମଜାଳିଆ ହରକତ ପାଇଁ ସେ ଏବେ ସୋସିଆଲ ମିଡିଆର ସେନ୍ସେସନ ପାଲଟି ଯାଇଛନ୍ତି।

ସ୍ତ୍ରୀ ଜଣକ ମଝି ଆକାଶରେ ଉଡ଼ିବା ସମୟରେ ତାଙ୍କ ସ୍ଵାମୀଙ୍କୁ ମନଇଚ୍ଛା ଗାଳି ଦେବା ସହିତ ଏମିତି କିଛି କହିଥିଲେ ଯାହାକି ଖୁବ ମଜାଦାର ଥିଲା।ସେ କହିଥିଲେ କି- ‘ହେ ଭଗବାନ ମୁଁ ବାହାହୋଇ ସବୁଠୁ ବଡ଼ ଭୁଲ କରିଛି’।’ହେ ଭଗବାନ ମୋ ସ୍ଵାମୀ କୋଉଠି ଅଛନ୍ତି’।

 

ହେ ଭଗବାନ ମୋ ବାହାଘର କଣ ପାଇଁ କରିଲ’। ‘ମୋ ସ୍ବାମୀ ବହୁତ ଖରାପ ଅଟନ୍ତି’ ମହିଳା ଜଣଙ୍କ ବହୁତ ରାଗିଯାଇ ଏମିତି କିଛି ମଜାଦାର କଥା କହି ବସିଥିଲେ। ଯାହା ତାଙ୍କୁ ସୋସିଆଲ ମିଡ଼ିଆର ସେନ୍ସେସନ କରି ଦେଇଛି।

କିଛି ଦିନ ପୂର୍ବରୁ ଆଉ ଏକ ଭିଡିଓ ସେହି ସମାନ ପାରା ଗ୍ଳାଇଡରରୁ ଭାଇରାଲ ହୋଇଥିଲା। ଏଠାରେ ଜଣେ ବ୍ୟକ୍ତିଙ୍କର ଅବସ୍ଥା ମଧ୍ୟ ଏମିତି ଥିଲା।ସେ ସମୟର ବିପିନ୍ ସାହୁ ନାମଙ୍କ ଏକ ବ୍ୟକ୍ତି ନିଜକୁ ନିଜେ ବହୁତ ଖରାପ ଭାଷାରେ ଗାଳି ଗୁଲଜ କରୁଥିବାର ଦେଖିବାକୁ ମିଳିଥିଲା।

ତେବେ ଏ ହେଉଛି ଏମିତି ଏକ ପାରାଗ୍ଲାଇଡରର ଅନୁଭୂତି ଯାହା ଜୀବନ ପ୍ରତି ବହୁତ ଭୟ ଜାଗ୍ରତ କରିଥାଏ। ଏଥି ସହିତ ସେ ସମୟରେ ବହୁତ ମଜା ମଧ୍ୟ ଲାଗିଥାଏ। ମହିଳା ଜଣଙ୍କର ଏହି ଭିଡିଓକୁ ଦେଖିଲା ପରେ ଅନେକ ଲୋକ ଏହାକୁ ଲାଇକ କରିବା ସହିତ ଭଲ ଭଲ କମେଣ୍ଟ୍ ମଧ୍ୟ ଦେଉଛନ୍ତି ଏବଂ ସେୟାର ମଧ୍ୟ କରୁଥିବାର ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।