viral ଭିଡ଼ିଓ-ମଦ ପିଇ ରାସ୍ତା ଉପରେ ନାଳପାଣିରେ ପଡ଼ିଛନ୍ତି ପୋଲିସ୍ କର୍ମୀ ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଭାଇରାଲ ହେଉଛି ମଦ ପିଇ ରାସ୍ତାରେ ପଡ଼ିଥିବା ମାତାଲ୍ ପୋଲିସ୍ କର୍ମଚାରୀଙ୍କ ଭିଡିଓ। ଜନତା ମାନଙ୍କ ସେବା କରିବା ବଦଳରେ ମାତାଲ୍ ହୋଇ ରାସ୍ତା କଡ଼ରେ ଗଡୁଛନ୍ତି ଏହି ପୋଲିସ୍ କର୍ମଚାରୀ ଜଣକ। ଚେହେରାରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ପୋଲିସ କର୍ମଚାରୀ ଜଣକ ଅତ୍ୟଧିକ ମଦ୍ୟପାନ କରି ନିଜର ନିୟନ୍ତ୍ରଣ ହରାଇ ବସିଛନ୍ତି। ସେ ଏତେ ଅଧିକ ମଦ୍ୟପାନ କରିଛନ୍ତି ଯେ ନିଜେ ନିଜକୁ ଚିହ୍ନିବା ଅବସ୍ଥାରେ ମଧ୍ୟ ନାହାଁନ୍ତି।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୫୫ ଓ ୫୬ ନଂ ଜୋନ କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ମତ ଦାନ ଚାଲିଥିଲା। ନିର୍ବାଚନର ସୁରକ୍ଷା ପାଇଁ ଜଣେ ଓଡ଼ିଶା ପୋଲିସ କର୍ମଚାରୀ ମାନଙ୍କୁ ଦାୟିତ୍ଵ ଦିଆ ଯାଇଥିଲା।

କିନ୍ତୁ ଓଡ଼ିଶା ପୋଲିସ କର୍ମଚାରୀ ଜଣକ ସେଠାକୁ ଯାଇ ଗୋଟିଏ ଦଳକୁ ସମର୍ଥନ କରୁଥିବାର ଦେଖାଯାଇ ଥିଲା।ଏ ମଧ୍ୟ ସ୍ଥାନୀୟ ଲୋକ ମାନେ ପୋଲିସ କର୍ମଚାରୀ ଜଣକ ବିରୁଦ୍ଧରେ ଅଭିଯୋଗ ଆଣିବା ସହିତ ତାଙ୍କୁ ବିରୋଧ କରିଥିଲେ।

ତେବେ ଅତ୍ୟଧିକ ମଦ୍ୟପାନ କରି ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଛନ୍ତି ଏହି ପୋଲିସ କର୍ମଚାରୀ ଜଣକ। ମଦ ପିଇ ରାସ୍ତା ଉପରେ ନାଳ ପାଣି ଉପରେ ଗଡୁଥିବାର୍ ଦୃଶ୍ୟ ଏବେ ଭାଇରାଲ ହେବାକୁ ଲାଗିଛି। ତେବେ ଏପରି ପୋଲିସ କର୍ମଚାରୀକୁ ପୋଲିସ୍ ବିଭାଗରୁ ଶୀଘ୍ର ବାହାରକୁ କରିବା ପାଇଁ ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି।


ତେବେ ନିର୍ବାଚନକୁ ନେଇ ପୋଲିସ ବିଭାଗର କର୍ମଚାରୀ ମାନେ ସତର୍କ ରହିଥିବା ବେଳେ ନିଜ କର୍ତ୍ତବ୍ୟରେ ଏପରି ଅବହେଳା କରି ମଦ ପିଇ ଗାଁ ଦାଣ୍ଡରେ ପ୍ରଚାର କରିବା ଓ ରାସ୍ତା ଉପରେ ପଡ଼ି ରହିବା ଏବେ ସବୁ ଠାରୁ ଚିନ୍ତାର ବିଷୟ ପାଲଟି ଯାଇଛି। ପୋଲିସ୍ କର୍ମୀଙ୍କ ଏଭଳି ବ୍ୟବହାରକୁ ସମସ୍ତେ ଛି ଛି କରୁଛନ୍ତି।

ଏବଂ ଦିନକୁ ଦିନ ଆଇନ ସୁରକ୍ଷା କର୍ମୀ ମାନଙ୍କ ଏଭଳି ବ୍ୟବହାରକୁ ନେଇ ଚିନ୍ତିତ ହୋଇ ପଡିଲେଣି ସାଧାରଣ ଜନତା। ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ତ ଦୁରେ ଥାଉ ଏମାନେ ତ ନିଜେ ନିଜ ନିୟନ୍ତ୍ରଣରେ ରହି ପାରୁ ନାହାଁନ୍ତି ଅନ୍ୟକୁ ସୁରକ୍ଷା କେମିତି ଦେବେ ଏ ନେଇ ଚିନ୍ତିତ ଅଛନ୍ତି ଜନତା।

ତେବେ ସେପଟୁ କିଏ ଜଣେ ମାତାଲ୍ ଅବସ୍ଥାରେ ପଡ଼ିଥିବା ପୋଲିସ କର୍ମଚାରୀକୁ ପଚାରୁଛି, ଜନତାର ସେବା କଣ କରୁଛ ପୋଲିସ ହୋଇ ରାସ୍ତାରେ ଗଡୁଛ। କିନ୍ତୁ ଏହାର ଉତ୍ତରରେ ପୋଲିସ ବାବୁ ଅତି ସରଳ ଭାଷାରେ କହୁଛନ୍ତି ମୋ ଦେହ ଅସୁସ୍ଥ ଅଛି।

କିନ୍ତୁ ଭିଡିଓରେ ଦେଖିବାକୁ ମିଳିଛି ପୋଲିସ କର୍ମଚାରୀ ଜଣକ ଠିକ୍ ସେ ଛିଡ଼ା ମଧ୍ୟ ହେଇପାରୁ ନାହାଁନ୍ତି। ପାଦ ତାଙ୍କର ଟଳମଳ ହେଉଛି ଏକ ପ୍ରକାରେ କହିବାକୁ ଗଲେ ସେ ନିଜ ଆୟତ୍ତରେ ନାହାଁନ୍ତି। ତେବେ ଏଭଳି ଘଟଣା ଦେଖିବା ପରେ ଓଡ଼ିଶା ପୋଲିସ ବିଭାଗ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ଲୋକେ ଚାହିଁ ବସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।