viral ଭିଡ଼ିଓ-ଖାଣ୍ଟି ଓଡିଆ ବୋହୁ କମେଡି king ପ୍ରଜ୍ଞାନ ରଞ୍ଜନ ଖଟୁଆଙ୍କ ଧର୍ମପତ୍ନୀ ଅଭିନେତ୍ରୀ ସୁନନ୍ଧା,ଏମିତି କାର ଚଳାଉଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

କିଛି ଦିନ ପୂର୍ବରୁ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ତାଙ୍କ କଲେଜ ବେଳର ବାନ୍ଧବୀ ସୁନନ୍ଧା ପରିଡ଼ାଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତି ଅନୁସାରେ ଏମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପରିବାର,ବନ୍ଧୁବାନ୍ଧବ ଓ ଓଡ଼ିଶାର ନାମୀଦାମୀ କଳାକାର ମାନେ ବିବାହ କାର୍ଯ୍ୟରେ ଉପସ୍ଥିତ ଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅତି ହାଇ ପ୍ରୋଫାଇଲ୍ ବିବାହକୁ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ ରଖା ଯାଇଥିଲା। ତେବେ ବିବାହ ପରେ ଏହି ଦୁଇ ସେଲିବ୍ରେଟି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି।

ବିବାହ ବନ୍ଧନରେ ବାନ୍ଧି ହେବା ପରେ ଅଭିନେତ୍ରୀ ସୁନନ୍ଧା ଜଣେ ଓଡିଆ ଝିଅ ଓ ଓଡିଆ ବୋହୁ ଭାବେ ସବୁ କାର୍ଯ୍ୟକୁ ସୂଚାରୁ ରୂପେ କରୁଛନ୍ତି । ବିବାହର ପ୍ରଥମ ଦିନରୁ ହିଁ ଶାଶୁ ଘର ଚାଲି ଚଳଣିକୁ ଆପଣେଇ ନେଇଛନ୍ତି ଅଭିନେତ୍ରୀ ସୁନନ୍ଧା।

ସେ ଓଡ଼ିଆ ରୀତି ନୀତି ଅନୁଯାୟୀ ଯେଉଁ ସବୁ ପରମ୍ପରା ରହିଛି ସେହି ଅନୁସାରେ ସବୁ କାର୍ଯ୍ୟ କରୁଛନ୍ତି। ଘର କାମ ସହ ନିଜର ପ୍ରଫେସଙ୍କୁ ବି ବଜାଇ ରଖିଛନ୍ତି। ଏକ ଧାରାରେ କହିବାକୁ ଗଲେ ଅଭିନେତ୍ରୀ ସୁନନ୍ଧା ଜଣେ ଖାଣ୍ଟି ଓଡିଆ ବୋହୁ ଭାବରେ ନିଜକୁ ପ୍ରମାଣିତ କରିପାରିଛନ୍ତି।

ସେଲିବ୍ରେଟି ମାନେ ତାଙ୍କ ପ୍ରଫେସନାଲ ଲାଇଫ ହେଉ କିମ୍ବା ପର୍ଶନାଲ ଲାଇଫ ହେଉ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପର ଠାରୁ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ସୁନନ୍ଧା ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି। ଏମାନଙ୍କର ଛୋଟରୁ ବଡ ସବୁ ଖବର ଗୁଡ଼ିକ ସୋସିଆଲ ମିଡିଆରେ ପୋଷ୍ଟ ହଉଥିବାର ଦେଖିବାକୁ ମିଳୁଛି। ଏମାନଙ୍କ ପ୍ରତ୍ୟେକଟି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକ।

ବର୍ତ୍ତମାନର ଭିଡିଓରେ ଦେଖିବାକୁ ମିଳିଛି ଅଭିନେତ୍ରୀ ସୁନନ୍ଧା କିଭଳି ଖାଣ୍ଟି ଓଡିଆ ବୋହୁ ଭାବରେ ନିଜର ଦାୟିତ୍ଵ ତୁଲାଇ ଛନ୍ତି। ପ୍ରଜ୍ଞାନଙ୍କ ଧର୍ମ ପତ୍ନୀ ଅଭିନେତ୍ରୀ ସୁନନ୍ଧା।ସେ ସକାଳୁ ଉଠି ଗାଧୁଆ ସାରି ଠାକୁର ଘରେ ପୂଜା ଅର୍ଚ୍ଚନା କରୁଛନ୍ତି। ସେ ଶଙ୍ଖ, ଘଣ୍ଟି, ହୁଳହୁଳି, ଭୋଗରାଗ ଦେଇ ସମ୍ପୁର୍ଣ୍ଣ ଖାଣ୍ଟି ଓଡିଆ ରୀତି ନୀତି ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି। ତାପରେ ସେ ତୁଳସୀ ଚଉରା ମୂଳରେ ପାଣି ଦେଉଛନ୍ତି। ଯାହାକୁ ଦେଖି ଦର୍ଶକ ମାନେ ବହୁତ ଲାଇକ କରୁଛନ୍ତି।

ଖାଲି ଏତିକି ନୁହେଁ ସବୁଠୁ ମଜା କଥା ହେଉଛି ସୂଚନା ଅନୁଯାୟୀ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ଗାଁରେ କେହି ମହିଳା ଏ ପର୍ଯ୍ୟନ୍ତ ଗାଡ଼ି ଚଳାଇ ନାହାଁନ୍ତି। ସେହି ଗାଁର ପ୍ରଥମ ବୋହୁ ଭାବରେ ସୁନନ୍ଧା କାର ଚଳାଇଛନ୍ତି। ଗାଁର ଗଳିକନ୍ଦି ରାସ୍ତାରେ ସେ ଖୁବ୍ ସୁନ୍ଦର ଭାବରେ କାରକୁ ହେଣ୍ଡେଲ କରିପାରୁଛନ୍ତି। ଯାହାକୁ ସୁନନ୍ଧାଙ୍କ ଫ୍ରେଣ୍ଡସ ମାନେ ବହୁତ ପସନ୍ଦ କରୁଛନ୍ତି। ସତରେ ଜଣେ ଅଭିନେତ୍ରୀ ହୋଇ ମଧ୍ୟ ସୁନନ୍ଧା ଖାଣ୍ଟି ଓଡିଆ ବୋହୁ ଭାବରେ ନିଜକୁ ପ୍ରମାଣିତ କରିପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।