viral ଭିଡ଼ିଓ- କଣ ପାଇଁ ଲଣ୍ଡା ହୋଇନାହାନ୍ତି ମିହିର ଦାସଙ୍କ ବଡ଼ ପୁଅ ଅମ୍ଳାନ ଦାସ,କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ !

ଓଡ଼ିଆ ସିନେମା ଜଗତର ଚର୍ଚ୍ଚିତ ନା ମିହିର ଦାସଙ୍କ ଜୀବନ ଦୀପ ଲିଭିଯାଇଛି।ସେ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି। ସମ୍ପୁର୍ଣ୍ଣ ଓଡ଼ିଶା ବାସୀ ତାଙ୍କ ପ୍ରିୟ ଅଭିନେତା ମିହିର ଦାସଙ୍କୁ ହରାଇ ବସିଛନ୍ତି। ଅଭିନୟ କ୍ଷେତ୍ରରେ ତାଙ୍କର ଯେଉଁ ଅବଦାନ ରହିଛି, ଆଗାମୀ ପିଢ଼ିମାନଙ୍କ ପାଇଁ ଏକ ଉଦାହରଣ ହୋଇ ରହିଥିବ।

ସେ ଅଭିନୟ କ୍ଷେତ୍ରରେ ଏତେ ନିପୂଣ ଥିଲେ ଯେ ଅଭିନୟ ପାଇଁ ଯେଉଁ ଚରିତ୍ର ଭିତରେ ସେ ଏତେ ପଶି ଯାଉଥିଲେ ଯେ ନିଜକୁ ବି ବେଳେ ବେଳେ ଭୁଲି ଯାଉଥିଲେ। କହିବାକୁ ଗଲେ ପ୍ରତି ଚରିତ୍ରକୁ ନିଜର କରିନେବାର କଳା ତାଙ୍କ ପାଖରେ ଭରପୁର ଥିଲା |କେବଳ ହିରୋ ନୁହେଁ ଖଳନାୟକ ଭୂମିକା ବି ଖୁବ୍ ଭଲ ଭାବରେ ଲିଭାଇ ପାରନ୍ତି।

ଆମ ହିନ୍ଦୁ ଧର୍ମର ପରମ୍ପରା ରୀତିନୀତି ଅନୁସାରେ ମିହିର ଦାସଙ୍କୁ ତାଙ୍କ ବଡ଼ ପୁଅ ଅଭିନେତା ଅମ୍ଲାନ ଦାସ ମୁଖାଗ୍ନି ଦେଇଥିଲେ କିନ୍ତୁ ବଡ଼ପୁଅ ଅମ୍ଳାନ ଦାସ ଦଶାହ କର୍ମରେ ଲଣ୍ଡା ହୋଇନଥିବାର ଦେଖା ଯାଇଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏହାକୁ ସେଇ ବହୁ ଲୋକଙ୍କ ବହୁ ମତ ଆସୁଛି।

କିନ୍ତୁ ମିହିର ଦାସଙ୍କ ସାନ ପୁଅ ଲଣ୍ଡା ହେବାର ଦେଖାଯାଇଛି। କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି ବଡ ପୁଅ କଣ ପାଇଁ ଲଣ୍ଡା ହୋଇନାହାନ୍ତି। ଏହାର ପ୍ରକୃତ କାରଣ ମିହିର ଦାସଙ୍କ ପାଖରେ ରହିଛି। କାରଣ ମିହିର ଦାସଙ୍କ ପଥକୁ ଅନୁସରଣ କରୁଛନ୍ତି ଅଭିନେତା ଅମ୍ଳାନ ଦାସ।ସେ କହିଥିବା ବକ୍ୟକୁ ପାଳନ କରୁଛନ୍ତି ପୁଅ ଅମ୍ଳାନ।

ମିହିର ଦାସଙ୍କ ମତରେ ଜଣେ କଳାକାର ପାଇଁ ସର୍ବପ୍ରଥମେ ତାର ଅଭିନୟ ହିଁ ଗୁରୁତ୍ବ ପୂର୍ଣ୍ଣ।ଅଭିନୟ ଆଗ ବାକି ସବୁ ପଛ ଏହି କଥାକୁ ମାନି ଅମ୍ଳାନ ଲଣ୍ଡା ହୋଇ ନଥିବା କଥା ଦେଖା ଯାଉଛି। କାରଣ ଆଗକୁ ଆସିବାକୁ ଯାଉଛି ଅଭିନେତା ଅମ୍ଳାନ ଦାସଙ୍କର ଏକ ନୂଆ ଚଳଚ୍ଚିତ୍ର। ଆଉ ସେଥିପାଇଁ ଲଣ୍ଡା ହେବା ଦ୍ଵାରା ତାଙ୍କ ଫିଲ୍ମ ଉପରେ ଏହାର ପ୍ରଭାବ ପଡ଼ିବ ତଥା ଲଣ୍ଡା ହୋଇଥିବା ଲୁକ୍ ସେ ଫିଲ୍ମକୁ ସୁଟ୍ କରିବନି ତେଣୁ ସେ ବାପାଙ୍କ କଥା ମାନି ଅଭିନୟ କ୍ଷେତ୍ରରେ ତାଙ୍କର ଗୁରୁତ୍ବକୁ ବାଛି ନେଇଛନ୍ତି।

ଚରିତ୍ର ଭିତରେ ପଶିବାକୁ ଅମ୍ଳାନ ଏବେ ଲଣ୍ଡା ନହୋଇ ବାପାଙ୍କ ଭଳି ଅଭିନୟକୁ ଗୁରୁତ୍ଵ ଦେଇଛନ୍ତି ଆଉ ତାଙ୍କର ଏହି ଅଭିନୟ ପ୍ରତି ଭଲପାଇବା ଅନ୍ୟ ଅଭିନେତା ମାନଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ବିଭିନ୍ନ ଅଭିନେତା ମତ ରଖିଛନ୍ତି। ତାଙ୍କର ସିନେମା ପ୍ରତି ଏ ଭଲ ପାଇବା ନିଶ୍ଚୟ ଆଗକୁ ଆସୁଥିବା ନୂଆ ପିଢ଼ି ମାନଙ୍କୁ ପ୍ରେରଣା ଯୋଗାଇବ।

ମିହିର ଦାସଙ୍କ ପରି ଜଣେ ବରିଷ୍ଠ ସୁପରଷ୍ଟାରଙ୍କୁ ହରାଇ ସାରା ଓଡ଼ିଶା ଆଜି ଶୋକ ପ୍ରକାଶ କରୁଛି। ଆମର ପ୍ରିୟ ଅଭିନେତା ମିହିର ଦାସଙ୍କ ଅମୋ ଆତ୍ମାର ସଦଗତି ହେଉ ଏହାହିଁ ଆମ ଜଗତର ନାଥ ଜଗନ୍ନାଥଙ୍କ ପାଖରେ କାମନା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।