viral ଭିଡ଼ିଓ-ଜବରଦସ୍ତ ଡ୍ୟାନ୍ସ,ଅସୀମା ପଣ୍ଡାଙ୍କ ସାମୀ ସାମୀ ଗୀତ ସାରା ଓଡ଼ିଶାରେ ରାଜ କରୁଛି।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବର୍ତ୍ତମାନ ସମୟରେ ସାରା ଦେଶରେ କେବଳ ଆଲ୍ ଅର୍ଜୁନଙ୍କ ସୁପରହିଟ ଫିଲ୍ମ “ପୁଷ୍ପା” ଦ ରାଇଜର ବକ୍ସ ଅଫିସରେ ଧମାଲ କରିଚାଲିଛି। ଏହି ଫିଲ୍ମ ର ସବୁ ଗୀତ ଓ ଡାଇଲଗ ଗୁଡ଼ିକ ବର୍ତ୍ତମାନ ସମୟରେ ଟ୍ରେଣ୍ଡ୍ କରୁଛି। ପୁଷ୍ପା ସିନେମାର ସବୁ ଗୀତ ହିଟ ହୋଇଛି। ଛୋଟ ୟୁଜର୍ସ ପାଖରୁ ଆରମ୍ଭ କରି ବଡ ବଡ ସେଲିବ୍ରେଟି ଓ କ୍ରିକେଟର ମାନେ ମଧ୍ୟ ପୁଷ୍ପା ସିନେମାର ଗୀତ ଓ ଡାଇଲଗରେ ଭିଡିଓ କରି ନିଜ ସୋସିଆଲ ମିଡିଆ ଏକାଉଣ୍ଟ୍ ପୋଷ୍ଟ କରି ବହୁତ ଭଲପାଇବା ସାଉଁଟି ପାରିଛନ୍ତି।ଏହି ପୁଷ୍ପା ସିନେମାର କ୍ରେଜରୁ ଗର୍ଭବତୀ ମହିଳା ମଧ୍ୟ ବାଦ୍ ପଡ଼ିନାହାନ୍ତି।

ତେବେ ପୁଷ୍ପା ସିନେମାର ସୁପରହିଟ ଗୀତ ‘ସାମୀ ସାମୀ’ ଗୀତ ବେସ୍ ଚର୍ଚ୍ଚାରେ ରହିଥିବା ବେଳେ ଏହି ଗୀତରେ ନୂଆ ନୂଆ ଭର୍ସନ ସାମ୍ନାକୁ ଆସିବାକୁ ଲାଗୁଛି। ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ ସାମି ସାମି ଗୀତର ଓଡ଼ିଆ ଡବିଂ ଶୁଣିବାକୁ ମିଳିଛି।

ଯାହାକୁ ଲୋକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ସାମୀ ସାମୀ ର ଓଡ଼ିଆ ଡବିଂ ଗୀତରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ସେ ଏହି ଗୀତକୁ ‘ଜାନୁ ଧନ ଡାକିଲୁ ମତେ ତୋ ପ୍ରେମରେ ଫିଦା ହେଲି ସାମୀ’ କରି ଗାଇଛନ୍ତି। ତେବେ ଏହି ଗୀତରେ ଅଭିନୟ କରିଛନ୍ତି ଶିଶୁ କଳାକାର ରିତେଶ ଓ ନନ୍ଦିନୀ। ଗୀତର ତାଳେ ତାଳେ ଠୁମକା ଲଗାଉଛନ୍ତି ଏହି ଦୁଇ କଳାକାର।

ପୁଷ୍ପା ସିନେମାର ଏହି ସାମୀ ସାମୀ ଗୀତରୁ ଡବିଂ କରାଯାଇଥିବା ଓଡ଼ିଆ ଗୀତକୁ ସମସ୍ତେ ମଧ୍ୟ ପସନ୍ଦ କରୁଛନ୍ତି। ଓଡ଼ିଆ ଭାଷାରେ ମଧ୍ୟ ଖୁବ୍ ସୁନ୍ଦର ଲାଗୁଛି ଏହି ଗୀତ। ତେବେ ଏହି ଗୀତର ତୁଳନାତ୍ମକ ଚିତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ତେଲଗୁ ଭାଷାରେ ସାମି ସାମି ଗୀତ ଓ ଓଡ଼ିଆର ସାମୀ ସାମୀ ଗୀତକୁ ତୁଳନା କରାଯାଉଛି। ସେ ଯାହାବି ହେଉ ଶ୍ରୋତା ମାନେ ଦୁଇଟି ଯାକ ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି।


ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏହି ଓଡ଼ିଆ ସାମୀ ସାମୀ ଗୀତକୁ ଖୁବ୍ ସୁନ୍ଦର ଭାବରେ ଗାଇଛନ୍ତି। ୟୁଟ୍ୟୁବରେ ଏହି ଡାନ୍ସ ଭିଡିଓ ରିଲିଜ୍ ହେବା ପରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ୟୁଟ୍ୟୁବରେ ରିଲିଜ୍ ହେବାର ମାତ୍ର ଦଶ ଘଣ୍ଟା ମଧ୍ୟରେ ଏହି ଗୀତକୁ ୪ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ଏବଂ ୨୫ ହଜାରରୁ ଅଧିକ ଦର୍ଶକ ଏହାକୁ ଲାଇକ କରି ସାରିଲେଣି।

ଖୁବ୍ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି।ଲୋକମାନେ କହିବାରେ ଲାଗିଲେଣି କି ତେଲୁଗର ସାମୀ ସାମୀ ଗୀତକୁ ଫୁଲ ଦମ୍‌ରେ ଟକ୍କର ଦେଉଛି ଅସୀମା ପଣ୍ଡାଙ୍କ ଏହି ସାମୀ ସାମୀ ଗୀତ। କେବଳ ଦେଶରେ ନୁହେଁ ବରଂ ଓଡ଼ିଶାରେ ବି ପୁଷ୍ପାର ଟ୍ରେଣ୍ଡ ଏବେ ଜୋର ସୋରରେ ଦେଖିବାକୁ ମିଳିଛି। ତେବେ ଓଡିଶାରେ ବର୍ତ୍ତମାନ ଅସୀମା ପଣ୍ଡାଙ୍କ ଏହି ଗୀତ ଧୁମ୍ ମଚାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।