viral ଭିଡ଼ିଓ -ହେ ଭଗବାନ,ପୁଣି balasore ରେ ଦେଖିବାକୁ ମିଳିଛି ରାଜଲକ୍ଷ୍ମୀଙ୍କ ରୁଟିରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ପୁଣିଥରେ ଦେଖିବାକୁ ମିଳୁଛି ଏକ ଅଲୌକିକ ଘଟଣା।ରୁଟିରେ ଦେଖିବା ପାଇଁ ମିଳୁଛି ଜଗନ୍ନାଥଙ୍କ ଅବିକଳ ଚିତ୍ର ।ଏଭଳି କିଛି ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳୁଛି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ।

ସୂଚନା ଅନୁଯାୟୀ ସୋର ଅଞ୍ଚଳର ଜଗନ୍ନାଥ ପୁର ଅଞ୍ଚଳର ଶିକ୍ଷକ ବିଶ୍ଵ ରଞ୍ଜନ ନାୟକଙ୍କ ଧର୍ମପତ୍ନୀ ରାଜଲକ୍ଷ୍ମୀ ନାୟକ ଘରେ ରୁଟି କରୁଥିବା ସମୟରେ ରୁଟିରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ପାଇଥିଲେ। ଏହାପରେ ରାଜଲକ୍ଷ୍ମୀ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ରାଜଲକ୍ଷ୍ମୀଙ୍କ କହିବା ଅନୁଯାୟୀ କିଛିଦିନ ପୂର୍ବରୁ ତାଙ୍କର ପୁରା ପରିବାର ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ଯାଇଥିଲେ କିନ୍ତୁ କୌଣସି କାରଣ ବଶତ ରାଜଲକ୍ଷ୍ମୀ ଜଗନ୍ନାଥଙ୍କ ଦର୍ଶନରେ ଯାଇପାରି ନଥିଲେ।

 ତେବେ ତାଙ୍କ ମନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ଏକ ଅଭିଳାଷ ରହିଥିଲା। ଠାକୁର ପୂଜା କରିବା ସମୟରେ ରାଜଲକ୍ଷ୍ମୀ ତାଙ୍କ ମନରେ ଲୁଚି ରହିଥିବା ଜଗନ୍ନାଥଙ୍କ ପ୍ରତି ଅହେତୁକ ବ୍ୟାକୁଳତା ଜଣାଇଥିଲେ।

ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଇ ପାରିନଥିବାରୁ ଖୁବ୍ ଦୁଃଖ ପ୍ରକାଶ କରିଥିଲେ। ଏହାପରେ ରାଜଲକ୍ଷ୍ମୀ ରୁଟି କରୁଥିଲେ। ରୁଟି ସେକିବା ସମୟରେ ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିଥିବାର ସେ କହିଛନ୍ତି। କିନ୍ତୁ ରୁଟିରେ ହଠାତ୍ ଜଗନ୍ନାଥଙ୍କ ପ୍ରତିଛବି ଦେଖି ରାଜଲକ୍ଷ୍ମୀ ଭାବବିହୋଳ ହୋଇ ପଡ଼ିଥିଲେ।

ରୁଟିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖିବା ପରେ ରାଜଲକ୍ଷ୍ମୀ ଏହାକୁ ନେଇ ଠାକୁର ଘରେ ପୂଜା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଜୋର୍ ଧରିଛି।

ସେପଟେ ଏହି ଘଟଣାକୁ ଜାଣି ସାରିବା ପରେ ରୁଟିରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ସ୍ଥାନୀୟ ବାସିନ୍ଦାମାନେ ଆସି ରାଜଲକ୍ଷ୍ମୀଙ୍କ ଘରେ ଭିଡ ଜମାଇଥିଲେ। ବର୍ତ୍ତମାନ ସମୟରେ ଏହି ଭିଡିଓ। ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

କୁହାଯାଏ କି ମନରେ ଭକ୍ତି ଓ ନିଷ୍ଠା ରହିଥିଲେ ଭଗବାନଙ୍କ ଦର୍ଶନ ମିଳିଥାଏ। କେତେ ପୂର୍ଣ୍ୟ କରିଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳିଥାଏ। ଏଠାରେ ଠିକ୍ ସେମିତି କିଛି ଘଟିଛି ରାଜଲକ୍ଷ୍ମୀଙ୍କ କ୍ଷେତ୍ରରେ। କୌଣସି କାରଣ ବଶତ ରାଜଲକ୍ଷ୍ମୀ ପରିବାର ଲୋକଙ୍କସହିତ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ଯାଇ ପାରି ନଥିବା ବେଳେ ମହାପ୍ରଭୁ ଜଗନ୍ନାଥ ନିଜେ ଆସି ରାଜଲକ୍ଷ୍ମୀଙ୍କୁ ଦର୍ଶନ ଦେଇଛନ୍ତି।

କୋଟି କୋଟି ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ। ଯୁଗ ଯୁଗର ସେ ଭକ୍ତ ମାନଙ୍କ ଗୁହାରି ଶୁଣି ଆସୁଛନ୍ତି। ଭକ୍ତ ମାନଙ୍କ ସହ ତାଙ୍କର ନିବିଡ ସମ୍ପର୍କ। ହୃଦୟରୁ ଥରୁଟିଏ ଭକ୍ତିର ସହ ଡାକିଲେ ସେ କେବେ ବି କାହାରିକୁ ନିରାଶ କରନ୍ତି ନାହିଁ। କେବଳ ଜଣେ ଭକ୍ତ ହିଁ ବୁଝିଥାଏ ଭଗବାନଙ୍କ ଚମତ୍କାର। ତେବେ ରାଜଲକ୍ଷ୍ମୀଙ୍କ ଭକ୍ତି ନିଷ୍ଠା ପାଇଁ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିଥିବାର କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।