viral ଭିଡ଼ିଓ-ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ସ୍ତ୍ରୀ ସୁନନ୍ଧା ଶାଶୁ ଘରେ କେମିତି ସମୟ ଅତିବାହିତ କରୁଛନ୍ତି,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଓଲିଉଡ ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଜ୍ଞା ଖଟୁଆ। ହାସ୍ୟ ଅଭିନେତା ଭାବରେ ଖୁବ ଲୋକପ୍ରିୟ ହୋଇପାରିଛନ୍ତି ପ୍ରଜ୍ଞା ଖଟୁଆ। ତାଙ୍କର ଜବରଦସ୍ତ କମେଡି ପଞ୍ଚର ମଜା ନେଇଥାନ୍ତି ଦର୍ଶକ ମାନେ। ଖୁବ ଅଳ୍ପ ସମୟ ମଧ୍ୟରେ ସାରା ଓଡିଶାବାସୀଙ୍କ ହୃଦୟ ଜିଣି ପାରିଛନ୍ତି ଏହି ଅଭିନେତା ଜଣକ।
ତେବେ ନିକଟରେ ପ୍ରଜ୍ଞା ଖଟୁଆ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ଅଭିନେତା ପ୍ରଜ୍ଞା ଖଟୁଆ ନିଜ କଲେଜ ବେଳର ସାଥୀ ସୁନନ୍ଦାଙ୍କ ହାତ ଧରିଛନ୍ତି। ସୁନନ୍ଧା ମଧ୍ୟ ପେଶାରେ ଜଣେ ସଫଳ ଅଭିନେତ୍ରୀ।କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଠାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି।
ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡ଼ିଆରେ ପହଞ୍ଚିଥିଲେ।କିଛି ଦିନ ତଳେ ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ସ୍ଥିର ହୋଇଥିଲା । ହଠାତ୍ ରାଜକନିକା ଠାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।କଟକ ଜିଲ୍ଲା
ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ଖଟୁଆ ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ବଳରାମ ପରିଡ଼ାଙ୍କ ଝିଅ ସୁନନ୍ଦା ପରିଡ଼ାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି । କୋଭିଡ୍ କଟକଣା ଯୋଗୁଁ ଏହି ହାଇପ୍ରୋଫାଇଲ୍ ବିବାହକୁ ଅଳ୍ପ ଲୋକଙ୍କ ଭିତରେ ସୀମିତ ରଖା ଯାଇଥିଲା। କିଛି ନାମୀଦାମୀ କଳାକାର ଓ ପରିବାର ବନ୍ଧୁବାନ୍ଧବ ମାନଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ବିବାହ ପରେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଓ ସୁନନ୍ଧା ଖୁବ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସମୟରେ ସେମାନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି। ଯାହାକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ ମାନେ। ଅଭିନେତ୍ରୀ ସୁନନ୍ଧା ତାଙ୍କ ଶାଶୁ ଘରେ କିପରି ସମୟ କାଟୁଛନ୍ତି ସେ ବିଷୟରେ ଜାଣିବା ପାଇଁ ତାଙ୍କ ଫ୍ରେଣ୍ଡମାନଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
କାହିଁକି ସେଲିବ୍ରେଟି ମାନଙ୍କ ବ୍ୟକ୍ତିଗତ ଜୀବନରେ ଘଟୁଥିବା ସବୁ ଘଟଣାର ତଥ୍ୟ ନେବାକୁ ଚେଷ୍ଟା କରିଥାନ୍ତି ସାଧାରଣ ଲୋକମାନେ। ତେବେ ଅଭିନେତ୍ରୀ ସୁନନ୍ଧା ବିବାହ ପରେ କେମିତି ଅଛନ୍ତି, ତାଙ୍କ ଶାଶୁ ଘରେ କିପରି ସମୟ ଅତିବାହିତ କରୁଛନ୍ତି ସେ ସବୁ ବିଷୟରେ ଜାଣିବାକୁ ଇଚ୍ଛା କରିଥାନ୍ତି। ତେବେ ସୁନନ୍ଧା ତାଙ୍କ ଶାଶୁ ଘରେ କିପରି ସମୟ ଅତିବାହିତ କରୁଛନ୍ତି ସେ ବିଷୟରେ ଜାଣିବା।
ତେବେ ଅଭିନେତ୍ରୀ ସୁନନ୍ଧା ତାଙ୍କ ଶାଶୁ ଘରେ ଖୁବ ଖୁସି ଥିବାର ଦେଖିବାକୁ ମିଳିଛି।ସେ ତାଙ୍କ ଶାଶୁ ଘର ଲୋକଙ୍କ ସହ ସମୟ କରୁଥିବାର ନଜର ଆସୁଛନ୍ତି। ସୁନନ୍ଧା ଖାଉଥିବା ସମୟର ଏକ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ସେହି ଫୋଟରୁ ସେ କେତେ ଖୁସି ଅଛନ୍ତି ସ୍ପଷ୍ଟ ଭାବେ ଜଣା ପଡୁଛି।
ସୁନନ୍ଧାଙ୍କ ରିସେପ୍ସନ ପାର୍ଟି ସମୟର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ତାଙ୍କ ଫ୍ରେଣ୍ଡସ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ବିବାହ ପରେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଓ ତାଙ୍କ ସ୍ତ୍ରୀ ସୁନନ୍ଧାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।