viral ଭିଡ଼ିଓ- ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ରିସେପ୍ସନ ପାର୍ଟିରେ କିଏ କିଏ ଆସିଥିଲେ ଜାଣନ୍ତୁ ଆଉ ଦେଖନ୍ତୁ full ଭିଡ଼ିଓ !
ଓଡ଼ିଆ ସିନେମା ଜଗତର ଜଣଶୁଣା ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଖୁବ ଅଳ୍ପ ଦିନ ଭିତରେ ଓଡ଼ିଆବାସୀଙ୍କ ମନରେ ଘର କରିପାରିଛନ୍ତି। ତାଙ୍କର ଜବରଦସ୍ତ କମେଡି ପଞ୍ଚର ମଜା ନିଅନ୍ତି ଦର୍ଶକ ମାନେ।ହସି ହସି ବେଦମ୍ କରି ଦିଅନ୍ତି ଏହି ଲୋକ ପ୍ରିୟ କଳାକାର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ। ତାଙ୍କର ସବୁ କମେଡି କ୍ଲିପ୍ ଗୁଡ଼ା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଯାଏ। ଯାହାର ଭରପୁର ଆନନ୍ଦ ନିଅନ୍ତି ଦର୍ଶକ।
ପ୍ରଜ୍ଞା ଖଟୁଆ ଅନେକ ଗୁଡିଏ ଫିଲ୍ମ ଏବଂ ରିଆଲିଟି ସୋ ରେ ସୁନ୍ଦର କମେଡି ଅଭିନୟ କରି ଥିବାର ଦେଖିବାକୁ ମିଳିଛି। କେବଳ ଫିଲ୍ମ ନୁହେଁ ସେ ଷ୍ଟେଜ ପୋଗ୍ରାମରେ ମଧ୍ୟ କମେଡି କରି ଥାଆନ୍ତି। ଅଭିନେତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ।
ଯେ କୌଣସି ବ୍ୟକ୍ତି ତାଙ୍କ ଅଭିନୟକୁ ଦେଖିଲେ ବହୁତ ଖୁସି ହୋଇ ଯାଇଥାଏ ଓ ସେ ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ କାବୁ କରି ରଖି ଥାଆନ୍ତି। ୟୁଟୁବ ରେ ତାଙ୍କର ଭିଡିଓ ଅପଲୋଡ଼ ହେବା ପରେ ମିଲିୟନ ମିଲିୟନ ଭିଉ ଏବଂ ଲାଇକ ହେଇଯାଏ। ଦର୍ଶକ ମାନଙ୍କ ବହୁତ ଭଲ ପାଇବା ସାଉଁଟି ପାରିଛନ୍ତି ଏହି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ।
ନିକଟରେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ଜାନୁୟାରୀ ୨୫ ତାରିଖ ମଙ୍ଗଳବାର ଦିନ ନିଜର କଲେଜ ବେଳର ସାଥି ତଥା ଅଭିନେତ୍ରୀ ସୁନନ୍ଧା ପରିଡାଙ୍କୁ ଜନ୍ମ ଜନ୍ମ ପାଇଁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରଜ୍ଞା ଖଟୁଆ।
ହିନ୍ଦୁ ପରିବାରର ରୀତି ନୀତି ଅନୁଯାୟୀ ଏ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅଭିନେତ୍ରୀ ସୁନନ୍ଧା ପରିଡ଼ା ମଧ୍ୟ ଖୁବ ସୁନ୍ଦର ଅଭିନୟ କରିନ୍ତି। କେବଳ କମେଡି ନୁହେଁ ଖଳନାୟିକା ଭୂମିକାରେ ବି ଅଭିନୟ କରିଛନ୍ତି। ଏକ କମେଡି ସୋ ରେ ପ୍ରଜ୍ଞା ଖଟୁଆ ଓ ସୁନନ୍ଧା ପରିଡ଼ା ଏକାଠି ନଜର ଆସିଥିଲେ।
କୋରନା ପରିସ୍ଥିତିକୁ ଆଖି ଆଗରେ ରଖି କମ ଲୋକଙ୍କ ଗହଣରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏବଂ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ରିସପ୍ସନ ପାର୍ଟି ମଧ୍ୟ ସରିଯାଇଛି। କେବଳ ପରିବାର ଓ ବନ୍ଧୁ ବାନ୍ଧବ ନୁହେଁ ଓଲିଉଡ ର ବହୁ ଲୋକପ୍ରିୟ ସିନେ ତାରକା ମାନେ ମଧ୍ୟ ପ୍ରଜ୍ଞାଙ୍କ ରିସେପ୍ସନ ପାର୍ଟି ରେ ଯୋଗ ଦେଇଥିଲେ।
ବରିଷ୍ଠ ଖଳନାୟକ ରାଇମୋହନ ପରିଡା, ଶ୍ରୀତମ ଦାସ, ଲିକୁନ ଚୌଧୁରୀ, ଶଙ୍କର, ବବଲି ସମେତ ବହୁ ସିନେ ଷ୍ଟାର୍ ଯୋଗ ଦେଇଥିଲେ।
କେବଳ ଏତିକି ନୁହେଁ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଯୋଗ ଦେଇଥିବା ନଜର ଆସିଛନ୍ତି। ପ୍ରଜ୍ଞାଙ୍କ ରିସପ୍ସନ ପାର୍ଟିରେ ଏମାନେ ଖୁବ ମଜାମସ୍ତି କରିବା ସହ ନାଚ ଗୀତ ମଧ୍ୟ କରି। ଏବଂ ପ୍ରଜ୍ଞା ଖଟୁଆ ଓ ତାଙ୍କ ଜୀବନ ସାଥୀ ସୁନନ୍ଧାଙ୍କୁ ଶୁଭେଚ୍ଛା ଜଣାଇ ଉପହାର ମଧ୍ୟ ଦେଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।