viral ଭିଡ଼ିଓ- ଗୋଟିଏ ପୋଷ୍ଟ ପାଇଁ ନାମାଙ୍କନ କଲେ ଉଭୟ ସ୍ୱାମୀ ସ୍ତ୍ରୀ ,ପୁରା ଘଟଣାଟି ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ,ଦେଖନ୍ତୁ full ଭିଡ଼ିଓ !

ଆସନ୍ତା ଫେବୃୟାରୀରେ ଆସିବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଯାଞ୍ଚ ମଧ୍ୟ ଶେଷ ହୋଇ ସାରିଛି। ଏମିତି ସାଧାରଣତଃ ଦେଖାଯାଏ ଯେ ଗୋଟିଏ ସରପଞ୍ଚ ପଦବୀ ପାଇଁ ପଞ୍ଚାୟତର ବିଭିନ୍ନ ଲୋକେ ଆବେଦନ କରିବାର ଦେଖିବାକୁ ମିଳିଥାଏ। କିନ୍ତୁ ଗୋଟିଏ ସରପଞ୍ଚ ପଦବୀ ପାଇଁ ଗୋଟିଏ ଘରୁ ସିଏ ବି ପୁଣି ସ୍ୱାମୀ ସ୍ତ୍ରୀ ଦୁହେଁ ଗୋଟିଏ ସରପଞ୍ଚ ପଦବୀ ପାଇଁ ଆବେଦନ କରିବାର ପ୍ରାୟ ଦେଖିବାକୁ ମିଳିନଥାଏ ।

ଗୋଟିଏ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦୁଇଜଣ ସ୍ୱାମୀ ସ୍ତ୍ରୀ। ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲାର ଟାଙ୍ଗି ଚୌଦ୍ବାର ବ୍ଲକ ଅନ୍ତର୍ଗତ ଭଟିମୁଣ୍ଡା ପଞ୍ଚାୟତରେ। ଉଭୟ ସ୍ବାମୀ ସ୍ତ୍ରୀ ଦୁଇଜଣ ଯାକ ନାମାଙ୍କନ ପତ୍ର ଆବେଦନ କରି ଥିବାର ଯାଞ୍ଚ ସମୟରେ ଜଣାପଡିଛି। ସ୍ୱାମୀ ତାପସ ସାହୁ ଓ ସ୍ତ୍ରୀ ସସ୍ମିତା ସାହୁ ଉଭୟ ଏହି ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଆବେଦନ କରିଛନ୍ତି। ପ୍ରାର୍ଥୀପତ୍ର ନାକଚ ହୋଇଯିବା ଆଶଙ୍କାରେ ଉଭୟ ସ୍ବାମୀ ସ୍ତ୍ରୀ ଏପରି କରିଥିବାର କହିଛନ୍ତି।

ଆହୁରି ମଧ୍ୟ କହଛନ୍ତିକି ତାଙ୍କ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ଓ ସେମାନେ ଗତଥର ଭଳି ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି।ଯାହା ଫଳରେ ପଞ୍ଚାୟତ ସାରା ଲୋକ ମାନେ ଏହାକୁ ନେଇ ଖୁବ ଚର୍ଚ୍ଚା କରିବାର ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ଘରୁ ଦୁଇଜଣ ପ୍ରାର୍ଥୀଙ୍କ ଆବେଦନ ଲୋକ ମାନଙ୍କୁ ନା ପସନ୍ଦ ଆସୁଛି ବୋଲି ପଞ୍ଚାୟତର ଲୋକ ମାନେ କହିଛନ୍ତି।


ପୂର୍ବ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ଚୌଦ୍ଵାର ବ୍ଲକରେ ୧୩ ନଂ ଜୋନରେ ସସ୍ମିତା ସାହୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ।ହେଲେ ଚଳିତ ଥର ସସ୍ମିତା ସାହୁ ସ୍ୱାମୀଙ୍କ ସୁରକ୍ଷା ପାଇଁ ଏମିତି କରିଥିବାର କରିଛନ୍ତି। କିନ୍ତୁ ଯାଞ୍ଚ ସମୟରେ ଏମାନଙ୍କର ପ୍ରାର୍ଥୀପତ୍ର କାଏମ ରଖି ଥିବାରୁ ସ୍ତ୍ରୀ ସସ୍ମିତା ସାହୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ବୋଲି କହିଛନ୍ତି। ଏପଟେ ପଞ୍ଚାୟତର ମୋଟ ୭ ଜଣ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣା ପଡ଼ିଛି।

ଗ୍ରାମ ପଞ୍ଚାୟତବାସୀଙ୍କ କହିବା ମୁତାବକ କେହିବି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯେଉଁ କାରଣରୁ ପଞ୍ଚାୟତର କିଛି ବିକାଶ ହୋଇପାରୁ ନାହିଁ।ଏପଟେ ସସ୍ମିତା ସାହୁଙ୍କ କହିବା ଅନୁସାରେ ସେ ପଞ୍ଚାୟତର ବିକାଶ ପାଇଁ କିଛି ଉନ୍ନତି ମୂଳକ ପଦକ୍ଷେପ ନେଇଛନ୍ତି।

ଏବଂ ଯେଉଁ ଗ୍ରାମର ବିକାଶ ହୋଇପାରି ନାହିଁ ଏଥର ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିବା ପରେ ଯାଇ ସେମାନେ କିଛି ଉନ୍ନତି ମୂଳକ ପଦକ୍ଷେପ ନେଇ ପାରିବେ। ଏପଟେ ପଞ୍ଚାୟତ ବାସୀମାନେ ଏହାକୁ ବିରୋଧ କରୁଛନ୍ତି। ଗୋଟିଏ ପଦବୀ ପାଇଁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଆବେଦନକୁ ନେଇ ଗ୍ରାମବାସୀମାନେ ନାନା ପ୍ରକାର ଆଲୋଚନା କରିବାର ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।